ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାରଙ୍ଗରେ ନିର୍ବାଚନୀ ହିଂସା : ୨ ଗୋଷ୍ଠୀ ମୁହାଁମୁହିଁ, ପୋଲିସର ଲାଠି ଚାର୍ଜ

ଭୁବନେଶ୍ବର ୨୫।୫, ବାରଙ୍ଗ ଅଞ୍ଚଳରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।  ପୂର୍ବ ଗଣ୍ଡଗୋଳ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଦୁଇ ଗୋଷ୍ଠୀଙ୍କୁ ଘଉଡ଼ାଇବାକୁ ପୁଲିସ ପକ୍ଷରୁ ଲାଠି ଚାଳନା କରାଯାଇଛି। 

ଭୋଟକୁ ନେଇ ମଧୁସୂଦନପୁର ଏବଂ ଦାଢ଼ାପାଟଣା ଗ୍ରାମର ଏକ ଗୋଷ୍ଠୀ ପାଖାପାଖି ୧୦ରୁ ଅଧିକ ବାଇକ୍ ଦ୍ଵାରା ଗୋଡେଇ ଆମ୍ବ ବୋରେଇ ଗ୍ରାମର ଅନ୍ୟ ଏକ ଗୋଷ୍ଠୀଙ୍କୁ  ଆକ୍ରମଣ କରିଛନ୍ତି। ଖବର ପାଇ ପୁଲିସ୍ ଏବଂ ସୁରକ୍ଷା ବଳ ପହଞ୍ଚି ନୂଆ ପାଟଣା ଗାଁରେ ଲାଠି ଚାର୍ଜ କରିଛନ୍ତି। ଘଟଣା ସ୍ଥଳରୁ ଉଭୟ ଗୋଷ୍ଠୀର କିଛି ଯୁବକଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ଆହୁରି ପଢନ୍ତୁ : ନିର୍ବାଚନ ଡ୍ୟୁଟି ବେଳେ ପୋଲିଂ ଅଫିସରଙ୍କ ମୃତ୍ୟୁ, ୧୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.