ପ୍ରମୂଖ ଖବର
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଅସହ୍ୟ ଗରମରେ ବୋମା ଭଳି ଫାଟି ପାରେ ୱାଶିଂ ମେସିନ୍‌ , ଆପଣ ଏମିତି ଭୁଲ୍‌ କରୁ ନାହାନ୍ତି ତ ?

ନୂଆଦିଲ୍ଲୀ : ଏହି ସମୟରେ ଅସହ୍ୟ ଗରମ ଚିନ୍ତାର କାରଣ ପାଲଟିଛି। ପ୍ରବଳ ଖରା ସମସ୍ତଙ୍କର ସ୍ଥିତିକୁ ଖରାପ କରି ଦେଇଛି। ଦିନ ବଢିବା ସହ ଲଗାତାର ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି , ଏମିତି କି ସନ୍ଧ୍ୟାକୁ ମଧ୍ୟ ଗରମ ପବନ ସମସ୍ୟାରେ ପକାଉଛି। ଏବେ ମଣିଷଙ୍କ କଥା ଛାଡ଼ ଇଲେକ୍ଟ୍ରନିକ ଜିନିଷ ଗୁଡ଼ିକ ମଧ୍ୟ ଗରମ ସହି ପାରୁ ନାହାନ୍ତି। ଏହି ସମୟରେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଏସି ସହ ୱାଶିଂ ମେସିନ ଫାଟିବା ଘଟଣା ସାମନାକୁ ଆସୁଛି। 

ଏବେ ସୁଦ୍ଧା ୱାଶିଂ ମେସିନ୍‌ରେ ବ୍ଲାଷ୍ଟ ହେବା ଖବର କମ୍‌ ଶୁଣି ଥିବେ, ହେଲେ ତାପମାତ୍ରା ବୃଦ୍ଧି ସହ ଏହି ମାମଲା ବି ବଢି ଚାଲିଛି। ଏମିତିରେ ଏକ ଛୋଟ ଅବହେଳା ବଡ଼ ଦୁର୍ଘଟଣାକୁ ବି ଡ଼ାକି ଆଣି ପାରେ। ୱାଶିଂ ମେସିନର ଯତ୍ନ ନେବା ସହ ଏହାର ବ୍ୟବହାରକୁ ନେଇ ମଧ୍ୟ ସତର୍କତା ଅବଲମ୍ୱନ କରିବା ଉଚିତ୍‌। ଏଥିପାଇଁ ଆପଣଙ୍କୁ କିଛି ଟିପ୍ସ ଦେଉଛୁ, ଯାହାକି ମେସିନ୍‌ରେ ନିଆଁ ଲାଗିବାର ଘଟଣା ଘଟିବ ନାହିଁ।  

ଖରାରେ ରଖନ୍ତୁ ନାହିଁ – ଗରମରେ ୱାଶିଂ ମେସିନକୁ ଏମିତି ସ୍ଥାନରେ କେବେ ରଖନ୍ତୁ ନାହିଁ , ଯେଉଁଠି ସିଧାସଳଖ ଖୁବ୍‌ ଖରା ପଡ଼ିଥାଏ। କାରଣ ଏହାର ମେସିନର ମୋଟରରେ ଲିକ୍ୱିଡ୍‌ ଅଏଲ ଥାଏ। ଏଥିରେ ଉଚ୍ଚ ଉତ୍ତାପ ସମ୍ପର୍କରେ ଆସିବା ଯୋଗୁଁ ନିଆଁ ଲାଗି ପାରେ। ଏହା ବ୍ୟତୀତ ପ୍ଲାଷ୍ଟିକ୍‌ ଓ ଦ୍ୱିତୀୟ ମ୍ୟାଟେରିଆଲ ଯେଉଁଥିରେ ୱାଶିଂ ମେସିନ ତିଆରି ହୋଇଥାଏ , ତାହା ସୂର୍ଯ୍ୟଙ୍କର ସିଧାସଳଖ କିରଣରେ ଖୁବ୍‌ ଶୀଘ୍ର ଖରାପ ହୋଇପାରେ , ଯେଉଁଥିରେ ମେସିନର ଲାଇଫ୍‌ ହ୍ରାସ ପାଇ ଯାଏ। 

ବାଲକୋନୀରେ ଭେଣ୍ଟିଲେସନ ହୋଇ ନଥାଏ – 

ଅନେକ ସମୟରେ ଲୋକେ ୱାଶିଂ ମେସିନକୁ ବାଲକୋନୀରେ ରଖିଥାନ୍ତି , ଯେଉଁଠି ପର୍ଯ୍ୟାପ୍ତ ଭେଣ୍ଟିଲେସନ ହୋଇ ନଥାଏ। ଯେଉଁଥିରେ ମେସିନ ଭିତରର ଗରମ ବାହାରକୁ ଆସିପାରି ନଥାଏ ଏବଂ ଭିତରର ପାର୍ଟ୍ସ ସବୁ ଓଭରହିଟ୍‌ ହୋଇ ଯାଏ। ଏଥିପାଇଁ ୱାଶିଂ ମେସିନ୍‌କୁ ପବନ ଅନୁକୂଳ ସ୍ଥାନ ଓ ଛାଇରେ ରଖନ୍ତୁ। ଏହାସହ ମୋଟା କପଡାରେ ଢାଙ୍କି ଦିଅନ୍ତୁ। ନୁହେଁ ତ ମେସିନ୍‌ ୱାୟର ଖୁବ୍‌ ଶୀଘ୍ର ଖରାପ ହେବା ଦ୍ୱାରା ନିଆଁ ଲାଗି ଯିବ।

ସ୍ୱିଚ୍‌ ଅଫ୍‌ ରଖନ୍ତୁ – ଇଲେକ୍ଟ୍ରୋନିକ ଜିନିଷର ବ୍ୟବହାରକୁ ନେଇ ଏକ ସାଧାରଣ ଭୁଲ୍‌ ଅନେକ ଲୋକ କରିଥାନ୍ତି ,ଏହାକୁ ବ୍ୟବହାର କରିବା ପରେ ବି ସ୍ୱିଚ୍‌ ଅନ୍‌ କରି ଛାଡ଼ି ଦେଇଥାନ୍ତି। ଏଥିପାଇଁ ଯଦି ଆପଣ ୱାଶିଂ ମେସିନର ବ୍ୟବହାର କରୁ ନାହାନ୍ତି ତ ବିଦ୍ୟୁତ୍‌ର ସ୍ୱିଚ୍‌ ବନ୍ଦ କରିବା ସହ ପ୍ଲଗ୍‌ ମଧ୍ୟ ବାହାର କରି ଦିଅନ୍ତୁ। ଯାହାକି ଏକ ଛୋଟିଆ ସାବଧାନରେ ଦୁର୍ଘଟଣାରୁ ବର୍ତ୍ତି ହୋଇ ପାରିବ। 

ଓଭରଲୋଡିଂରୁ ଦୂରେଇ ରୁହନ୍ତୁ – ଯଦି ଗୋଟିଏ ହିଁ ସର୍କିଟ୍‌ରେ ବହୁତ ଗୁଡ଼ିଏ ମେସିନ ଚାଲୁଛି ତ ସର୍କିଟ ଓଭରଲୋଡ୍‌ ହୋଇପାରେ। ଯେଉଁଥି ପାଇଁ ନିଆଁ ଲାଗିବାର ବିପଦ ବଢି ପାରେ। ଏହା ବ୍ୟତୀତ ସର୍ଟ ସର୍କିଟ୍‌ରୁ ରକ୍ଷା ପାଇବା ପାଇଁ ସମୟ ସମୟରେ ୱେୟର ଚେକ୍‌ କରନ୍ତୁ , କାରଣ ପୁରୁଣା ୱେୟାର ଛିଣ୍ଡି ଯାଇଥାଏ।

ମେଣ୍ଟେନାନ୍ସର ଧ୍ୟାନରେ ରଖନ୍ତୁ – ସମୟ ସହ ଇଲେକ୍ଟ୍ରିନିକ ମେସିନ୍‌ ଭିତରର ଅଂଶ ଖରାପ ହୋଇ ଯାଇ ଥାଏ , ଯାହା ନିଆଁ ଲାଗିବା କାରଣର ସାଜି ଥାଏ। ଏଥିପାଇଁ ସମୟ ସମୟରେ ମେସିନର ସର୍ଭିସ ଓ ରିପାୟରିଂ କରିବା ଜରୁରୀ। ଯାହାକି କୌଣସି ବି ଖରାପ ସମୟ ପୂର୍ବରୁ ଜଣା ପଡ଼ି ଯିବ। ସମୟ ପୂର୍ବରୁ ସମସ୍ୟା ବିଷୟରେ ଜାଣି ଗଲେ ଆଉ ବଡ଼ ଦୁର୍ଘଟଣା ଘଟିବ ନାହିଁ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.