ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରକାର ଏବଂ ଏନଟିଏର ମିଳିତ କମିଟି ଗଠିତ, ପୁନଃ ଯାଞ୍ଚ ହେବ ୧୫୦୦ ପରୀକ୍ଷାର୍ଥୀଙ୍କ NEET-UG ରେଜଲ୍ଟ

Image Courtesy: indianexpress

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜୁନ୍‌ ୪ରେ ନିଟ ପରୀକ୍ଷାର ରେଜଲ୍ଟ ପ୍ରକାଶ କରିଥିଲା । ଏହା ପରେ ୧୫୦୦ରୁ ଅଧିକ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍‌ ମାର୍କ ଦିଆଯିବାକୁ ନେଇ ବିବାଦ ତୀବ୍ର ରୂପ ଧାରଣ କରିଛି । ଏବେ ଏନଟିଏର ଡିଜି ସୁବୋଧ ସିଂହ କହିଛନ୍ତି ଯେ, ଏନଟିଏ ଏବଂ ଶିକ୍ଷା ମନ୍ତ୍ରାଳୟ ନିଟ୍‌-ୟୁଜିରେ ଗ୍ରେସ୍‌ ମାର୍କ ହାସଲ କରିଥିବା ୧୫୦୦ରୁ ଅଧିକ ପିଲାଙ୍କ ପରୀକ୍ଷା ଫଳ ଆଉ ଥରେ ଯାଞ୍ଚ କରିବା ଲାଗି ଏକ ମିଳିତ କମିଟି ଗଠନ କରିଛନ୍ତି । ଆଉ ଏହି କମିଟି ଗୋଟିଏ ସପ୍ତାହ ମଧ୍ୟରେ ରିପୋର୍ଟ ଦେବ ।

 ସାମ୍ବାଦିକ ସମ୍ମିଳନୀ କରି ଏନଟିଏ ମୁଖ୍ୟ ଆହୁରି କହିଛନ୍ତି ଯେ ଏଜେନ୍ସିରେ ଥିବା ଅଧିକାରୀମାନେ ସବୁ କଥାକୁ ବିଶ୍ଲେଷଣ କରିଛନ୍ତି ଓ ଜାଣିବାକୁ ପାଇଛନ୍ତି ସବୁ ବିବାଦ କେବଳ ୬ଟି ପରୀକ୍ଷା କେନ୍ଦ୍ରରେ ସୀମିତ। ନିଟ ପରୀକ୍ଷାର୍ଥୀଙ୍କୁ ମିଳିଥିବା ଗ୍ରେସ ମାର୍କର ରିଭ୍ୟୁ ହୋଇପାରେ। ଶିକ୍ଷା ମନ୍ତ୍ରଣାଳୟ ୧୫ଶହରୁ ଅଧିକ ପିଲାଙ୍କ ପରୀକ୍ଷା ଫଳକୁ ପୁନଃ ଯାଞ୍ଚ ପାଇଁ ଗୋଟିଏ ପ୍ୟାନେଲ ଗଠନ କରିଛି। ତଦନ୍ତ ହେବ। କିନ୍ତୁ ଏହାର ପ୍ରଭାବ ଆଡମିସନ ଉପରେ ପଡ଼ିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। 

ସେ ଆହୁରି କହିଛନ୍ତି ଯେ, ପରୀକ୍ଷାର୍ଥୀମାନେ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉଠାଇଛନ୍ତି। ଏହା ଦେଶର ସବୁଠାରୁ ବୃହତ୍ତ ପରୀକ୍ଷା। ଏହି ବୃହତ୍ତ ପରୀକ୍ଷା ଗୋଟିଏ ଥରରେ ହୋଇଥାଏ। ୨୪ ଲକ୍ଷ ପିଲା ୪,୭୫୦ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। କେବଳ ୬ଟି କେନ୍ଦ୍ରର ୧୬ଶହ ପରୀକ୍ଷାର୍ଥୀ ପ୍ରଭାବିତ ହୋଇଛନ୍ତି। ଭୁଲ ପ୍ରଶ୍ନପତ୍ର ବଣ୍ଟନ ଯୋଗୁ ଏପରି ହୋଇଛି। 

ଏହା ସହ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି ସେମାନଙ୍କୁ କମ ସମୟ ମିଳିଥିଲା।  ଆମେ ହାଇକୋର୍ଟଙ୍କୁ କହି ସାରିଛୁ ଯେ ବିଶେଷଜ୍ଞମାନଙ୍କୁ ନେଇ ଗୋଟିଏ ଅଭିଯୋଗ କମିଟି ଗଠନ କରାଯାଇଛି। ଏହି କମିଟି କେତେ ସମୟ ନଷ୍ଟ ହୋଇଛି, ପରୀକ୍ଷା କେନ୍ଦ୍ରରୁ ଆସିଥିବା ରିପୋର୍ଟ ଓ ସିସିଟିଭିର ଯାଞ୍ଚ କରିବ ବୋଲି ସୁବୋଧ କୁମାର । ସେପଟେ ନିଟର ଅନେକ ଆଶାୟୀ ଅଭିଯୋଗ କରିଛନ୍ତି ଯେ ମାର୍କ ଦେବାରେ ହେରଫେର କରାଯାଇଛି। ଏଥିପାଇଁ ସମାନ ୬ଟି କେନ୍ଦ୍ରର ୬୭ ଜଣ ପିଲା ରାଙ୍କ ୧ରେ ରହିଛନ୍ତି। ସେମାନଙ୍କ ମାର୍କ ମଧ୍ୟ ସମାନ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.