ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହୀରାକୁଦରେ ଝାଡ଼ାବାନ୍ତିରେ ଦୁଇ ମୃତ ଘଟଣା, ରାଜ୍ୟ ମାନବାଧିକାର କମିସନ୍‌ରେ ମାମଲା

କଟକ,୨୮/୦୩: ସମ୍ବଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳରେ କିଛି  ଦିନ ହେବ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆକ୍ରାନ୍ତ  ହୋଇ ଚିକିତ୍ସାଧୀନ ଅଛନ୍ତି । ଦୂଷିତ  ପାନୀୟ ଜଳ କାରଣରୁ ଏହି ରୋଗ ବ୍ୟାପୁଥିବା ଡାକ୍ତରୀ ଦଳ ଜାଣିବାକୁ  ପାଇଛନ୍ତି । ସରକାରଙ୍କ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌  ଯୋଜନା ଏଠାରେ ବିଫଳ ହୋଇଥିବା  ଅଭିଯୋଗ କରି ଆଇନଜୀବୀ ତଥା ସମାଜସେବୀ ଶିବଶଙ୍କର ମହାନ୍ତି  ରାଜ୍ୟ ମାନବାଧିକାର କମିସନ୍‌ରେ  (ଓଏଚ୍‌ଆରସି) ମାମଲା ରୁଜୁ କରିଛନ୍ତି ।  

ଶ୍ରୀ ମହାନ୍ତି ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି  ଯେ, ଜନସ୍ୱାସ୍ଥ୍ୟ ବିଭାଗ(ପିଏଚ୍‌ଡି) ପକ୍ଷରୁ  ପାନୀୟ ଜଳ ଯୋଗାଣ କରାଯାଉଛି ।  ବିଭିନ୍ନ ସ୍ଥାନରେ ଖନନ କରାଯିବା ଦ୍ୱାରା  ପାଇପ୍‌ ଫାଟି ଏଥିରେ ଦୂଷିତ ଜଳ ଓ  ବର୍ଜ୍ୟବସ୍ତୁ ମିଶୁଛି । ଏପରି କି ବର୍ଷ  ବର୍ଷ ଧରି ପାଇପ୍‌ଗୁଡିକ ବଦଳା ନଯିବା  ଫଳରେ ପାନୀୟ ଜଳ ଦୂଷିତ ହେବାରେ  ଲଗିଛି । ଏଥିପାଇଁ ଉକ୍ତ ଅଞ୍ଚଳରେ  ଝାଡାବାନ୍ତି ବ୍ୟାପିବାରେ ଲାଗିଛି ।  

ଇତିମଧ୍ୟରେ ଏହାର ପ୍ରଭାବରେ ହୀରାକୁଦ  ଅଞ୍ଚଳର ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।  ସେହିପରି ଶତାଧିକ ଲୋକେ ହୀରାକୁଦ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଭିମ୍‌ସାରରେ  ଚିକିତ୍ସାଧୀନ ରହିଛନ୍ତି । ଏପରିସ୍ଥଳେ ସ୍ୱଚ୍ଛ  ପାନୀୟ ନିମନ୍ତେ ଜନସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ  ଦେଉନଥିବା ଶ୍ରୀ ମହାନ୍ତି ଅଭିଯୋଗ  ଆଣିଛନ୍ତି । ଏହି ମାମଲାରେ ଜଳସମ୍ପଦ  ବିଭାଗ ପ୍ରମୁଖ ସଚିବ, ପଞ୍ଚାୟତିରାଜ  ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ,  ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ,  ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର  ମହାନଗର ନିଗମ, ଜନସ୍ୱାସ୍ଥ୍ୟ ବିଭାଗ  ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.