ପ୍ରମୂଖ ଖବର

ଝାରପଡ଼ା ଜେଲ୍‌ରେ ଗ୍ରୁପ୍ ଫାଇଟ୍, ୪ରୁ ଉର୍ଦ୍ଧ୍ଵ ବିଚାରାଧୀନ କଏଦୀ ଗୁରୁତର

ଭୁବନେଶ୍ଵର, ୧୯/୦୩ : ଖୋର୍ଦ୍ଧା ସ୍ଵତନ୍ତ୍ର କାରାଗାର ପରେ ଝାରପଡ଼ା ଜେଲ୍‌ରେ ଗ୍ରୁପ୍ ଫାଇଟ୍। ଜେଲ ଭିତରେ ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ଏହି ଗଣ୍ଡଗୋଳରେ ୪ରୁ ଉର୍ଦ୍ଧ୍ଵ ବିଚାରାଧୀନ କଏଦୀ ଗୁରୁତର ହୋଇଛନ୍ତି। ଜେଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ଗତ କିଛିଦିନ ଧରି ଜେଲରେ ଗଣ୍ଡଗୋଳ ବଢିଛି। ଜେଲ୍ ଭିତରକୁ ନିଶାଦ୍ରବ୍ୟ ପ୍ରବେଶ କରୁଛି। ଏହାକୁ ନେଇ ଝାରପଡ଼ା ଜେଲ୍‌ରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ଗଣ୍ଡଗୋଳରେ ୪ରୁ ଉର୍ଦ୍ଧ୍ଵ ବିଚାରାଧୀନ କଏଦୀ ଗୁରୁତର ହୋଇଛନ୍ତି। ଜେଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ବିଚାରାଧୀନ କଏଦୀଙ୍କ ଆଖି ନଷ୍ଟ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଜେଲରେ ବ୍ରାଉନସୁଗର ସେବନ କରି ଅନ୍ତେବାସୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଜେଲ୍ ଭିତରକୁ କିଭଳି ନିଶାଦ୍ରବ୍ୟ ପ୍ରବେଶ କରୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ପ୍ରକାଶ ଥାଉକି, ଗତ ୧୭ ତାରିଖ ଦିନ ପୋଲିସ ଇନଫର୍ମର ସନ୍ଦେହରେ ଖୋର୍ଦ୍ଧା ଜେଲ୍‌ରେ ଜଣେ ଅନ୍ତେବାସୀଙ୍କୁ ଗୋଟିଏ ଗୋଷ୍ଠୀ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ। 






  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.