ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହିଳାଙ୍କୁ ହୋଟେଲ୍‌ ମାଲିକଙ୍କ ଧମକ, ଥାନାରେ ମାମଲା ରୁଜୁ

ପୁରୀ,୨୮/୦୫: ହୋଟେଲ୍‌ ରୁମ୍‌ ବୁକ୍‌ କରି ପହଞ୍ଚିଥିଲେ । ହେଲେ ପହଞ୍ଚିବାବେଳେ ରୁମ୍‌ ଅବସ୍ଥା ଖରାପ ଥିଲା । ଏହାକୁ ସୁଧାରିବାକୁ କହିବାରୁ ଧମକ ଦେଲେ ହୋଟେଲ୍‌ ମାଲିକ । ଏଭଳି ଏକ ଘଟଣା ନେଇ ବଳିଆପଣ୍ଡା ଥାନା ପୁଲିସ ମାମଲା ରୁଜୁ କରିଛି । ଏହି ଯାତ୍ରୀ ହେଲେ ଭଦ୍ରକ ଜିଲ୍ଲା ବନ୍ତଛକ ଜଗନ୍ନାଥପୁର ଗ୍ରାମର ଶର୍ମିଷ୍ଠା ପ୍ରକାଶିନୀ ବୋଇତି । 

ସେ ଅଭିଯୋଗ କରିଛନ୍ତି ଯେ, ବଳିଆପଣ୍ଡା ସ୍ଥିତ ହୋଟେଲ୍‌ ରାଜେଶ୍ୱରୀରେ ସେ ୩ଟି ଏସି ରୁମ୍‌ ବୁକ୍‌ କରିଥିଲେ । ଗତ ୨୬ ତାରିଖ ଅପରାହ୍ନ ସାଢ଼େ ୩ଟାରେ ଶର୍ମିଷ୍ଠା ଓ ତାଙ୍କ ପରିବାର ଲୋକେ ଏହି ହୋଟେଲ୍‌ରେ ପହଞ୍ଚିଥିଲେ । କିନ୍ତୁ ଏହି ରୁମ୍‌ରେ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଥିବା ବେଳେ ଏସି କିମ୍ବା ଫ୍ୟାନ୍‌ ଚାଲୁ ନଥିଲା । ରୁମ୍‌ ଦେଖାଇଥିବା କର୍ମଚାରୀ ପ୍ରତାପ ଜେନାକୁ ଚାବି ଦେଇ ବିଦ୍ୟୁତ୍‌ ସଂଯୋଗ  କରି ଏସି ଓ ଫ୍ୟାନ୍‌ ଚଳାଇବାକୁ କହିଥିଲେ ଶର୍ମିଷ୍ଠା । ଏହି ସମୟ ମଧ୍ୟରେ ବାହାରୁ  ବୁଲାବୁଲି କରି ଫେରୁଛି ବୋଲି କହି ସେମାନେ ବେଳାଭୂମି ପଳାଇଥିଲେ ।୨ ଘଣ୍ଟା  ପରେ ହୋଟେଲ୍‌କୁ ଫେରିବା ବେଳେ ରୁମ୍‌ରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନଥିଲା । 

ଏଭଳି ଅବସ୍ଥାରେ ରୁମ୍‌ରେ ରହିହେବ ନାହିଁ କହି ବୁକିଂ କରିବା ବେଳେ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ ଶର୍ମିଷ୍ଠା । ହେଲେ ଟଙ୍କା ଫେରସ୍ତ ଦେବିନାହିଁ, କିଏ ମୋର୍‌ କ’ଣ କରିବ ଦେଖିବି ବୋଲି କହି ହୋଟେଲ୍‌ ମାଲିକ  ଫୋନ୍‌ ଯୋଗେ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗକୁ  ଭିତ୍ତି କରି ବଳିଆପଣ୍ଡା ଥାନା ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ  ଆରମ୍ଭ କରିଛି ।ପର୍ଯ୍ୟଟନ ସହର ପୁରୀରେ ସମ୍ପୃକ୍ତ ହୋଟେଲ୍‌ରେ ଅତିଥିଙ୍କୁ ଏଭଳି ଅସମ୍ମାନ ‘ଅତିଥି ଦେବୋ ଭବଃ’ ସ୍ଲୋଗାନ୍‌କୁ ଉପହାସ କରୁଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.