ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଏହି ଦୁଇଚକିଆ ଇଭି ନିର୍ମାତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବେ ସରକାର, ଚାଲିଛି ପ୍ରସ୍ତୁତି…

ନୂଆଦିଲ୍ଲୀ ୧୩/୯: ଯେଉଁ ଇଲେକ୍ଟ୍ରୋନିକ୍ ଦୁଇଚକିଆ ଗାଡି କମ୍ପାନୀମାନେ ଫେମ୍ ୨ ଯୋଜନାର ନିୟମ ପାଳନ କରୁନାହାଁନ୍ତି ସେମାନଙ୍କ ସମସ୍ୟା ବଢିପାରେ । କେନ୍ଦ୍ର ସରକାର ଫେମ୍ ୨ ଯୋଜନାର ମାନଦଣ୍ଡ ପାଳନ ନକରି ପ୍ରୋତ୍ସାହନ ରାଶିର ଦାବି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ଯାନୁଷ୍ଠାନ ନେବେ ସରକାର । ଏମିତି ୭ଟି କମ୍ପାନୀଙ୍କଠୁ ୪୬୯ କୋଟି ଟଙ୍କା ଫେରାଇନେବା ପାଇଁ ଯୋଜନା କରୁଛନ୍ତି ସରକାର । 

ସରକାର ହିରୋ ଇଲେକ୍ଟ୍ରିକ୍, ଓକିନାୱା ଅଟୋଟେକ୍, ଏମ୍ପିୟର ଇଭି, ରିଭୋଲ୍ଟ ମୋଟର୍ସ, ବେନଲିଂ ଇଣ୍ଡିଆ, ଏମୋ ମୋବିଲିଟି ଏବଂ ଲୋହିୟା ଅଟୋକୁ ପ୍ରୋତ୍ସାହନ ରାଶି ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏମାନଙ୍କୁ ନୋଟିସ୍ ପଠାଯାଇଛି । ତେବେ ଏଗୁଡିକ ମଧ୍ୟରୁ କେବଳ ରିଭୋଲ୍ଟ ମୋଟର୍ସ ରାଶି ଫେରାଇଛି । 

ନୀତିନ ଗଡକରୀଙ୍କ ବଡ ଘୋଷଣା ! କାରରେ ୬ ଏୟାରବ୍ୟାଗ୍ ବାଧ୍ୟତାମୂଳକ ହେବନି...

ଯୋଜନାର ନିୟମ ଅନୁସାରେ ଭାରତରେ ନିର୍ମିତ ପାର୍ଟ ବ୍ୟବହାର କରି ଇଲେକ୍ଟ୍ରିକ୍ ଗାଡି ନିର୍ମାଣ ପାଇଁ ପ୍ରୋତ୍ସାହନ ଅନୁମତି ଦିଆଯାଇଥିଲା କିନ୍ତୁ ଯାଞ୍ଚରେ ଜଣାପଡିଛି କି ଏହି ୭ କମ୍ପାନୀମାନେ ଆମଦାନୀ ହୋଇଥିବା ପାର୍ଟ ବ୍ୟବହାର କରିଛନ୍ତି । ତେଣୁ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ପ୍ରସ୍ତୁତ ହେଉଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.