ନୂଆଦିଲ୍ଲୀ ୭/୯: ଧିରେ ଧିରେ ଇଣ୍ଟରନେଟ୍ ଅଧିକ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିପାରୁଛି । କିନ୍ତୁ ଏହା ସହିତ ସାଇବର ଅପରାଧ ମଧ୍ୟ ବଢୁଛି । ଦେଶରେ ଅଲଗା ଅଲଗା ଉପାୟରେ ଠକମାନେ ସାଧାରଣ ଲୋକଙ୍କୁ ସାଇବର ଜାଲରେ ଫସାଉଛନ୍ତି । ଏଥିପାଇଁ ଅଧିକାଂଶ ଲୋକେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛି । ତେବେ ସାଇବର ଅପରାଧ ଉପରେ ରୋକ ଲଗାଇବା ପାଇଁ ଅନେକ ପଦକ୍ଷେପ ମଧ୍ୟ ଉଠାଯାଉଛି । ଏବେ ସାଇବର ଅପରାଧ ଉପରେ ରୋକ ଲଗାଇବା ପାଇଁ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ସରକାରୀ ଅଧିକାରୀଙ୍କ ପାଇଁ ଏହି ଅପଡେଟ୍ ବହୁତ ଲାଭଦାୟକ ସାବ୍ୟସ୍ତ ହେବ । ଗୁଗଲ କ୍ଲାଉଡ ସିଇଆରଟି-ଇନ୍ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସାଇନ୍ କରିଛି ।
ଗୁଗଲ କ୍ଲାଉଡ୍ ୧୦୦୦ ସରକାରୀ ଅଧିକାରୀଙ୍କୁ ଟ୍ରେନିଂ ଦେବା ଏବଂ ଟ୍ରେନିଙ୍କୁ ଏକ ଲକ୍ଷ ସାଇବର ପ୍ରମାଣପତ୍ର ଛାତ୍ରବୃତ୍ତି ପ୍ରଦାନ କରିବା ପାଇଁ ସରକାରଙ୍କ କମ୍ପ୍ୟୁଟର ପ୍ରତିକ୍ରିୟା ୟୁନିଟ୍ ସିଇଆରଟି-ଇନ୍ ସହିତ ଚୁକ୍ତି କରିଛି । ବୈଶିକ ପ୍ରଦ୍ୟେଗିକୀ କମ୍ପାନୀ ଗୁରୁବାର ଏହି ଘୋଷଣା କରିଛି । ସର୍ଟ-ଇନ୍ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଦ୍ୟେଗିକୀ ମନ୍ତ୍ରାଳୟର ଏକ ପାର୍ଟ । ଏହି ମନ୍ତ୍ରାଳୟ ସାଇବର ସୁରକ୍ଷା ସମ୍ବନ୍ଧୀୟ ରିସ୍କ, ହ୍ୟାକିଂ ଏବଂ ସାଇବର ସମ୍ବନ୍ଧୀୟ ଅନ୍ୟ ମୁଦ୍ଦାକୁ ଦେଖିଥାଏ ।
ଆମେରିକୀୟ କମ୍ପାନୀ ବୟାନରେ କହିଛି କି ସରକାରୀ ଅଧିକାରୀଙ୍କ ସାଇବର ଶକ୍ତିକୁ ସାଇବର ରକ୍ଷା ସର୍ବୋତ୍ତମ ପ୍ରକ୍ରିୟାରେ ପ୍ରଶିକ୍ଷିତ କରାଯିବ । ଏଥିରେ ଜେନେରେଟିଭ୍ ଏଆଇ ବ୍ୟବହାର ଏବଂ ଗୁଗଲ କ୍ଲାଇଡ୍ ଏବଂ ମେଡିଏଣ୍ଟ ବିଶେଷଜ୍ଞଙ୍କ ନେତୃତ୍ୱରେ ସାଇବର ସୁରକ୍ଷା ଏଆଇ ହ୍ୟାକଥନ୍ ଆୟୋଜିତ କରିବା ସାମିଲ । ସରକାରୀ ଅଧିକାରୀଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ଯେତେ ଅଧିକ ଜଣାଥିବ ସେମାନେ ସେତେ ଉତ୍ତମ ଉପାୟରେ କାମ କରିପାରିବେ ।
ସେହିଭଳି ଅନ୍ୟପଟେ ସର୍ଟ-ଇନର ମହାନିର୍ଦ୍ଦେଶକ ସଞ୍ଜୟ ବହଲ କହିଛନ୍ତି କି ସାଇବର ସୁରକ୍ଷା ଆମ ଡିଜିଟାଲ୍ ଭବିଷ୍ୟତର ଆଧାରଶିଳା ଏବଂ ଜେନେରେଟିଭ୍ ଏଆଇର ଶକ୍ତି ବ୍ୟବହାର ଏହି ନିରନ୍ତର ବିକଶିତ ଭିଜନରେ ଆଗୁଆ ରହିବାରେ ସାହାଯ୍ୟ କରିବ । ତେବେ ଆଗାମୀ ସମୟରେ ମଧ୍ୟ ଲଗାତର ଡିଜିଟାଲକୁ ପ୍ରୋତ୍ସାହନ ଦେଉଛି ଯେଉଁଥିପାଇଁ ସାଇବର ସୁରକ୍ଷାର ଗୁରୁତ୍ୱ ମଧ୍ୟ ବହୁତ ବଢିଯାଇଛି ।