ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଯୁବତୀ ଦେଲେ ଏମିତି ପ୍ରତିକ୍ରିୟା , ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଛତରପୁର : ଲୋକପ୍ରିୟ କଥାପ୍ରବଚକ ତଥା ବାଗେଶ୍ୱର ଧାମର ପୀଠାଧିଶ ଧିରେନ୍ଦ୍ର ଶାସ୍ତ୍ରୀ ନିଜର ବୟାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ବୟାନର ଅନେକ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥାଏ । ଏବେ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଆଉ ଏକ ଭିଡ଼ିଓ ଭାଇରାଲ ହେଉଛି । ଭାଇରାଲ ଭିଡ଼ିଓରେ କଥା ପ୍ରସଙ୍ଗ ବେଳେ  ଜଣେ ଯୁବତୀ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ସହ କଥା ହେବା ବେଳେ ଫ୍ଲାଇଂ କିସ୍‌ ଦେବାର ନଜର ଆସୁଛନ୍ତି । ଯୁବତୀଙ୍କ ଫ୍ଲାଇଂ କିସ୍‌ ପରେ ଧିରେନ୍ଦ୍ର ଶାସ୍ତ୍ରୀଙ୍କର ରିଆକ୍ସନ ମଧ୍ୟ ସାମନାକୁ ଆସିଛି । ଧିରେନ୍ଦ୍ର ଶାସ୍ତ୍ରୀ ଯୁବତୀଙ୍କୁ ଜବାବ ମଧ୍ୟ ଦେଇଛନ୍ତି । 

ବାସ୍ତବରେ , ଧିରେନ୍ଦ୍ର ଶାସ୍ତ୍ରୀ କଥାପ୍ରବଚନ କରିବା ପାଇଁ ଦେଶରେ ଅନେକ ସ୍ଥାନକୁ ଯାଉଛନ୍ତି । କଥା ବେଳେ ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ କଥା ପ୍ରବଚନକୁ ଆସିଥିବା ନିଜର ଭକ୍ତଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥାନ୍ତି । କଥାବାର୍ତ୍ତା କରିବା ପାଇଁ ଜଣ ଜଣ କରି ଲୋକଙ୍କୁ ଡକାଯାଏ । ଏହି କ୍ରମରେ ଜଣେ ଯୁବତୀ ମଧ୍ୟ ବାବାଙ୍କ ପାଖରେ ଷ୍ଟେଜ୍‌ରେ ପହଞ୍ଚନ୍ତି ଏବଂ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଫ୍ଲାଇଂ କିସ୍‌ କରନ୍ତି। ଫ୍ଲାଇଂ କିସ୍‌ କରିବା ପରେ ବାବାଙ୍କର ରିଆକ୍ସନ ମଧ୍ୟ ସାମନାକୁ ଆସିଛି। ବାବାଙ୍କର ରିଆକ୍ସନ କ୍ୟାମେରାରେ କଏଦ ହୋଇଛି। ଯୁବତୀଙ୍କ ଫ୍ଲାଇଂ କିସ୍‌ କରିବା ପରେ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଲାଜୁଆ ଭାବର କ୍ଷଣ ବି କ୍ୟାମେରାରେ ରେକର୍ଡ ହୋଇଛି। ଏହି ସମୟରେ ଯୁବତୀ ଅନେକ ଥର ବାଗେଶ୍ୱରଙ୍କର ସୁନ୍ଦରତାର ପ୍ରଶଂସା କରିଛନ୍ତି । 

ବାବାଙ୍କ ସହ କଥାବାର୍ତ୍ତା ବେଳେ ଯୁବତୀ ହୃଦୟ ଖୋଲି ବାବାଙ୍କ ସୁନ୍ଦରତାର ପ୍ରଶଂସା କରିଛନ୍ତି । ଯୁବତୀ କଥା ହୋଇ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ପ୍ରଶ୍ନ କରୁଛନ୍ତି କି ଆପଣ ଏତେ ସୁନ୍ଦର କେମିତି ଦେଖାଯାଉଛନ୍ତି ? ଏହାର ଜବାବ ଦେଇ ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି କି ଏହି ସୁନ୍ଦରତାର ଚକ୍କରରେ ଆମେ ଅନେକ ଥର ଟ୍ରୋଲ୍‌ ହୋଇ ସାରିଛୁ। 

ଏହି ସମୟରେ ଯୁବତୀ ବାବା ବାଗେଶ୍ୱରଙ୍କ ପୀଠାଧୀଶଙ୍କର ସୁନ୍ଦରତାର ପ୍ରଶଂସା କରି କହିଛନ୍ତି ,ସେ ଏହି ଯୁବତୀକୁ ଖୁବ୍‌ କ୍ୟୁଟ୍‌ ଲାଗୁଛନ୍ତି। ଯୁବତୀଙ୍କ ଏହା କହିବା ପରେ ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଆଜିକାଲି ମୁଁ ଶୃଙ୍ଗାର କରିବା ବନ୍ଦ କରି ଦେଇଛି। କାରଣ ଏହି ସୌନ୍ଦର୍ଯ୍ୟତାର ଚକ୍କରରେ ସେ ବହୁତ ଥର ଟ୍ରୋଲ ହୋଇ ସାରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.