ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୁଇ ଲାଟିନ୍ ଆମେରିକୀୟ ଦେଶ ମଧ୍ୟରେ ହୋଇପାରେ ଯୁଦ୍ଧ, ପ୍ରସ୍ତୁତ ହୋଇ ରହିଛି ସେନା; ଜାଣନ୍ତୁ କ’ଣ ରହିଛି କାରଣ ?

ନୂଆଦିଲ୍ଲୀ,୭।୧୨: ଋଷ-ୟୁକ୍ରେନ୍‌, ଇସ୍ରାଏଲ-ହାମସ ପରେ ଏବେ ଦୁଇ ଲାଟିନ୍ ଆମେରିକୀୟ ଦେଶ ଭିତରେ ଯୁଦ୍ଧ ସ୍ଥିତି ଦେଖିବାକୁ ମିଳିଛି। ଭେନେଜୁଏଲା ଓ ପଡୋଶୀ ଦେଶ ଗୁଏନା ଭିତରେ କେବେ ବି ଯୁଦ୍ଧ ହୋଇପାରେ। ଏହା ଭିତରେ ଗୁଏନାର ରାଷ୍ଟ୍ରପତି ଇରଫାନ୍‌ ଅଲ୍ଲୀ ବୁଧବାର କହିଛନ୍ତି, ତାଙ୍କ ଦେଶ ଭେନେଜୁଏଲାଠାରୁ ନିଜକୁ ବଞ୍ଚାଇବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି।

ଉଲ୍ଲେଖନୀୟ ଯେ, ଭେନେଜୁଏଲା କୌଣସ ମୂଲ୍ୟରେ ଘଞ୍ଚ ଜଙ୍ଗଳରେ ଭର୍ତ୍ତି ଇସେକ୍ୟୁବାକୁ  ନିଜ କବଜାରେ ନେବାକୁ ଚାହୁଁଛି। ଏହି ଅଞ୍ଚଳ ଅରବ ଡଲାରର ତୈଳ ଭଣ୍ଡାର ଓ ଖଣିଜରେ ଭରି ରହିଛି। ଏହି କାରଣରୁ ସେ ଅଞ୍ଚଳରେ ଭେନେଜୁଏଲା ଓ ଗୁୟାନ ନିଜ ନିଜର ଅଧିକାର ଦେଖାଇ ଆସୁଛନ୍ତି। ଭେନେଜୁଏଲାର ଦାବି ଅନୁସାରେ, ବିଭାଜନ ବେଳେ  ଗୁଏନା ଇସେକ୍ୟୁବା ଅଞ୍ଚଳକୁ ଚୋରାଇ ନୋଇଥିଲା। ଏଭଳି ସ୍ଥିତିରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରେ ନିଜ ଦେଶର ଲୋକଙ୍କଠାରୁ ଏନେଇ ଜନମତ ସଂଗ୍ରମ କରିଥିଲେ, ଏହାପରେ ରାଷ୍ଟ୍ରପତି ଇସେକ୍ୟୁବାକୁ ଭେନେଜୁଏଲା ଭିତରେ ସାମିଲ କରିବା ଉପରେ ନିଜର ସହମତି ପ୍ରକାଶ କରିଥିଲେ। ଏଭଳି ସ୍ଥିତିରେ ଦୁଇ ଦେଶ ଭିତରେ ବିବାଦ ବଢି ଯାଇଛି। 

ଗୁଏନାର ରାଷ୍ଟ୍ରପତିଙ୍କୁ ଏହା ପଚରା ଯାଇଥିଲା କ’ଣ ସେ ସାମରିକ ସହାୟତାର ଅନୁରୋଧ କରିଛନ୍ତି ?  ଇରଫାନ୍‌ ଅଲ୍ଲୀ କହିଛନ୍ତି ତାଙ୍କ ସରକାର ଇସେକ୍ୟୁବାକୁର ରକ୍ଷା ପାଇଁ ସହଯୋଗୀ  ଓ ଆଞ୍ଚଳିକ ଭାଗିଦାରୀ  ପର୍ଯ୍ୟନ୍ତ ପହଁଞ୍ଚୁଛନ୍ତି, ଯେଉଁଥିରେ ଗୁଏନା ପ୍ରତିରକ୍ଷା ଚୁକ୍ତି ହୋଇଛି। ଆମେ ଏହି ବିପଦକୁ ଖୁବ୍ ଗମ୍ଭୀରତାର ସହ ନେଇଛୁ। ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ବହୁ ପଦକ୍ଷେପ ନେଇଛୁ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.