ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁପରହିରୋ ‘କ୍ରିଶ୍‌ ୪’ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ହ୍ରିତିକ ରୋଶନ,ଖୁବ୍‌ଶୀଘ୍ର ସରିବ ସ୍କ୍ରିଫ୍ଟ କାମ

ମୁମ୍ବାଇ ୩୧/୦୩: ସୁପରହିରୋ ଥ୍ରୀଲର୍‌ ଫିଲ୍ମ ‘କ୍ରିଶ୍‌ ୪’ ପାଇଁ  ପ୍ରସ୍ତୁତି ଆରମ୍ଭ କରିଛନ୍ତି ହ୍ରିତିକ ରୋଶନ ।  ଏହି ଫ୍ରାଞ୍ଚାଇଜର ପୂର୍ବ ତିନି ଫିଲ୍ମ  ‘କୋଇ ମିଲ ଗୟା’, ‘କ୍ରିଶ୍‌’ ଓ ‘କ୍ରିଶ୍‌  ୩’ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା । ଏ ସମସ୍ତ ଫିଲ୍ମର ପ୍ରଯୋଜନା କରିବା ସହିତ ନିର୍ଦ୍ଦେଶନା ଦେଇଥିଲେ ରାକେଶ ରୋଶନ । ଏ ସିରିଜ୍‌ର ଚତୁର୍ଥ ଫିଲ୍ମ ପାଇଁ ମଧ୍ୟ ରାକେଶ ବେଶ୍‌ ତତ୍ପର  ଅଛନ୍ତି । 

କେତେକ ମିଡିଆରେ ପ୍ରକାଶିତ  ଖବର ଅନୁସାରେ, ହ୍ରିତିକଙ୍କ ତାଙ୍କର ପିତା  ରାକେଶଙ୍କ ସହ ଏହି ଗ୍ରୀଷ୍ମ ଋତୁରେ ଫିଲ୍ମର କଥାବସ୍ତୁ ଓ ଅନ୍ୟାନ୍ୟ ବିଭାଗର କାର୍ଯ୍ୟ କରିବେ । ଏ ବର୍ଷ ଦୁହେଁ ମିଶି ଆଇଡିଆ ଓ ସ୍କ୍ରିପ୍ଟିଂ କାମ ଏ ବର୍ଷ ଶେଷ କରିବେ । ଏସବୁ କାମ ସାରି ଆସନ୍ତା ବର୍ଷ ‘କ୍ରିଶ୍‌ ୪’ର ସୁଟିଂ ଆରମ୍ଭ କରିବା  ପାଇଁ ଦୁହେଁ ଯୋଜନା କରିଛନ୍ତି ।  ବର୍ତ୍ତମାନ ଏହି ଫିଲ୍ମ ପାଇଁ ଭିନ୍ନ ଭିନ୍ନ  ସ୍କ୍ରିପ୍ଟ ଓ ଆଇଡିଆ ପ୍ରସ୍ତୁତ କରାଯାଉଛି ।  ସେସବୁକୁ ବିଚାର କରି ଦେଖିବା  ପରେ ଉପଯୁକ୍ତ କାହାଣୀ ଓ ଆଇଡିଆ  ବାଛିବେ । 

୨୦୦୩ରେ ‘କ୍ରିଶ୍‌’ ଫ୍ରାଞ୍ଚାଇଜି  ଆରମ୍ଭ ହୋଇଥିଲା । ଏହି ଫ୍ରାଞ୍ଚାଇଜିର  ପ୍ରଥମ ସିନେମା ଥିଲା ‘କୋଇ ମିଲ୍‌  ଗୟା’ । ଏଥିରେ ଋତ୍ୱିକ୍‌ ରୋଶନ ଓ  ପ୍ରୀତି ଜିଣ୍ଟା ମୁଖ୍ୟ ନାୟକ ଓ ନାୟିକା ଚରିତ୍ର  ନିର୍ବାହ କରିଥିଲେ । ଏହାର ୩ ବର୍ଷ ପରେ  ଆସିଥିଲା ‘କ୍ରିଶ୍‌’ । ପୁଣି ୨୦୧୩ରେ ‘କ୍ରିଶ୍‌  ୩’ ସିନେମା ଘରକୁ ଆସିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.