ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆହୁରି ଚମକିବ ସୁନା: ୩ ମାସରେ ଦର ୧୫% ମହଙ୍ଗା, ଯୁଦ୍ଧ ତେଜିବା ସହ ଜାରି ରହିବ ବୃଦ୍ଧି

ନୂଆଦିଲ୍ଲୀ,୨୦/୦୪: ଗତ ୩ ମାସରେ ୧୫%ରୁ ଅଧିକ ମହଙ୍ଗା ହୋଇଛି ସୁନା । ୨୦୨୪ ଆରମ୍ଭରୁ ଏହା ସବୁଠାରୁ ଉତ୍ତମ ପ୍ରଦର୍ଶନକାରୀ ଆସେଟ୍‌ କ୍ଲାସ ଭାବେ ଉଭା ହୋଇଛି । ଗତ ୩ ମାସରେ କ୍ଷୀପ୍ର ବେଗରେ ବଢ଼ିଛି ଦର । ଦିନକୁ ଦିନ ନୂଆ ରେକର୍ଡ ଯୋଡ଼ିଚାଲିଛି ଏହି ହଳଦିଆ ଧାତୁ । ସମ୍ପ୍ରତି ଇରାନ ଏବଂ ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ତେଜୁଥିବାବେଳେ ସୁନାର ଚମକ ଆହୁରି ବଢ଼ିବ ବୋଲି ମତ ଦେଇଛନ୍ତି ବଜାର ବିଶେଷଜ୍ଞ । ତେବେ ଯୁଦ୍ଧ ପ୍ରଭାବରେ ଅଶୋଧିତ ତୈଳ ଦର ବି ଉପରମୁହାଁ ହୋଇଚାଲିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ମଧ୍ୟପ୍ରାଚ୍ୟରେ ଅସ୍ଥିର ବାତାବରଣ ମଧ୍ୟରେ ଅନ୍ତର୍ଜାତୀୟ  ବଜାରରେ ଅଶୋଧିତ ତୈଳ ଦର ଦ୍ରୁତ ବେଗରେ ବଢ଼ିପାରେ । ଯଦି ଯୁଦ୍ଧ ସ୍ଥିତି ବିକୃତ ହୁଏ ତେବେ ଏହାର ସିଧାସଳଖ ପ୍ରଭାବ ଭାରତୀୟଙ୍କ ପକେଟ ଉପରେ ପଡ଼ିବ । ଶୁକ୍ରବାର କାରବାର ଆରମ୍ଭରେ ତୈଳ ଦରରେ ୩% ବୃଦ୍ଧି ଘଟିଥିଲା । ବ୍ୟାରେଲ ପିଛା ୱେଷ୍ଟ ଟେକ୍ସାସ ଇଣ୍ଟର୍‌ମିଡିଏଟ୍‌(ଡବ୍ଲ୍ୟୁଟିଆଇ) ୩.୬୬% ବଢ଼ି ୮୫.୭୬ ଡଲାର ହୋଇଥିବାବେଳେ ବ୍ରେଣ୍ଟ କ୍ରୁଡ୍‌ ୩.୪୪% ବଢ଼ି ୯୦.୧୧ ଡଲାର ହୋଇଥିଲା । ଯୁଦ୍ଧ ତେଜିବା ସହ ଏହା ଖୁବ୍‌ଶୀଘ୍ର ୧୦୦ ଡଲାର ଛୁଇଁବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ । ଅଶୋଧିତ ତୈଳ ମହଙ୍ଗା ହେବା ସହ ପେଟ୍ରୋଲିୟମ ଉତ୍ପାଦ ଦର ବଢ଼ିବ । 

ଅନ୍ୟପକ୍ଷରେ, ଅନିଶ୍ଚିତତା ମଧ୍ୟରେ ଭାରତ ଏବଂ ଚୀନ୍‌ ସହିତ ଅନ୍ୟାନ୍ୟ ବିକାଶମୁଖୀ ଦେଶଗୁଡ଼ିକର କେନ୍ଦ୍ରୀୟ ବ୍ୟାଙ୍କ ଗତ କିଛି ମାସ ଧରି ଲଗାତର ସୁନା ଠୁଳ କରିବାରେ ଲାଗିଛନ୍ତି । ଏହାଫଳରେ ସୁନା ଦରରେ ବୃଦ୍ଧି ଘଟୁଛି । ପୋର୍ଟଫୋଲିଓରେ ବିବିଧତା ଆଣିବା ସହ ଦରବୃଦ୍ଧିରୁ ବଞ୍ଚିବା ପାଇଁ ସୁନା ଏକ ଭଲ ବିକଳ୍ପ ହୋଇପାରେ । ଏହାକୁ ନିବେଶର ସବୁଠୁ ସୁରକ୍ଷିତ ମାଧ୍ୟମ ଭାବେ ଗଣନା କରାଯାଇଥାଏ । ସୁନାରେ ନିବେଶ କରିଥିବା ଲୋକମାନେ ବର୍ତ୍ତମାନ ଟ୍ରେଣ୍ଡକୁ ନେଇ ଭାରି ଖୁସି । ଗତ ୩ ମାସରେ ଏହି ଧାତୁ ୧୫%ରୁ ଅଧିକ ମହଙ୍ଗା ହୋଇଛି । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୭୫,୦୦୦ ଟଙ୍କା ନିକଟତର ହୋଇଥିବାବେଳେ ୨୨ କ୍ୟାରେଟ୍‌ ସୁନା ଦର ୬୮,୦୦୦ ଟଙ୍କା ପାର୍‌ କରିଛି । 

ଚଳିତବର୍ଷ ସୁନା ସବୁଠାରୁ ଉତ୍ତମ ପ୍ରଦର୍ଶନକାରୀ ଆସେଟ୍‌ କ୍ଲାସ ପାଲଟିଛି । ବିଶ୍ଳେଷକଙ୍କ ଆଶା ଯେ, ଏହାର ଦର ଆହୁରି ବଢ଼ିବ । ଦରଦାମ ବୃଦ୍ଧି ସ୍ତର ବଢ଼ିବା ସହ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ମୁଦ୍ରାନୀତି କୋହଳ କରାଯିବା ଆଶା ଏବଂ ମଧ୍ୟ ପ୍ରାଚ୍ୟ ଓ ୟୁକ୍ରେନରେ ଭୁ-ରାଜନୈତିକ ସମସ୍ୟା । ଏସବୁ କାରକଗୁଡ଼ିକ ଯୋଗୁ ସୁନା ଆଗକୁ ଆହୁରି ଚମକିବ ।

ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡ୍‌ର ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଆଗାମୀ କିଛି ତ୍ରୟମାସରେ ସୁନା, ରୁପା ଏବଂ ଅନ୍ୟାନ୍ୟ ଧାତୁ ଦରରେ ବୃଦ୍ଧି ଜାରି ରହିବ । ସୁନା ଏବେ ଭଲ ସ୍ଥିତିରେ ଅଛି । ଯଦି ମୁଦ୍ରାସ୍ଫୀତି ସ୍ତର ଉଚ୍ଚ ରୁହେ ତେବେ ଏହା ଆହୁରି ମହଙ୍ଗା ହେବ । ଭୁ-ରାଜନୈତିକ ସମସ୍ୟା ଦରକୁ କ୍ଷୀପ୍ର ବେଗରେ ବଢ଼ାଇବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.