ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୧ ବର୍ଷ ପରେ ଅଲଗା ହେଲେ ଜିଭି ପ୍ରକାଶ କୁମାର-ସୈନ୍ଧଭି

ମୁମ୍ବାଇ,୧୪/୫: କଣ୍ଠଶିଳ୍ପୀ ସୈନ୍ଧଭିଙ୍କ ଠାରୁ ଛାଡ଼ପତ୍ର ଘୋଷଣା କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ତଥା ଅଭିନେତା ଜିଭି ପ୍ରକାଶ କୁମାର । ବିବାହର ୧୧ ବର୍ଷ ପରେ ପ୍ରକାଶ ଏବଂ ସୈନ୍ଧଭି ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଜିଭିପ୍ରକାଶ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଛାଡପତ୍ର ବିଷୟରେ ସୂଚନା ଦେଇଛନ୍ତି ।

ତେବେ ଜିଭି  ପ୍ରକାଶ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଲେଖିଛନ୍ତି,'ବହୁ ଚିନ୍ତା ପରେ ସୈନ୍ଧଭି ଏବଂ ମୁଁ ବିବାହର ୧୧ ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ପରସ୍ପର ପ୍ରତି ସମ୍ମାନ ରକ୍ଷା କରୁଥିବାବେଳେ ଆମର ମାନସିକ ଶାନ୍ତି ଏବଂ ସୁସ୍ଥତା ପାଇଁ ଏହା ହେଉଛି ଭଲ ନିଷ୍ପତ୍ତି । ଆମ ଜୀବନରେ ଏହି ବ୍ୟକ୍ତିଗତ ପରିବର୍ତ୍ତନକୁ ନେଇ ଗଣମାଧ୍ୟମ, ବନ୍ଧୁ ଏବଂ ପ୍ରଶଂସକମାନେଆମର ଗୋପନୀୟତାକୁ ବୁଝନ୍ତୁ ଏବଂ ସମ୍ମାନ କରନ୍ତୁ। ଆମେ ବିଶ୍ୱାସ କରୁଛୁ ଏହା ପରସ୍ପର ପାଇଁ ଭଲ ନିଷ୍ପତ୍ତି । ଆପଣଙ୍କର ବୁଝିବା ଏବଂ ସମର୍ଥନ ଏହି କଷ୍ଟ ସମୟରେ ବହୁତ କିଛି । ଧନ୍ୟବାଦ।

ଏହି ଦମ୍ପତି ୨୦୧୩ ରେ ବିବାହ କରିଥିଲେ । ବିବାହର ୭ ବର୍ଷ ପରେ ଏହି ଦମ୍ପତି ୨୦୨୦ରେ ଝିଅ ଅନଭିଙ୍କ ପିତାମାତା ହୋଇଥିଲେ । ସୈନ୍ଧଭି ଜଣେ କର୍ଣ୍ଣାଟକ ଲୋକପ୍ରିୟ ଗାୟିକା  ହୋଇଥିବାବେଳେ ପ୍ରକାଶ ତାମିଲ ଏବଂ ତେଲୁଗୁ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଗାୟକ ଏବଂ ଅଭିନେତା  । ଏହି ଯୋଡି ଅନେକ ପ୍ରୋଜେକ୍ଟରେ ଏକାଠି କାମ କରିଛନ୍ତି । ପ୍ରକାଶ ଥାଉକି, ଜିଭି ପ୍ରକାଶ ହେଉଛନ୍ତି ଓସ୍କାର ବିଜେତା ଏଆର ରେହମାନଙ୍କ ଭଣଜା । ସେ ବର୍ତ୍ତମାନ କଙ୍ଗନା ରାଣାୱତଙ୍କ ଏମରଜେନ୍ସି, ଅକ୍ଷୟ କୁମାରଙ୍କ ସରଫିରା, ନିତିନଙ୍କ ରବିନ୍ ହୁଡ୍ ଏବଂ ତାମିଲ, ତେଲୁଗୁ ଏବଂ ହିନ୍ଦୀର ବହୁ ସଂଖ୍ୟକ ଚଳଚ୍ଚିତ୍ର ରଚନା କରିବାରେ ବ୍ୟସ୍ତ ଅଛନ୍ତି । 




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.