ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫ୍ଲୋର ଟେଷ୍ଟରେ ଭାଗ ନେଇ ପାରିବେ ହେମନ୍ତ ସୋରେନ୍, ପିଏମ୍‌ଏଲଏ କୋର୍ଟ ଦେଲେ ଅନୁମତି

ରାଞ୍ଚି,୩।୨:  ଝାଡଖଣ୍ଡ ବିଧାନସଭାରେ ହେବାକୁଥିବା ଫ୍ଲୋର ଟେଷ୍ଟରେ ଭାଗ ନେଇପାରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ହେମନ୍ତ ସୋରେନଙ୍କୁ ପିଏମ୍‌ଏଲଏ କୋର୍ଟ ଅନୁମତି ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ଜେଏମ୍ଏମ୍ ବିଧାୟକ ଦଳ ନେତା ଚମ୍ପାଇ ସୋରେନ୍ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ତାଙ୍କ ବ୍ୟତୀତ କଂଗ୍ରେସର ଆଲମଗିର ଆଲମ ଓ ଆରଜେଡିର ସତ୍ୟାନନ୍ଦ ଭୋକ୍ତା ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ଏବେ ଶପଥ ଗ୍ରହଣ ପରେ ୫ ଫେବୃଆରୀରେ ବିଧାନସଭାରେ ଫ୍ଲୋର ଟେଷ୍ଟ ହେବ। ଶପଥ ଗ୍ରହଣ ପୂର୍ବରୁ ଚମ୍ପଇ ସୋରେନ୍‌ ୪୩ ବିଧାୟକଙ୍କ ସମର୍ଥନ ଥିବା ଏକ ଭିଡିଓ ମଧ୍ୟ ଜାରି କରିଥିଲେ।

ଚମ୍ପାଇ ସୋରେନ୍‌ ଶପଥ ଗ୍ରହଣ ପରେ ଶାସକ ମେଣ୍ଟର ୩୮ ବିଧାୟକଙ୍କୁ ହାଇଦ୍ରାବାଦ ସିଫ୍ଟ କରାଯାଇଛି। ବିଧାୟକଙ୍କୁ ଭାଙ୍ଗିବାର ଆଶଙ୍କାରେ କଂଗ୍ରେସ ଶାସିତ ରାଜ୍ୟକୁ ପଠାଇ ଦିଆଯାଇଛି,କିନ୍ତୁ ସିଏମ୍ ଚମ୍ପାଇ ସୋରେନଙ୍କ ଏହି ଦାବି ଯେ, ସେ   ଫ୍ଲୋର ଟେଷ୍ଟରେ ସଫଳ ହେବେ। ସେ କହିଛନ୍ତି, ହେମନ୍ତ ସୋରେନ୍ ରାଜ୍ୟର ବିକାଶ ପାଇଁ ପ୍ରୋଜେକ୍ଟ ନେଇକି ଆସିଛନ୍ତି, ଯେଉଁଥିରେ ହତାଶ ହୋଇ ବିରୋଧି ମିଛ ଅଭିଯୋଗରେ ତାଙ୍କୁ ଫଶାଇଛି।                                           

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.