ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

୪୩ ବର୍ଷରେ ମହେନ୍ଦ୍ର ସିଂ ଧୋନି , ଜନ୍ମଦିନ ପାଇଁ ଫ୍ୟାନ୍ସ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୭/୭:ଫିଲ୍ଡରେ ମ୍ୟାଚ୍‌ ବିଜୀୟ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଯୋଗୁଁ ସେ ହେଉଛନ୍ତି କ୍ୟାପ୍ଟେନ କୁଲ । ସେ ପିଚ୍‌ରେ ଥିଲେ ବିଜୟ ନିଶ୍ଚିନ୍ତ । କ୍ରିକେଟ କୋହିନୂର ସଚିନ ତେନ୍ଦୁଲକରଙ୍କ ପରେ ଯଦି କିଏ ଥାଆନ୍ତି ତ ସେ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ। କ୍ରିକେଟରେ ଏମସଏଡିଙ୍କ ନାମ ହିଁ କାଫି । କ୍ୟାପଟେନ କୁଲ,ମାହି,ରାଞ୍ଚି ରାଜକୁମାର ତଥା ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ଆଜି ଜନ୍ମଦିନ । ୪୩ ବର୍ଷରେ ପର୍ଦାପଣ କରିଛନ୍ତି ଧୋନୀ । ଥାଲାଙ୍କ ଜନ୍ମଦିନରେ ସାଥୀ ଖେଳାଳିଙ୍କ ସମେତ କୋଣ ଅନୁକୋଣରୁ ଶୁଭେଚ୍ଛା ସୁଅ ଛୁଟିଛି ।

କ୍ରିକେଟ ଜଗତର ଜଣେ ସଫଳ କ୍ୟାପଟେନ ମାହି । ୧୯୮୧ ମସିହା ଆଜିର ଦିନରେ ଝାଡଖଣ୍ଡର ପାନ ସିଂ ଓ ଦେବକୀଙ୍କ କୋଳରେ ଜନ୍ମ ହୋଇଥିଲେ ଧୋନୀ । ମଧ୍ୟବିତ୍ତ ପରିବାରରେ ଜନ୍ମିତ ଧୋନୀଙ୍କ ସ୍ବପ୍ନ କିନ୍ତୁ ବିଶାଳ ଥିଲା । କ୍ରିକେଟ ସ୍ବପ୍ନ ପୁରଣ କରିବାକୁ ଅନେକ ସଂଘର୍ଷ କରିଛନ୍ତି ଧୋନୀ । ରାଞ୍ଚି ବଏ ୨୮ବର୍ଷ ପରେ ଭାରତକୁ ଆଉ ଏକ ବିଶ୍ବକପ ଆଣିଦେବେ ବୋଲି କେହି କଳ୍ପନା ବି କରିନଥିଲେ । କେବଳ ଗୋଟିଏ ବିଶ୍ବକପ ନୁହେଁ ଆଇସିସିର ୩ଟି ଯାକ ଟ୍ରଫି ଧୋନୀ ହିଁ ଉଠାଇଛନ୍ତି । ଆଉ ଏମିତି କରିବାରେ ଧୋନୀ ହେଉଛନ୍ତି ବିଶ୍ବର ପ୍ରଥମ କ୍ରିକେଟର । ସଚିନଙ୍କ ସ୍ବପ୍ନ ସାକାର କରିଥିଲେ ଧୋନୀ । କ୍ରିଜରେ ବ୍ୟାଟିଂ ବେଳେ ହେଉ ବା ୱିକେଟ ପଛରେ ଧୋନୀଙ୍କ ପ୍ରଦର୍ଶନ ସର୍ବଦା ଉଚ୍ଚକୋଟୀର ହୋଇ ରହିଛି । ୨୦୦୪ରେ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ପାଦ ଥାପିଥିଲେ । ୨୦୦୪ରେ ବାଂଲାଦେଶ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳିଥିଲେ । ୨୦୦୬ ଡିସେମ୍ବର ୧ରେ ଟି-୨୦ରେ ପ୍ରଥମ ମ୍ୟାଚ ଖେଳିଥିଲେ । କ୍ରିକେଟରେ ଯେତେ ଯେତେ ସଫଳ ହେଲେ ତାଙ୍କ କ୍ୟାରିଅର ଗ୍ରାଫ୍‌ ସେତେ ଉପରକୁ ଉଠିବାକୁ ଲାଗିଲା । ଏହାପରେ ମାହି ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଗୋଟିଏ  ପରେ ଗୋଟିଏ ରଚିଲେ ଇତିହାସ। 

ମହେନ୍ଦ୍ର ସିହ ଧୋନୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଆଖ୍ୟା ପାଇଛନ୍ତି । ମାହିଙ୍କୁ ପଦ୍ମ ଭୂଷଣ,ପଦ୍ମଶ୍ରୀ,ରାଜୀବ ଗାନ୍ଧୀ ଖେଲ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଭାରତର ଜଣେ ସଫଳତମ ଦିନିକିଆ ଅନ୍ତର୍ଜାତୀୟ ଅଧିନାୟକ ଧୋନୀ ଭାରତୀୟ ଏକ ଦିନିକିଆ ଦଳର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବରେ ଜଣାଶୁଣା । ତେବେ ଟିମ୍ ଇଣ୍ଡିଆ ପୂର୍ବତନ ଅଧିନାୟକ ଧୋନୀଙ୍କ ୪୩ ତମ ଜନ୍ମଜଦିନରେ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ମାହି ମଧ୍ୟ ତାଙ୍କ ପରିବାର ସହ ଜନ୍ମଦିନ ପାଳନ କରିଛନ୍ତି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.