ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜ୍ଞାନବ୍ୟାପୀ ମାମଲା : ହିନ୍ଦୁପକ୍ଷଙ୍କୁ ପୂଜା କରିବାର ମିଳିଲା ଅନୁମତି, ୭ ଦିନ ଭିତରେ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ

ବାରଣାସୀ,୩୧।୧: ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ଆସିଛି ବଡ଼ ରାୟ । ହିନ୍ଦୁ ପକ୍ଷଙ୍କୁ ମିଳିଲା ପୂଜା କରିବାର ଅନୁମତି। ଉତ୍ତରପ୍ରଦେଶର ବାରଣାସୀ କୋର୍ଟ ଦେଇଛନ୍ତି ରାୟ। କୋର୍ଟ କହିଛନ୍ତି ବ୍ୟାସ ତହଖାନାରେ ହିନ୍ଦୁମାନେ ପୁଜା କରିପାରିବେ । ଏହି ତହଖାନା ମସଜିଦର ବେସମେଣ୍ଟରେ ରହିଛି। ୭ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପୂର୍ବରୁ ଏଏସ୍‌ଆଇ ସର୍ଭେ ବେଳେ ଉକ୍ତ ବେସମେଣ୍ଟଟି ସିଲ୍‌ ହୋଇ ରହିଥିଲା। ଏବେ ହିନ୍ଦୁ ପକ୍ଷ ସିଲ୍‌ ହୋଇଥିବା ବ୍ୟାସ ତହଖାନାରେ ପୂଜା କରିପାରିବେ। 

ବୁଧବାର ଶୁଣାଣି ବେଳେ କୋର୍ଟ କହିଛନ୍ତି, ଜିଲ୍ଲା ପ୍ରଶାସନ ଶ୍ରଦ୍ଧାଳୁଙ୍କ ପୂଜା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ। ୭ ଦିନ ମଧ୍ୟରେ ବ୍ୟାରିକେଡ ହଟାଇ ପୂଜା ପାଇଁ ବ୍ୟବସ୍ଥା ହେବ। ଏଥିସହ କୋର୍ଟ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟକୁ ବେସମେଣ୍ଟରେ ପୂଜାର୍ଚ୍ଚନା କରିବା ପାଇଁ ଜଣେ ପୂଜାରୀଙ୍କୁ ମନୋନୀତ କରିବାକୁ ମଧ୍ୟ କହିଛନ୍ତି। କୋର୍ଟଙ୍କ ରାୟରେ ବର୍ତ୍ତମାନ ଏଠାରେ ନିୟମିତ ପୂଜା କରାଯିବ। କୋର୍ଟଙ୍କ ରାୟ ପରେ ହିନ୍ଦୁ ପକ୍ଷ ଏହାକୁ ଏକ ବଡ଼ ବିଜୟ ବୋଲି କହିଛନ୍ତି। ୩୦ ବର୍ଷ ପରେ ନ୍ୟାୟ ପାଇଛନ୍ତି ବୋଲି କହିଛନ୍ତି । ନଭେମ୍ବର ୧୯୯୩ ପର୍ଯ୍ୟନ୍ତ ଏଠାରେ ପୂଜା କରାଯାଉଥିଲା। ପୂର୍ବରୁ ଏଏସ୍‌ଆଇ ସର୍ଭେ ବେଳେ ଉକ୍ତ ବେସମେଣ୍ଟଟି ସିଲ୍‌ ହୋଇ ରହିଥିଲା। ଏବେ ହିନ୍ଦୁ ପକ୍ଷ ସିଲ୍‌ ହୋଇଥିବା ବ୍ୟାସ ତହଖାନାରେ ପୂଜା କରିପାରିବେ। 

ଉଲ୍ଲେଖନୀୟ ଯେ, ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ପରିସରରେ ଅବସ୍ଥିତ ବ୍ୟାସ ତହଖାନାରେ ପୂଜାପାଠ କରିବାର ଅଧିକାର ବହୁ ଦିନ ହେବ ଦାବି ହେଉଥିଲା। ଶୈଳେନ୍ଦ୍ର କୁମାର ପାଠକଙ୍କ ଆବେଦନ ଉପରେ ଗତକାଲିର ଶୁଣାଣି ପରେ ଜିଲ୍ଲା ଜଜ୍ ଏହି ରାୟ ସଂରକ୍ଷିତ ରଖିଥିଲେ। ଯାହା ଉପରେ ବୁଧବାର ଏହି ରାୟ ଆସିଛି। ମୁସଲିମ୍ ପକ୍ଷଙ୍କ ଓକିଲ ଅଖଲାକ ଅହମଦ କହିଛନ୍ତି,ଏହି ନିଷ୍ପତ୍ତି ଭୁଲ୍। ଏହା ବିରୁଦ୍ଧରେ ସେ ହାଇକୋର୍ଟ ଯିବେ। ତେବେ ଏନେଇ ହିନ୍ଦୁ ପକ୍ଷଙ୍କ ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି କି ପୂଜା ୭ ଦିନ ଭିତରେ ଆରମ୍ଭ ହେବ । ସମସ୍ତଙ୍କର ପୂଜା କରିବାର ଅଧିକାର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.