ପ୍ରମୁଖ ଖବର
  • ଭୁବନେଶ୍ୱର : ଜାତୀୟ ସ୍ତରୀୟ ଗବେଷଣା ସୁଯୋଗ, ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ
  • ||
  • ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା
  • ||
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ହରିଚନ୍ଦନପୁର ବ୍ଲକ ଏବିଡିଓ ବିଦୁଭୂଷଣ ଜେନାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଘଟଗାଁ ୧୩/୦୫: କେନ୍ଦୁଝର ହରିଚନ୍ଦନପୁର ରେଲୱେ ଷ୍ଟେସନ ନିକଟସ୍ଥ ମଙ୍ଗଳପୁର ଓଭର ବ୍ରିଜ ତଳ ଟ୍ରେନ୍ ଧାରଣା ଉପରୁ ସନ୍ଦେହଜନକ ଅବସ୍ଥାରେ ହରିଚନ୍ଦନପୁର ବ୍ଲକ ଏବିଡିଓଙ୍କ ମୃତଦେହ ଉଦ୍ଧାର । ମୃତ ଏବିଡିଓ ହେଲେ ହାଟଡିହି ବ୍ଲକ ନିସଙ୍ଗପୁର ଗ୍ରାମର ବିଦୁଭୂଷଣ ଜେନା । ତେବେ ମୃତ ଏବିଡିଓଙ୍କର ଚଳନ୍ତା ଟ୍ରେନରୁ ପଡ଼ି ମୃତ ହୋଇଥିବା ସନ୍ଦେହ କରାଯାଉଛି। ତେବେ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ। ଏବିଡିଓଙ୍କୁ ମାରି ଧାରଣ ଉପର କେହି ପକାଇ ଦେଇଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଘଟଣା ସ୍ଥଳରେ ହରିଚନ୍ଦନପୁର ପୋଲିସ ପହଞ୍ଚି ମୃତଦେହକୁ ଜବଜ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.