ପ୍ରମୂଖ ଖବର

ବ୍ରହ୍ମାଣ୍ଡରେ ଦେଖିବାକୁ ମିଳିଲା ‘ଭଗବାନଙ୍କ ହାତ’, ନାସା ଫଟୋ ଦେଖି ଲୋକେ ଚକିତ

ନୂଆଦିଲ୍ଲୀ,୧୪।୫: ଆମେରିକାର ମହାକାଶ ଏଜେନ୍ସି ନାସା ବ୍ରହ୍ମାଣ୍ଡର ଏଭଳି ଏକ ଫଟୋ ଜାରି କରିଛି, ଯାହାକି ଲୋକଙ୍କୁ ଚକିତ କରିଛି। ଏହି ଫଟୋ ଡାର୍କ ଏନର୍ଜି କ୍ୟାମେରାରୁ ନିଆଯାଇଛି। ଯେଉଁଥିରେ ଏକ ହାତ ଭଳି ଆକୃତି ଦେଖିବାକୁ ମିଳିଛି, ଯାହାକି ଏକ ସ୍ପାଇରାଲ ଗାଲାକ୍ସି ଆଡକୁ ବଢୁଥିବାର ଦେଖିବାକୁ ମିଳୁଛି। ନାସାର ସୂଚନା ଅନୁସାରେ, ଏହା କ୍ଲାଉଡ ଧୂଳି କଣିକାର ଷ୍ଟ୍ରକଚର। ତେ‌ବେ ବ୍ରହ୍ମାଣ୍ଡରେ ଏଭଳି ନୂତନ ଆକୃତିକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। କି ମିଳିଥିବା ସୂଚନା ଅନୁସାରେ, ଏହି ଫଟୋ ୬ ମଇ ୨୦୨୪ରେ ନିଆଯାଇଥିଲା।

ନାସା ପ୍ରାୟ ସମୟ ଆକାଶଗଙ୍ଗାର ଫଟୋ ସେୟାର କରିଥାଏ ଓ ଏହାର ରହସ୍ୟ ମଧ୍ୟ କହିଥାଏ। ଲାଇଭ ସାଇନ୍ସର ରିପୋର୍ଟରେ କୁହାଯାଇଛି ଯେ, ଏଥରର ଫଟୋ ଖୁବ୍ ଖାସ୍ ରହିଛି। ଏହି ଫଟୋରେ ଏକ ମୁଠା ଭଳି ଆକୃତି ଦେଖିବାକୁ ମିଳୁଛି। ଏଥିରୁ ଲାଗୁଛି ଯେ, ସ୍ପାଇରାଲ ଗାଲାକ୍ସିକୁ ଧରିବାକୁ ଯାଉଛି। 

ନାସା କହିଛି, ଏହି ଫଟୋ ନେବୁଲା କାରଣରୁ ହାଇଛି। ସବୁ ତାରା ଭାଙ୍ଗିବା କାରଣରୁ ନେବୁଲା ତିଆରି ହୋଇଛି। ନାସା କହିଛି, ଏହାକୁ ଗମ୍ ନେବୁଲା କୁହାଯାଏ। ଏହାର ଦୁରତ୍ବ କାରଣରୁ ପୃଥିବୀଠାରୁ ପ୍ରାୟ ୧୩୦୦ ପ୍ରକାଶ ବର୍ଷ ଦୂର ରହିଛି। ଏହାଛଡା ଏଥିରେ ଗ୍ୟାସ୍ ଓ ଧୂଳିରେ ତିଆରି ବାଦଲ ରହିଛି। ଏହାର ଆକୃତି ଧୁମକେତୁ ସହିତ ମିଶୁଛି। ତେଣୁ ଏହି କେମେଷ୍ଟ୍ରିକୁ ନେବୁଲା କୁହାଯାଏ। ଏହା ହାତର ଆକାରରେ ବ୍ରହ୍ମାଣ୍ଡରେ ବ୍ୟାପି ରହିଛି, ତେଣୁ ଏହାକୁ ଭଗବାନଙ୍କ ହାତ ରୂପରେ ଜଣାଯାଏ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.