ଜୟପୁର, ୧୭।୪: କୁହାଯାଏ ଯେ ଲକ୍ଷ୍ୟ ସ୍ଥିର ଥିଲେ ସଫଳତା ନିଶ୍ଚିତ ଭାବେ ମିଳିଥାଏ । ରାଜସ୍ଥାନର ୨୩ ବର୍ଷୀୟା ମାହି ଶର୍ମା ଏହାର ଉପଯୁକ୍ତ ଉଦାହରଣ । ୟୁପିଏସ୍ସି ପରୀକ୍ଷାରେ ଦ୍ୱିତୀୟ ପ୍ରୟାସରେ ମାହି କୃତକାର୍ଯ୍ୟ ହୋଇଛନ୍ତି । ସେ ୧୦୬ ରାଙ୍କ ହାସଲ କରି ଆଇପିଏସ୍ ହେବାକୁ ଯାଉଛନ୍ତି । ମାହିଙ୍କ ଘର ଧାର୍ ଜିଲ୍ଲା ରାଜଗଡ଼ ସହର ସରଦାରପୁର ତହସିଲରେ ଥିବା ରାଜେନ୍ଦ୍ର କଲୋନୀରେ । ଗତ କିଛି ବର୍ଷ ହେଲା ସେ ୟୁପିଏସ୍ସି ପରୀକ୍ଷା ଲାଗି ପ୍ରସ୍ତୁତି କରୁଥିଲେ । ପ୍ରଥମ ପ୍ରୟାସରେ ତାଙ୍କୁ ସନ୍ତୋଷଜନକ ପରିଣାମ ମିଳିନଥିଲା । ତେବେ ଭାଙ୍ଗିନପଡ଼ି ପୁଣି ପୂର୍ଣ୍ଣ ମନଯୋଗ ସହିତ ପ୍ରସ୍ତୁତିରେ ଲାଗିପଡ଼ିଥିଲେ । ଦ୍ୱିତୀୟ ପ୍ରୟାସରେ ସେ ସଫଳତା ହାସଲ କରିଛନ୍ତି ।
ଏହି ଉପଲବ୍ଧିର ଶ୍ରେୟ ମାହି ନିଜ ବାପା, ମା’, ଶିକ୍ଷକ ଦେବେନ୍ଦ୍ର କୁମାର ସତପୁଡ଼ାଙ୍କୁ ଦେଇଛନ୍ତି । ମାହି କହିଛନ୍ତି, ଶିକ୍ଷକ ସତପୁଡ଼ା ଦ୍ୱାଦଶ ଶ୍ରେଣୀ ପଢ଼ିବା ସମୟରେ ମୋତେ ୟୁପିଏସ୍ସି ପରୀକ୍ଷା ଲାଗି ପ୍ରସ୍ତୁତ ହେବାକୁ ସ୍ୱପ୍ନ ଦେଖାଇଥିଲେ । ତାଙ୍କର ଲଗାତର ମାର୍ଗଦର୍ଶନ ଯୋଗୁ ହିଁ ଆଜି ମୁଁ ଏକ ଛୋଟ ଗାଁରୁ ବାହାରି ଏହି ସଫଳତା ପାଇଛି । ମାହିଙ୍କ ବାପାଙ୍କର ଏକ ସଉଦା ଦୋକାନ ରହିଛି । ମା’ ଜଣେ ଗୃହିଣୀ ।