ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପ୍ରେମିକ ସହ ପଳାଇଲା ଝିଅ, ପ୍ରତିଶୋଧରେ ଗଣବଳାତ୍କାରର ଶିକାର ହେଲେ ବିବାହିତା ମହିଳା, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ନୂଆଦିଲ୍ଲୀ,୧୨/୦୮: ସମ୍ମାନହାନୀର ପ୍ରତିଶୋଧ ନେବାକୁ  ଗଣ ବଳାତ୍କାର । ଜଣେ ବିବାହିତା ମହିଳାଙ୍କୁ ଗଣ ବଳାତ୍କାର କରିଛନ୍ତି ତାଙ୍କ  ଭାଉଜଙ୍କ ପରିବାରର ୪ ସଦସ୍ୟ । ଲୁଧିଆନାରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।  ଏନେଇ ଟିବା ରୋଡ଼ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା । ସଂପୃକ୍ତ ୪ ଦୁର୍ବୃତ୍ତ ହେଉଛନ୍ତି ରବିନ୍ଦ୍ର ସିଂ, ବରିନ୍ଦ୍ର ସିଂ, ଅମନ ସିଂ ଏବଂ ସନ୍ତୋଷ ସିଂ । ପୀଡିତା ଜଣକ ମୁଖ୍ୟ ଅଭିଯୁକ୍ତ ରବିନ୍ଦ୍ର ସିଂଙ୍କ ଝିଅର ନଣନ୍ଦ । 

ସୂଚନା ଅନୁଯାୟୀ, ମହିଳାଙ୍କ ଭାଇ ଏବଂ ରବିନ୍ଦ୍ର ସିଂଙ୍କ ଝିଅ ସରସ୍ପରରୁ ପ୍ରେମ କରୁଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ରବିନ୍ଦ୍ର ସିଂ ନିଜ ଝିଅର ପ୍ରେମ ଓ ବିବାହକୁ ବିରୋଧ କରୁଥିଲେ ।  ଫଳରେ ଉଭୟ ପୁଅ ଝିଅ  ଏକାଠି ଗତ ଏପ୍ରିଲ ୩୦ ତାରିଖରେ ଘରଛାଡ଼ି ଫେରାର ହୋଇଯାଇଥିଲେ । ଏହି ଘଟଣା ନେଇ ରବିନ୍ଦ୍ର ସିଂ ଓ ତାଙ୍କ ପରିବାର କ୍ଷୁବ୍ଧ ଥିଲେ । ସେମାନେ ଝିଅର ପ୍ରେମିକ ସହ ପଳାଇଯିବା ଘଟଣାକୁ ଗ୍ରହଣ କରିପାରିନଥିଲେ । ପ୍ରତିଶୋଧ ସୁଯୋଗରେ ଥିଲେ ।  ଶେଷରେ ରବିନ୍ଦ୍ର ଏ ତାଙ୍କ ପରିବାରର ଅନ୍ୟ ତିନି ଜଣ ପୁରୁଷ କରିଛନ୍ତି ଜଘନ୍ୟ କାଣ୍ଡ । 

ଗତ ମେ ୧ ତାରିଖରେ  ଅଭିଯୁକ୍ତମାନେ ଘଟାଇଛନ୍ତି  ଏପରି ବର୍ବର ଘଟଣା । ଅଭିଯୋଗକାରିଣୀ  ପୀଡିତା ନିଜର ଛୋଟ ଛୋଟ ପିଲାଙ୍କ ସହ ଘରେ ଥିଲେ । ଚାକିରି କରୁଥିବା ମହିଳାଙ୍କ ସ୍ୱାମୀ ରାତ୍ରୀ ଡ୍ୟୁଟି ପାଇଁ କର୍ମକ୍ଷେତ୍ର୍ରକୁ ଯାଇଥିଲେ । ସେହି ସୁଯୋଗରେ  ରାତି ପ୍ରାୟ ସାଢେ ୧୧ ଟା ବେଳେ ରବିନ୍ଦ୍ର ସିଂ ଓ ତାଙ୍କ ତିନି ସଂପର୍କୀୟ  ମହିଳାଙ୍କ ଘରେ ପଶି  ପ୍ରଥମେ ତାଙ୍କ ଝିଅ ଓ ସେହି ପୁଅର ଠିକଣା ପଚାରିଥିଲେ । ମହିଳା ଜଣକ କିନ୍ତୁ ତାହା ଜାଣିଥିବା କହିବାରୁ ଅଭିଯୁକ୍ତମାନେ ତାଙ୍କୁ ଗଣ ବଳାତ୍କାର କରିଥିଲେ । କେବଳ ସେତିକି ନୁହେଁ, ଏହି ବର୍ବର କାଣ୍ଡ କରିବା ସମୟର ଭିଡ଼ିଓ ମଧ୍ୟ କରିଥିଲେ । ଏଥି ସହିତ ଘଟଣା ବିଷୟରେ କାହାକୁ କହିଲେ ଭିଡି଼ଓଟି ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ। ତେବେ ମହିଳାଜଣକ  ତାପର ଦିନ ସ୍ୱାମୀଙ୍କ ସହ ପୋଲିସ ଥାନାକୁ ଆସି ରବିନ୍ଦ୍ର ସିଂ ଏବଂ ଅନ୍ୟ ଅଭିଯୁକ୍ତ ,ରବିନ୍ଦ୍ରର ଭାଇ ବରିନ୍ଦ୍ର ସିଂ, ତାଙ୍କ ପୁଅ ଅମନ ସିଂ ଏବଂ ସଂପର୍କୀୟ ସନ୍ତୋଷ ସିଂ ଙ୍କ ନାମରେ ଅଭିଯୋଗ ଦାୟର କରିଥିଲେ । ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.