ନୂଆଦିଲ୍ଲୀ : ମୋଦି ସରକାର ବାଂଲାଦେଶରେ ଚାଲିଥିବା ସ୍ଥିତିକୁ ଦେଖି ଭାରତ-ବାଂଲାଦେଶ ସୀମା (ଆଇବିବି)ରେ ଥିବା ସ୍ଥିତିର ଅନୁଧ୍ୟାନ କରିବାକୁ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ବାଂଲାଦେଶରେ ନିଜର ସମକକ୍ଷ ଅଧିକାରୀଙ୍କ ସହ କଥାବାର୍ତ୍ତା ବଜାୟ ରଖିବ , ଯାହାକି ସେଠାରେ ରହୁଥିବା ଭାରତୀୟ ନାଗରିକ, ହିନ୍ଦୁ ଓ ଅନ୍ୟ ସଂଖ୍ୟା ଲଘୁ ସଂପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରାଯାଇ ପାରିବ। ଶୁକ୍ରବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି କଥା ଘୋଷଣା କରିବା ପରେ କହିଛନ୍ତି।
ଅମିତ ଶାହ ଟ୍ୱିଟ୍ କରି ଲେଖିଛନ୍ତି , ବାଂଲାଦେଶରେ ଜାରି ସ୍ଥିତିକୁ ନଜରରେ ରଖି ମୋଦି ସରକାର ଭାରତ-ବାଂଲାଦେଶ ସୀମା (ଆଇବିବି) ରେ ଥିବା ସ୍ଥିତି ଉପରେ ନଜର ରଖିବା ପାଇଁ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ବାଂଲାଦେଶରେ ନିଜର ସମକକ୍ଷ ଅଧିକାରୀଙ୍କ ସହ ସଂପର୍କ ଜାରି ରଖିବେ , ଯାହାକି ସେଠାରେ ରହୁଥିବା ଭାରତୀୟ ନାଗରିକ , ହିନ୍ଦୁ ଓ ଅନ୍ୟ ସଂଖ୍ୟା ଲଘୁ ସଂପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରାଯାଇ ପାରିବ। ଏହି କମିଟିର ଅଧ୍ୟକ୍ଷତା ଏଡିଜି , ସୀମା ସୁରକ୍ଷା ବାହିନୀ , ଇଷ୍ଟର୍ଣ୍ଣ କମାଣ୍ଡ କରିବେ।
ଗୃହ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସରକାର ଯଥା ସମ୍ଭବ ପ୍ରୟାସ କରିବେ , ଯାହାକି ବାଂଲାଦେଶରେ ଭାରତୀୟ ଓ ହିନ୍ଦୁ ସଂପ୍ରଦାୟର ହିତର ସୁରକ୍ଷା କରାଯାଇ ପାରିବ। ଏହି କମିଟିକୁ ବିଶେଷ ରୂପେ ଭାରତ-ବାଂଲାଦେଶ ସୀମାରେ ସୁରକ୍ଷା ଓ ସ୍ଥିତି ଉପରେ ନଜର ରଖିବାର କାର୍ଯ୍ୟ ପ୍ରଦାନ ଯାଇଛି। ଏହି ପଦକ୍ଷେପ ନିକଟରେ ବାଂଲାଦେଶରେ ଜାରି ଉତ୍ତେଜିତ ମାହୋଲ ମଧ୍ୟରେ ନିଆଯାଇଛି, ଯେଉଁଥିରେ ଭାରତୀୟ ନାଗରିକ ଓ ସଂଖ୍ୟା ଲଘୁ ସଂପ୍ରଦାୟର ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରାଯାଉଥିଲା।
ଉଲ୍ଲେଖନୀୟ ଯେ , ସୋମବାର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପଦରୁ ଇସ୍ତଫା ଦେବା ଓ ଦେଶ ଛାଡ଼ି ଭାରତ ଆସିବା ପରେ ଜାରି ହିଂସାରେ ଅନେକ ହିନ୍ଦୁ ମନ୍ଦିର, ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଭଙ୍ଗାରୁଜା କରାଯାଇଛି ଏବଂ ଅୱାମୀ ଲିଗ୍ ସହ ଜଡ଼ିତ ଅତି କମ୍ରେ ଦୁଇ ଜଣ ହିନ୍ଦୁ ନେତାଙ୍କ ହତ୍ୟା କରି ଦିଆ ଯାଇଛି।