ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ଗୁରୁପ୍ରିୟା ସେତୁ ଛୁଇଁଲା ବାଲିମେଳା ଜଳ ଭଣ୍ଡାରର ପାଣି, ବିପଦ ମୁକ୍ତ କହିଲେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ...

ମାଲକାନଗିରି/ଚିତ୍ରକୋଣ୍ଡା ୨୭।୯ : ମାଲକାନଗିରି ଜିଲ୍ଲାରେ ଗତ କିଛିଦିନ ମଧ୍ୟରେ ପ୍ରବଳ ବର୍ଷା ହୋଇଥିବା ବେଳେ ଜିଲ୍ଲାର ନଦୀ,ନାଳ,ପୁଷ୍କରିଣୀ ଓ ଜଳ ଭଣ୍ଡାର ଗୁଡିକର ଜଳ ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଚିତ୍ରକୋଣ୍ଡା ସ୍ଥିତ ବାଲିମେଳା ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୫୧୬ ଫୁଟ ରହିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ୧୫୧୪.୧୦କୁ ଛୁଇଁଛି । 

ଜଳଭଣ୍ଡାର ଜଳସ୍ତର ବଢିବା ଫଳରେ ସ୍ବାଭିମାନ ଅଞ୍ଚଳ ଜାନବାଇ ଠାରେ ଥିବା ଗୁରୁପ୍ରିୟା ସେତୁ ବୁଡ଼ିବାର ଆଶଙ୍କା ରହିଛି । ସେତୁ ପ୍ରତି ବିପଦ ଦେଖା ଦେଇଥିବା କୁହାଯାଉଛି । ବର୍ତ୍ତମାନ ଗୁରୁପ୍ରିୟା ସେତୁର ଗାର୍ଡରରୁ ମାତ୍ର ଦୁଇରୁ ତିନି ଫୁଟ ତଳେ ଜଳସ୍ତର ରହିଛି । ଆଗକୁ ଜିଲ୍ଲାରେ ଲଗାଣ ବର୍ଷା ହେଲେ ଏହି ଜଳ ସ୍ତର ବୃଦ୍ଧି ପାଇ ସେତୁକୁ ଛୁଇଁପରେ ବୋଲି ଅନୁମାନ କରାଯାଉଛି । ସେପଟେ ଗୁରୁପ୍ରିୟା ପ୍ରିୟା ସେତୁ ନିକଟ ଜାନବାଇ ଗ୍ରାମରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ମଧ୍ୟ ବିପଦ ଦେଖା ଦେଲାଣି । କାରଣ ଜଳଭଣ୍ଡାରର ଜଳସ୍ତର ବଢିବା ଯୋଗୁଁ ସ୍ବାସ୍ଥ୍ୟକେନ୍ଦ୍ର ଚାରିପାର୍ଶ୍ଵ ପାଚେରୀକୁ ଜଳସ୍ତର ଛୁଇଁଥିବା ବେଳେ ଆଉ ୧ ଫୁଟ ଯଦି ଜଳସ୍ତର ବଢେ ତେବେ ସ୍ବାସ୍ଥ୍ୟକେନ୍ଦ୍ର ଓ ତାର ଆଖ ପାଖ ଅଞ୍ଚଳରେ ଥିବା ଘର ଭିତରେ ପାଣି ପଶି ଯିବ ବୋଲି ଜାନବାଇ ଗ୍ରାମବାସୀ ପ୍ରକାଶ କରିଛନ୍ତି। 

ଗତ କିଛିଦିନ ତଳେ ବାଲିମେଳା ଜଳଭଣ୍ଡାରର ଜଳସ୍ତରକୁ ହ୍ରାସ କରାଯାଇ ୧୫୧୨ ଫୁଟ ମଧ୍ୟରେ ସୀମିତ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଅଞ୍ଚଳରେ ବର୍ଷାର ପରିମାଣ କମିଯାଇ ଥିବା ବେଳେ ଜଳଭଣ୍ଡାରର ଜଳସ୍ତର ସର୍ବୋଚ୍ଚ ଜଳଧାରଣା କ୍ଷମତା ୧୫୧୬ ଫୁଟ ପର୍ଯ୍ୟନ୍ତ ରଖାଯିବା ନିମନ୍ତେ ପ୍ରଶାସନିକ ସ୍ତରରେ ନିଷ୍ପତ୍ତ ନିଆଯାଇଥିବା ଜଣାପଡିଛି । ଯଦି ଦିନେ ଦୁଇ ଦିନ ମଧ୍ଯରେ ଜଳସ୍ତର ୧୫୧୬ ପର୍ଯ୍ୟନ୍ତ ଛୁଏଁ ତେବେ ଗେଟ ଖୋଲାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ହସ୍ତଗତ ହୋଇଛି। ତେବେ ଏନେଇ ବାଲିମେଳା ପୋଟେରୁ ଜଳସେଚନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପିତବାସ ସେଠୀ କହିଛନ୍ତି ଯେ, ଅଞ୍ଚଳବାସୀ ଆତଙ୍କିତ ହେବା ଆବଶ୍ୟକ ନାହିଁ । 

ସବୁ ଦିଗରୁ ଯାଞ୍ଚ କରି ସାରିଛୁ ଏବଂ ସବୁକିଛି ସୁରକ୍ଷିତ ଏବଂ କାର୍ଯ୍ୟକ୍ଷମ ରହିଛି। ଏନେଇ ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ ମଧ୍ୟ ତତ୍ପର ରହିବା ସହ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସହ ସମସ୍ତ ବିଷୟରେ ଆଲୋଚନା କରିଛନ୍ତ। ଗୁରୁପ୍ରିୟା ସେତୁ ଗାର୍ଡର ପର୍ଯ୍ୟନ୍ତ ପାଣି ଲାଗିଲେ ମଧ୍ଯ ଚିନ୍ତା କରିବାର ନାହିଁ। ଜାନବାଇ ଅଞ୍ଚଳ ସମ୍ପୂର୍ଣ୍ଣ ବିପଦମୁକ୍ତ ରହିଥିଇବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.