ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁନା ଦରରେ ନିଆଁ: ୭୩ ହଜାର ଟପିଲା, ୬ ମାସରେ ୧୩ ହଜାର ମହଙ୍ଗା

ଭୁବନେଶ୍ୱର,୧୩/୦୪: ଅନ୍ତର୍ଜାତିକ ସ୍ତରରେ ରାଜନୀତି ଓ ଯୁଦ୍ଧ ସ୍ଥିତିର ଅନିଶ୍ଚିତତା ଭିତରେ ସୁନା ଦର ହୁ ହୁ ହୋଇ ବଢ଼ି ଚାଲିଛି । ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା ଦରକୁ ଐତିହାସିକ ସ୍ତରରେ ପହଞ୍ଚାଇଲାଣି । ଦିନକୁ ଦିନ ଏହା ନୂଆ ରେକର୍ଡ ଯୋଡ଼ିଚାଲିଛି । ଶୁକ୍ରବାର ୭୩,୦୦୦ ସ୍ତର ପାର୍‌ କରିଛି ସୁନା । 

ଏହି ଟ୍ରେଣ୍ଡ ଜାରି ରହିଲେ ଖୁବ୍‌ଶୀଘ୍ର ୮୦,୦୦୦ ଟଙ୍କା ଡେଇଁବ ବୋଲି ଅନୁମାନ କରିଛନ୍ତି ବଜାର ବିଶେଷଜ୍ଞ । ତେବେ ସୁନା ଦରରେ ଏହି ଦ୍ରୁତ ବୃଦ୍ଧି ଲୋକଙ୍କ ମଧ୍ୟରେ ନିବେଶ ମନୋଭାବ ବଢ଼ାଇଛି । ଭଲ ରିଟର୍ଣ୍ଣ ପାଇବା ଆଶାରେ ଲୋକେ ଚଢ଼ା ଦରରେ ବି ସୁନା କିଣୁଥିବା ଜଣାପଡ଼ିଛି ।

ଶୁକ୍ରବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦାମ ୭୩,୩୧୦ ଟଙ୍କାରେ ପହଞ୍ଚିଛି । ଏଥିରେ ୧,୦୯୦ ଟଙ୍କା ବୃଦ୍ଧି ଘଟିଛି । ସେହିଭଳି ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ୧,୦୦୦ ଟଙ୍କା ବଢ଼ି ୬୭,୨୦୦ ଟଙ୍କା ହୋଇଛି ।

ରୁପା ମଧ୍ୟ ନୂଆ ରେକର୍ଡ କରିଚାଲିଛି । ରାଜଧାନୀ ଭୁବନେଶ୍ୱରରେ କିଲୋଗ୍ରାମ ପିଛା ରୁପା ୧୫୦୦ ଟଙ୍କା ମହଙ୍ଗା ହୋଇ ୯୦,୦୦୦ ଟଙ୍କା ହୋଇଛି । 

ଖୁବ୍‌ଶୀଘ୍ର ସୁନା ୮୦,୦୦୦ ଟଙ୍କା ଛୁଇଁବା ନେଇ ଆକଳନ କରିଛନ୍ତି ବଜାର ବିଶେଷଜ୍ଞ । ଗତ ୬ ମାସରେ ଏହା ୧୩,୦୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଗଲାଣି । ସୂଚନାଯୋଗ୍ୟ, ଭୁ-ରାଜନୈତିକ ସମସ୍ୟା ତେଜିଲେ ଇକ୍ୱିଟି ବଜାରରେ ଅସ୍ଥିରତା ଦେଖାଦିଏ । ତେଣୁ ଲୋକେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମଣିଥାନ୍ତି । ଏହା ଦରକୁ ବଢ଼ାଇଥାଏ ।

କମୋଡିଟି ବଜାର ବିଶେଷଜ୍ଞମାନଙ୍କ କହିବାନୁସାରେ, ୨୦୨୪-୨୫ ଆର୍ଥିକବର୍ଷ ସୁନା ଦରରେ ବୃଦ୍ଧି ଧାରା ଜାରି ରହିବ । ଏହାର ଏକ ପ୍ରମୁଖ କାରଣ ହେଉଛି ଆମେରିକା ଫେଡେରାଲ ରିଜର୍ଭର ମୁଦ୍ରାନୀତି ପଦକ୍ଷେପ । ଫେଡେରାଲ ରିଜର୍ଭ ଇତିମଧ୍ୟରେ ସଂକେତ ଦେଇଛି ଯେ, ଏହା ୨୦୨୪ରେ ପ୍ରମୁଖ ସୁଧ ହାରରେ ୩ଟି ହ୍ରାସ କରିପାରେ । 

ସୁନା ଦର ବଢ଼ିବାର ଆହୁରି ଅନେକ କାରଣ ରହିଛି । ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଶଙ୍କା, ଆଗାମୀ ବିବାହ ଋତୁ ଯୋଗୁ ଚାହିଦା ବୃଦ୍ଧି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଚୁର ମାତ୍ରାରେ ସୁନା କ୍ରୟ ଆଦି ଯୋଗୁ ଏହି ଧାତୁ ଦର ବଢୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.