ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ବିରୁଡି କାମୁଡାରେ ନାବାଳିକା ମୃତ, ୨ ଗୁରୁତର

କେନ୍ଦୁଝର, ୨୮।୮ :  କେନ୍ଦୁଝର ଜିଲ୍ଲା ବଡବିଲ ଥାନାର କାଶିଆ ଅଞ୍ଚଳରେ ବଣୁଆ ବିରୁଡି କାମୁଡାରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି ।ଏଥିସହ ଦୁଇ ଜଣ ନାବାଳିକା ଗୁରୁତର ହୋଇଛନ୍ତି । ମୃତ ନାବାଳିକା ଜଣକ ହେଲେ ନାନିକା ଲାଗୁରୀ (୭)।

 କେନ୍ଦୁଝର ବଡବିଲ ଥାନାର କାଶିଆ ଅଞ୍ଚଳର ନାନିକା ଲାଗୁରୀଙ୍କୁ ତାଙ୍କ ନିଜ ନାବାଳିକା ଭଉଣୀ ସାଙ୍ଗରେ ଧରି ବିଲକୁ ଯାଇଥିଲେ। ସେମାନଙ୍କ ସହ  ଅନ୍ୟ ଜଣେ ସଂପର୍କୀୟ ନାବାଳିକା ଭଉଣୀ ମଧ୍ୟ ଯାଇଥିଲେ। ନାନିକା ଲାଗୁରୀ ବିଲ ହୁଡାରେ ଖେଳୁଥିବା ବେଳେ ତାଙ୍କୁ ପ୍ରଥମେ  ବିରୁଡି ଆକ୍ରମଣ କରିଥିଲା। ଚିତ୍କାର ଶୁଣି ଅନ୍ୟ ଦୁଇ ଭଉଣୀ ତାକୁ ଉଦ୍ଧାର କରିବାକୁ ଆସି ସେମାନେ ମଧ୍ୟ  ବିରୁଡି ଆକ୍ରମଣର ଶିକାର ହୋଇଥିଲେ । ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ରେନି କୋଟ ଓ ଜାଲ ପରିଧାନ କରି ବହୁ କଷ୍ଟରେ ତିନି ଭଉଣୀଙ୍କୁ ଉଦ୍ଧାର କରିଥିଲେ। ୩ ଜଣଙ୍କୁ  ପ୍ରଥମେ ଝୁମ୍ପୁରା ସ୍ଵାସ୍ଥ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ  ଚିକିତ୍ସାଧିନ ଅବସ୍ଥାରେ  ନାନିକା ଲାଗୁରୀଙ୍କ ମୃତ୍ୟୁ ଘଟିଥିଲା।  ଅନ୍ୟ ଦୁଇ  ଭଉଣୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.