ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗେଷ୍ଟ୍‌ ହାଉସ୍‌ରେ ଯୁବକ ହଟହଟା: ଚିତ୍କାର କଲେ ଯୁବତୀ, ଯୁବକକୁ ଟେକିନେଲା ପୁଲିସ

ପୁରୀ,୨୯/୦୧: ସାଙ୍ଗ ହୋଇ ପୁରୀ ଆସିଲେ । ଗେଷ୍ଟ୍‌ ହାଉସ୍‌ରେ ଏକାଠି ରହିଲେ । ହେଲେ ଅଧ ରାତିରେ ଚିତ୍କାର କଲେ ଯୁବତୀ । ପୁଲିସକୁ  ବି ଖବର ଦେଲେ । ପୁଲିସ ପହଞ୍ଚି ରାତାରାତି ଯୁବକଙ୍କୁ ଥାନାକୁ ଟେକିନେଲା । ସକାଳେ ଯୁବତୀଙ୍କ ପରିବାର ଥାନାରେ ପହଞ୍ଚି ବୁଝାମଣା କଲେ । ପୁଲିସ କହିଲା ଅଧରାତିରେ ଶୋଇଥିବା ବେଳେ ଯୁବତୀଙ୍କ ଉପରେ ଗୋଡ଼ ପକାଇଦେଲା ଯୁବକ । ସେଥିପାଇଁ ବିଗିଡ଼ି ଯାଇଥିଲେ ଯୁବତୀ । ରବିବାର ଦିନ ତମାମ ଖବରଟି  ପୁରୀବାଲିସାହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । 

ପୁଲିସ କହିଛି ଯେ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ଗୋଟିଏ  ଗାଁରେ ଯୁବକ ଓ ଯୁବତୀଙ୍କ ଘର । ଯୁବତୀଙ୍କ ସମ୍ପର୍କୀୟ ଦାଦା ହେଉଛି ଯୁବକ ।  ଯୁବକକୁ ବୟସ ୪୦ ବର୍ଷ ହୋଇଥିବା ବେଳେ ଯୁବତୀଙ୍କ ବୟସ ପ୍ରାୟ ୨୫  ବର୍ଷ । ପିଲାବେଳୁ ଯୁବତୀଙ୍କ ପାଠପଢ଼ାରେ ସେ ସହଯୋଗ କରୁଥିଲା । ଶନିବାର  ଯୁବତୀଙ୍କୁ ନେଇ ପୁରୀ ବୁଲିବାକୁ ଆସିଥିଲା ଯୁବକ । ସନ୍ଧ୍ୟାରେ ପୁରୀରେ  ପହଞ୍ଚିବା ପରେ ବୁଲାବୁଲି କରିଥିଲେ । ସମୁଦ୍ର କୂଳ ଥାନା ନିକଟରୁ ରୁଟି ଓ  ପନିର୍‌ କିଣିଥିଲେ । ଏହାପରେ ରାତି ପ୍ରାୟ ସାଢ଼େ ୧୦ଟାରେ ବାଲିସାହିସ୍ଥିତ  ଉକ୍ତ ଗେଷ୍ଟ୍‌ ହାଉସ୍‌ରେ ପହଞ୍ଚିଥିଲେ । ଗୋଟିଏ ରୁମ୍‌ରେ ଉଭୟ ରହିଥିଲେ ।  ରାତି ପ୍ରାୟ ୨ଟାରେ ଚିତ୍କାର କରିଥିଲେ ଯୁବତୀ । ପିସିଆର୍‌ ମଧ୍ୟ ଡକାଇଥିଲେ ।  ପୁଲିସ ପହଞ୍ଚିବା ପରେ ଯୁବକକୁ ଧକ୍କା ମାରି ରୁମ୍‌ ଭିତରୁ ବାହାର କରିଥିଲେ  ଯୁବତୀ । ମୁଣ୍ଡ ପୋତି ଛିଡ଼ା ହୋଇଥିବା ଯୁବକକୁ ଟାଉନ୍‌ ଥାନାକୁ ଉଠାଇ  ନେଇଥିଲା ପୁଲିସ । ରାତି ତମାମ ଥାନାରେ ଯୁବକ ମଶା ବାଡ଼େଇଥିଲେ । 

ସକାଳେ ଯୁବତୀ ଥାନାରେ ପହଞ୍ଚିଥିଲେ । ଯୁବତୀଙ୍କ ପରିବାର ଲୋକେ ମଧ୍ୟ ଥାନାକୁ ଆସିଥିଲେ । ଦୀର୍ଘ ସମୟ ଧରି ଚାଲିଥିଲା ଆଲୋଚନା । ଅପରାହ୍ନରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇ ଯିଏ ଯାହା ବାଟରେ ଚାଲି ଯାଇଥିଲେ । ଏହାପରେ ଗେଷ୍ଟ୍‌ ହାଉସ୍‌ ମ୍ୟାନେଜର୍‌କୁ ଥାନାକୁ ନେଇ ବସାଇଥିଲା ପୁଲିସ । କାଗଜପତ୍ର ଯାଞ୍ଚ୍‌ କରି ରାତିରେ ତାଙ୍କୁ ଛଡ଼ାଯାଇଥିବା କହିଛନ୍ତି ଆଇଆଇସି ସୁନୀଲ ପ୍ରଧାନ। ଯୁବକ ଯୁବତୀ କେଉଁ ପରିସ୍ଥିତିରେ ଘରୁ ବାହାରି ପୁରୀ ଆସିଥିଲେ, ମନସ୍ଥ କରି ଗୋଟିଏ ରୁମ୍‌ରେ ରହିବା ପରେ ଯୁବତୀ ବିଳମ୍ବିତ ରାତିରେ କାହିଁକି ଯୁବକକୁ ବିରୋଧ କରି ପୁଲିସକୁ ଧରାଇଲେ ତାହା ରହସ୍ୟରେ ରହି ଯାଇଛି । ହେଲେ ସେ ଯୁବତୀଙ୍କ ଉପରେ ଗୋଡ଼ ପକାଇବାରୁ  ଯୁବତୀ ଏଭଳି କାଣ୍ଡ କଲେ ବୋଲି ଆଇଆଇସି ଶ୍ରୀ ପ୍ରଧାନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.