କାଶୀପୁର ,୩।୯ କାଶୀପୁର ବ୍ଲକ ଟିକିରି ପଞ୍ଚାୟତ ଅନ୍ତର୍ଗତ ସେମିଳି ଗୁଡ଼ା ଗ୍ରାମରେ ବଜ୍ରପାତରେ ୧୭ଟି ଛେଳିଙ୍କ ମୃତ୍ୟୁ ଘଟିଛି। ଗାଁ ନିକଟସ୍ଥ ଜଙ୍ଗଲକୁ ଚରିବାକୁ ଯାଇଥିବା ଗ୍ରାମର ଛେଳିପଲ ବର୍ଷାହେବାରୁ ଗଛ ମୂଳେ ଆଶ୍ରୟ ନେଇଥିଲେ ।ଛେଳିଙ୍କ ଉପରେ ହଠାତଚଡକ ମାରିବାରୁଘଟଣା ସ୍ଥଳରେ ସମସ୍ତ ଛେଳି ଟଳିପଡ଼ି ଥିଲେ ।ସୌଭାଗ୍ୟ କୁ ଜଗୁଆଳି ମାନେ ଅନ୍ୟ ଏକ ସ୍ଥାନରେଥିବାରୁ ଅଳ୍ପକେ ରକ୍ଷା ପାଇ ଥିବାର ଜଣାଯାଇଛି ।ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ନିଜ ନିଜରମୃତ ଛେଳିକୁ ଚିହ୍ନଟ କରିଥିଲେ ।ଗ୍ରାମର ମହେଶ୍ୱର ମାଝୀ ଏବଂ ଲୋଚନ ମାଝୀ ର ଛଅଟି ଲେଖାଏଁ ଏବଂ ସୀମାଞ୍ଚଳ ମାଝୀ ଚାରୋଟି ଛେଳି ବଜ୍ରାଘାତ ରେ ମୃତ୍ୟୁ ହୋଇ ଥିବାର ଜଣାଯାଇଛି ।କ୍ଷତିଗ୍ରସ୍ତ ଗ୍ରାମବା ମାନେ ଟିକିରି ରାଜସ୍ବ ନିରୀକ୍ଷକସହିତ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ଜଣାଇବା ପରେ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ ବ୍ୟବସ୍ଥା ଏବଂ କ୍ଷୟକ୍ଷତିର ଆକଳନ କରିଥିବା ର ଜଣା ଯାଇଛି ।

ଫାଷ୍ଟଟ୍ରାକ୍ କୋର୍ଟରେ ପୀଡିତାଙ୍କ ମାମଲା ବିଚାର କରି...