ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରଣପୁର ସଂରକ୍ଷିତ ଜଙ୍ଗଲରେ ଚାଲିଛି ବ୍ୟାପକ ଗଛକଟା, ଫାର୍ମହାଉସ୍ ଓ କୁକୁଡା ଫାର୍ମ ନିର୍ମାଣ, ରାଜ୍ୟ ସରକାରଙ୍କୁ ଗ୍ରୀନ୍ ଟ୍ରିବୁନାଲ୍‌ର ନୋଟିସ୍

ନୟାଗଡ଼, ୩୧/୦୫ : ନୟାଗଡ଼ ଜିଲ୍ଲା ରଣପୁର ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ଗଛକଟା, ଫାର୍ମହାଉସ୍ ଓ କୁକୁଡା ଫାର୍ମ  ନିର୍ମାଣକୁ ନେଇ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ମଧ୍ୟ ଏକ କମିଟି ଗଠନ କରିଛନ୍ତି। ନୟାଗଡ଼ ଜିଲ୍ଲାପାଳ, ଖୋର୍ଦ୍ଧା ଡିଏଫଓ ଓ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ବୈଜ୍ଞାନିକଙ୍କୁ ନେଇ ତିନି ଜଣିଆ କମିଟି ଏହାର ତଦନ୍ତ କରିବ। ଓଡଗାଁର ଜଣେ ପରିବେଶ ପ୍ରେମୀ ଶ୍ରୀକାନ୍ତ ଦାଶଙ୍କ ଆବେଦନ ଉପରେ ବିଚାର କରି ଏନଜିଟି ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାରେ ରାଜ୍ୟ ସରକାର, ରାଜ୍ୟ ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ, ରାଜସ୍ଵ ବିଭାଗ ସଚିବ, ମୁଖ୍ୟ ବନ ସଂରକ୍ଷକ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନୟାଗଡ ଜିଲ୍ଲାପାଳ, ନୟାଗଡ ଏସପି, ରଣପୁର ତହସିଲଦାରଙ୍କୁ ନୋଟିସ ଜାରି ହୋଇଛି। ସେହିଭଳି ସଂରକ୍ଷିତ ଜଙ୍ଗଲକୁ ଜବରଦଖଲ କରିଥିବା ଅଭିଯୋଗରେ ସ୍ଵରାଜ ମହାନ୍ତି ଓ ତାଙ୍କ ପତ୍ନୀ ରଙ୍ଗୀନ ମହାନ୍ତିଙ୍କୁ ମଧ୍ୟ ନୋଟିସ୍ ଜାରି ହୋଇଛି। ଏମାନେ ସଂରକ୍ଷିତ ଜଙ୍ଗଲରେ ଫାର୍ମହାଉସ୍ କରିବା ସହ ପୋଖରୀ ଖୋଳି ମାଛ ଚାଷ କରୁଛନ୍ତି। ଅନେକ ଗଛ କାଟି ଜଙ୍ଗଲ ସଫା କରି ତାକୁ ନିଜ ଯାଗା ଭଳି ବ୍ୟବହାର କରୁଛନ୍ତି। ନିୟମ ଅନୁସାରେ ସଂରକ୍ଷିତ ଜଙ୍ଗଲରେ କୌଣସି ନିର୍ମାଣ କିମ୍ଵା ଅନ୍ୟ ଅଣ-ଜଙ୍ଗଲ କାର୍ଯ୍ୟ ହୋଇପାରିବ ନାହିଁ। ଏହା ଦ୍ଵାରା ପ୍ରାକୃତିକ ପରିବେଶ ନଷ୍ଟ ହେଉଛି ବୋଲି ଟ୍ରିବୁନାଲ୍ ନିକଟରେ ଆବେଦନକାରୀଙ୍କ ଓକିଲ ଶ୍ରୀ ଅଖଣ୍ଡ ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ଆବେଦନକୁ ବିଚାର କରି ସରକାରଙ୍କୁ ନୋଟିସ ଜାରି କରିବା ସହ ତିନି ଜଣିଆ କମିଟି ଏହି ଘଟଣାର ସରଜମିନ ତଦନ୍ତ କରି ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.