ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଭୟଙ୍କର ଦୁର୍ଘଟଣା ! ସ୍କୁଟି ସହ ୫୦ ମିଟର ଯାଏ ଘୋଷାଡ଼ି ହୋଇଗଲେ ବ୍ୟକ୍ତି

ଗୁରୁଗ୍ରାମ୍‌ – ଦେଶରେ ପ୍ରତିଦିନ କେଉଁଠି ନା କେଉଁଠି ସଡ଼କ ଦୁର୍ଘଟଣା ହେଉଛି। ଅନେକ ଦୁର୍ଘଟଣା ଏତେ ଭୟଙ୍କର ହୋଇଥାଏ ଯେ, ଦେଖୁ ଥିବା ଲୋକଙ୍କ ହୃଦୟ ଥରି ଉଠେ। ନିକଟରେ ପୁଣେରେ ଏମିତି ଏକ ସଡ଼କ ଦୁର୍ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଥିରେ ଦ୍ରୁତ ଗତିରେ ଆସୁଥିବା କାର୍‌ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଏଥିରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହି ମଧ୍ୟରେ ଏବେ ଗୁରୁଗ୍ରାମରେ ମଧ୍ୟ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଭିଡ଼ିଓ ସାମନାକୁ ଆସିଛି। ଏଥିରେ ଏକ ଦ୍ରୁତ ଗତିରେ ଆସୁଥିବା ଗାଡ଼ି ସ୍କୁଟିକୁ ଧକ୍କା ଦେଉ ଥିବାର ନଜର ଆସୁଛି। ଏହି ଦୁର୍ଘଟଣା ଏତେ ଜୋରରେ ଥିଲା ଯେ, ସ୍କୁଟି ଚାଳକ ଜଣଙ୍କ ଅନେକ ଦୂର ଯାଏ ଘୋଷାଡ଼ି ହୋଇ ଯାଇ ଥିଲେ। ଏହି ପୂରା ଛାତିଥରା ଦୃଶ୍ୟ ସେଠାରେ ଏକ ବାଇକ୍‌ ଶୋରୁମ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ସୂଚନା ମୁତାବିକ, ସ୍କୁଟି ଚାଳକ ଜଣଙ୍କ ଥିଲେ ଜଣେ ପରିବା ବ୍ୟବସାୟୀ । ଘଟଣା ଦିନ ସେ ସ୍କୁଟିରେ ବଜାର ଯାଉଥିଲେ। ଏହି ସମୟରେ ଏକ ଧଳା ରଙ୍ଗର ଇକୋ ସ୍ପୋର୍ଟ୍ସ କାର୍‌ ସ୍କୁଟିକୁ ଧକ୍କା ମାରି ଥିଲା। ଗାଡ଼ି ସହ ଲାଖି ରହି ବ୍ୟକ୍ତି ଜଣଙ୍କ ସ୍କୁଟି ସହ ପାଖାପାଖି ୫୦ ମିଟର ଯାଏ ଘୋଷାଡ଼ି ହୋଇ ଚାଲି ଯାଇଥିଲେ। ଘଟଣାଟି ଆଜି ସକାଳ ୪ଟାରେ ଘଟିଥିବା କୁହାଯାଉଛି। ସିସିଟିଭିରେ ଦେଖିପାରିବେ ,କେମିତି ଖୋଲା ସଡ଼କରେ ସ୍କୁଟିର ଠିକ୍‌ ପଛରେ ଧଳା ରଙ୍ଗର ଗାଡ଼ିଟି ଦ୍ରୁତ ଗତିରେ ଆସୁଛି ଏବଂ ସ୍କୁଟିକୁ ପଛରୁ ଧକ୍କା ମାରୁଛି। ଧକ୍କା ମାରିବା ପରେ ଗାଡ଼ିଟି ଆଉ ନରହି ସେମିତି ଦ୍ରୁତ ଗତିରେ ଫେରାର ହୋଇ ଯାଉଛି। 

ଘଟଣା ସ୍ଥଳରେ ଉପସ୍ଥିତ ଲୋକେ ସ୍କୁଟି ଚାଳକଙ୍କୁ ନେଇ ସେକ୍ଟର ୧୦ର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଇ ଥିଲେ। ଘଟଣାର ସୂଚନା ପାଇଁ ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ପୀଡ଼ିତଙ୍କ ବୟାନ ରେକର୍ଡ କରିଥିଲା। ବର୍ତ୍ତମାନ ପୁଲିସ ଗାଡ଼ିର ଡ୍ରାଇଭରର ତଲାସ କରିବା ଆରମ୍ଭ କରି ଦେଇଛି। ସେପଟେ ଏହି ଦୁର୍ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.