ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନୂଆଦିଲ୍ଲୀରେ ଗ୍ଲୋବାଲ୍‌ ବାୟୋ ଇଣ୍ଡିଆ କନ୍‌କ୍ଲେଭ୍‌, ଅନ୍ଧାରୁଆରେ ବାୟୋଟେକ୍‌ ପାର୍କରୁ ହେବ ଟୀକା ଉତ୍ପାଦନ

ଭୁବନେଶ୍ୱର, ୬।୧୨: ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶା ବିଶେଷ ସଫଳତା ହାସଲ କରିଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଖୁବ୍‌ଶୀଘ୍ର ଏକ ସଂଶୋଧିତ ବାୟୋଟେକ୍ନୋଲୋଜି ନୀତି ଆଣିବାକୁ ଯାଉଛନ୍ତି । ଏଥିସହ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ନିକଟସ୍ଥ ଅନ୍ଧାରୁଆ ଠାରେ ସ୍ୱତନ୍ତ୍ର ବାୟୋଟେକ୍‌ ପାର୍କ ନିର୍ମାଣ କରାଯାଇଛି । ସେଠାରୁ ଆଗାମୀ ଦିନରେ ଭାରତ ବାୟୋଟେକ୍‌ କମ୍ପାନୀ ଟୀକା ଉତ୍ପାଦନ କରିବ ବୋଲି ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଗ୍ଲୋବାଲ୍‌ ବାୟୋ ଇଣ୍ଡିଆ-୨୦୨୩ କନ୍‌କ୍ଲେଭ୍‌ ଓଡ଼ିଶା ପାଭିଲିଅନ୍‌କୁ ଓଡ଼ିଶା ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ । ପରେ ପ୍ଲେନାରି ଅଧିବେଶନରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ, ପୁଷ୍ଟିଶସ୍ୟକୁ ବାୟୋଟେକ୍ନୋଲୋଜି ନୀତି ପରିସରଭୁକ୍ତ କରାଯିବ । ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।  

ଓଡ଼ିଶାରେ ବାୟୋଟେକ୍ନୋଲୋଜିର ପରିସର ବ୍ୟାପକ । ଉଦ୍ୟୋଗ କ୍ଷେତ୍ରରେ ଏହାର ବିପୁଳ ସମ୍ଭାବନା ରହିଛି । ରାଜ୍ୟରେ ବ୍ୟାପକ ଜୈବ ସମ୍ପଦ, ଜଳ ସମ୍ବଳ ଓ ସାମୁଦ୍ରିକ ସମ୍ପଦ ବାୟୋଟେକ୍ନୋଲୋଜି ପରିସରକୁ ସମୃଦ୍ଧ କରିଛି । ରାଜ୍ୟ ସରକାରଙ୍କ ଅନୁକୂଳ ଶିଳ୍ପନୀତି, ଷ୍ଟାର୍ଟଅପ୍‌ କାର୍ଯ୍ୟକ୍ରମ, ସ୍ୱତନ୍ତ୍ର ବାୟୋଟେକ୍ନୋଲୋଜି ପାର୍କ ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ନେଇଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ । ଏହି ଅବସରରେ ବାୟୋଟେକ୍ନୋଲୋଜି ଶିଳ୍ପର ପ୍ରସାର ଲାଗି ବିଭିନ୍ନ ରାଜ୍ୟଙ୍କ ନୀତି ଓ ନିବେଶ ଅଧିବେଶନରେ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍‌ ଯୋଗ ଦେଇଥିଲେ । ସେ କହିଥିଲେ, ରାଜ୍ୟରେ ଥିବା ବିଭିନ୍ନ ଟେକ୍ନୋଲୋଜି ଇନ୍‌କ୍ୟୁବେଟର ମାଧ୍ୟମରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ଉତ୍ସାହିତ କରାଯାଉଛି । 

ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ପ୍ରସିଦ୍ଧ ବ୍ୟକ୍ତିତ୍ୱ ତଥା ବାୟୋକନ୍‌ ଇଣ୍ଡିଆ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା କିରଣ ମଜୁମ୍‌ଦାର ସ' ଓଡ଼ିଶା ପାଭିଲିଅନ୍‌ ବୁଲି ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରଶଂସା କରିଥିଲେ । ପ୍ରଦର୍ଶନୀରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ (ଆଇଏଲ୍‌ଏସ୍‌) ଓ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍‌ କ୍ଲଷ୍ଟର୍‌ (ବିସିକେଆଇସି) ସମେତ ୧୦ଟି ପ୍ରମୁଖ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପ୍‌ ସାମିଲ ହୋଇଛନ୍ତି । ଗ୍ଲୋବାଲ୍‌ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ବିଭାଗର ଯୁଗ୍ମ ସଚିବ ପୂଜା ମିଶ୍ର, ଉପ ନିର୍ଦ୍ଦେଶକ (ବାୟୋଟେକ୍ନୋଲୋଜି) ଡ. ଶଶିକାନ୍ତ ଦାଶ, ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢ଼ୀ ଓ ବିସିକେଆଇସିର ଅଧ୍ୟକ୍ଷ ଡ. ମୃତ୍ୟୁଞ୍ଜୟ ସୁଆରଙ୍କ ସମେତ ରାଜ୍ୟର ବହୁ ଅନୁଷ୍ଠାନର ପ୍ରତିନିଧି ଓ ଗବେଷକ ଯୋଗ ଦେଇଛନ୍ତି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.