ଭୋଗରାଇ, ୧୮/୦୩ : ବଜ୍ରାଘାତରେ ଜଳିଗଲା ଚାଳ ଘର। ନିଆଁରେ ପୋଡି ହୋଇ ଯୁବକ ଜୀବନ୍ତ ଦଗ୍ଧ। ଭୋଗରାଇ ବ୍ଲକ ଟୁକୁରିହାଜିରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରଞ୍ଜନ ପରାମାଣିକ।
ସୂଚନାନୁଯାୟୀ, ଭୋଗରାଇ ବ୍ଲକ ଟୁକୁରିହାଜିରା ଗାଁର ରଞ୍ଜନ ପରାମାଣିକ ଚିଙ୍ଗୁଡ଼ି ଘେରିରେ କାମ କରୁଥିଲେ। ସୋମବାର ସକାଳେ ପ୍ରବଳ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ରଞ୍ଜନ ବିଲକୁ କାମ କରିବାକୁ ଯାଇଥିଲା ବେଳେ ବର୍ଷା ଯୋଗୁ ସେ ଗୋଟିଏ ଚାଳ ଘରେ ଅଟକି ଯାଇଥିଲେ। ଘନ ଘନ ବିଜୁଳି ମାଡ଼ ଯୋଗୁଁ ଚାଳ ଘରେ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ଘରଟି ଜଳି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା। ରଞ୍ଜନ ସେହି ଘରେ ପୋଡ଼ି ଯାଇଥିଲେ।