ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାହିଁକି ଅଧା ପରିକ୍ରମା କରାଯାଏ ଶିବ ମନ୍ଦିର? ଜାଣନ୍ତୁ କେଉଁ ଦେବଦେବୀଙ୍କୁ କେତେ ଥର ପରିକ୍ରମା କରିବା ଉଚିତ୍‌

ଭୁବନେଶ୍ୱର ୧୮/୦୩: ମନ୍ଦିରରେ ଦେବଦେବୀଙ୍କୁ ପୂଜାର୍ଚ୍ଚନା ପରେ ଠାକୁରଙ୍କୁ ଏବଂ ମନ୍ଦିର ବେଢ଼ା ପରିକ୍ରମା କରିବାକୁ ହୁଏ । ଏହା ସହିତ ପୂଜାର୍ଚ୍ଚନା ସମ୍ପୂର୍ଣ୍ଣ ହୋଇଥାଏ । ମନ୍ଦିର ବା ଠାକୁରଙ୍କୁ ପରିକ୍ରମା କରିବାର ନିୟମ ରହିଛି । ପରିକ୍ରମା ଡାହାଣ ପଟୁ ଅର୍ଥାତ୍‌ ଦକ୍ଷିଣ ପଟୁ ଆରମ୍ଭ କରିବା ଉଚିତ । ଏଥିପାଇଁ ପରିକ୍ରମାକୁ ପ୍ରଦକ୍ଷିଣ ମଧ୍ୟ କୁହାଯାଇଥାଏ । ମାନ୍ୟତା ରହିଛି ଯେ ମନ୍ଦିର ପରିସରରେ ଅନୁଭୂତ ସକାରାତ୍ମକ ଉର୍ଜା ଉତ୍ତରରୁ ଦକ୍ଷିଣାବର୍ତ୍ତୀ ହୋଇ ପ୍ରବାହିତ ହେଉଥାଏ । ଏଣୁ ଆମେ ଦକ୍ଷିଣରୁ ଉତ୍ତର ଦିଗ ଆଡ଼କୁ ଗତି କରିବା ସହିତ ସେହି ସକାରାତ୍ମକ ଉର୍ଜା ଆମ ସହ ରହିଥାଏ । ଏହାର ପ୍ରଭାବରେ ଆମ ମନ ଏକାଗ୍ର ରହେ ଏବଂ ଭକ୍ତି ଭାବରେ ଭଟ୍ଟା ପଡ଼େ ନାହିଁ । 

ସାଧାରଣ ପୂଜା କରିବା ପରେ ବି ପରିକ୍ରମା କରାଯାଇଥାଏ । ପ୍ରତ୍ୟେକ ଦେବଦେବୀଙ୍କ ଲାଗି ପରିକ୍ରମା କରିବାର ସଂଖ୍ୟା ନିୟମରେ ଭିନ୍ନତା ରହିଛି । ଯେପରି କି ସୂର୍ଯ୍ୟ ଦେବଙ୍କୁ ୭ଥର ପ୍ରଦକ୍ଷିଣ କରାଯାଉଥିବାବେଳେ ହନୁମାନଜୀଙ୍କୁ ୩ଥର ଏବଂ ଦେବୀ ମା’ଙ୍କୁ ଥରେ ପରିକ୍ରମା କରାଯାଏ । ପରିକ୍ରମା ନିଜ ଚାରିପଟେ ଘୂରିଆସିବା ଦ୍ୱାରା ମଧ୍ୟ ସମ୍ପନ୍ନ ହୋଇଥାଏ । ତେବେ ଦେବଦେବ ମହାଦେବଙ୍କୁ ପୁରା ପରିକ୍ରମା କରାଯାଏ ନାହିଁ । ଏପରି କରାଯିବା ପଛରେ ନିର୍ଦ୍ଦିଷ୍ଟ କାରଣ ରହିଛି । ଶିବଲିଙ୍ଗ ଦୁଇଭାଗରେ ଗଠିତ ହୋଇଥାଏ । ଗୋଟିଏ ଭାଗ ଲିଙ୍ଗ ଏବଂ ଅନ୍ୟ ଭାଗଟି ମୂଳାଧାର ବା ଜଳାଧାର । ଏହି ଜଳାଧାରୀ ମାତୃଶକ୍ତିର ବି ପ୍ରତୀକ ଭାବେ ଗ୍ରହଣ କରଯାଏ । ପରିକ୍ରମା କରିବା ସମୟରେ ଏହି ଜଳାଧାରୀକୁ ଡେଇଁବା ଅନୁଚିତ । ଏଣୁ ଜଳାଧାରର ମୁଖ ପର୍ଯ୍ୟନ୍ତ ପହଞ୍ଚି ପୁଣି ସେଠାରୁ ଫେରିଯିବାକୁ ହୁଏ । ଏପରି ଲିଙ୍ଗର ଅର୍ଦ୍ଧାଧିକ ଭାଗ ପରିକ୍ରମା ସମ୍ପୂର୍ଣ୍ଣ ହେବା ସହିତ ଏହାକୁ ପୁରା ପରିକ୍ରମା ଭାବେ ଧରି ନିଆଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.