ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଢୁଛି ମଣିଷର ମସ୍ତିଷ୍କ ଆକାର, ହ୍ରାସ କରିପାରେ ଯୁବପିଢ଼ିଙ୍କ ଡିମେନ୍‌ସିୟା ଆଶଙ୍କା

ନୂଆଦିଲ୍ଲୀ ୨୯/୦୩: ମଣିଷ ମସ୍ତିଷ୍କର ଆକାର ବୃଦ୍ଧି ପାଉଛି । ଏକ ସଦ୍ୟ ଅଧ୍ୟୟନ ଏହି ଖୁଲାସା କରିଛି । ଏହି ବୃଦ୍ଧି ଯୁବପିଢ଼ିଙ୍କଠାରେ ଡିମେନ୍‌ସିୟା ଆଶଙ୍କା ହ୍ରାସ କରିପାରେ ବୋଲି ଏହା ସ୍ପଷ୍ଟ କରିଛି । ଜାମା ନୁରୋଲୋଜି ପତ୍ରିକାରେ ଅଧ୍ୟୟନଟି ପ୍ରକାଶ ପାଇଛି । ୫୫ରୁ ୬୫ ବର୍ଷ ବୟସର ୩ ହଜାରରୁ ଅଧିକ ଆମେରିକୀୟଙ୍କ ମସ୍ତିଷ୍କର ବିଶ୍ଳେଷଣ ଉପରେ ଅଧ୍ୟୟନଟି ପର୍ଯ୍ୟବସିତ । 

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଡେଭିସ୍‌ ହେଲ୍‌ଥ ଟିମ୍‌ ଦ୍ୱାରା ଅଧ୍ୟୟନ କରାଯାଇଥିଲା । ଏଥିରୁ ବୈଜ୍ଞାନିକମାନେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ ୧୯୭୦ ମସିହାରେ (ପିଢ଼ି ଏକ୍ସ) ଜନ୍ମିତ ଲୋକଙ୍କ ମସ୍ତିଷ୍କ ଆକାର ୧୯୩୦ ମସିହାରେ ଜନ୍ମିତ ଲୋକଙ୍କ ମସ୍ତିଷ୍କ ଆକାର ତୁଳନାରେ ୬.୬ ପ୍ରତିଶତ ବଡ଼ । ପୂର୍ବ ପିଢ଼ି ଅପେକ୍ଷା ‘ପିଢ଼ି ଏକ୍ସ’ଙ୍କ ମସ୍ତିଷ୍କର ହ୍ୱାଇଟ୍‌ ମ୍ୟାଟର୍‌ ୮ ପ୍ରତିଶତ ଏବଂ ଗ୍ରେ ମ୍ୟାଟର୍‌ ୧୫ ପ୍ରତିଶତ ବଡ଼ । ଶିଖିବା ମାମଲାରେ ସ୍ମରଣଶକ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ହିପ୍ପୋକ୍ୟାମ୍ପସ୍‌ର ମାତ୍ରାରେ ପୂର୍ବ ପିଢ଼ି ତୁଳନାରେ ୫.୭ ପ୍ରତିଶତ ବୃଦ୍ଧି ହୋଇଛି । ଉଚ୍ଚତା, ବୟସ ଓ ଲିଙ୍ଗ ଭଳି ଅନ୍ୟ କାରକ ଉପରେ ବିଚାର କରିବା ପରେ ମଧ୍ୟ ଏହି ପରିବର୍ତ୍ତନ ବଳବତ୍ତର ଥିଲା । 

ଅଧ୍ୟୟନର ନେତୃତ୍ୱ ନେଇଥିବା ଚାର୍ଲସ ଡିକାର୍ଲି କହିଛନ୍ତି, କୌଣସି ବ୍ୟକ୍ତିର ଜନ୍ମର ଦଶନ୍ଧି ତା’ର ମସ୍ତିଷ୍କ ଆକାର ଓ ଦୀର୍ଘକାଳୀନ ମସ୍ତିଷ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବା ଜଣାପଡୁଛି । ମସ୍ତିଷ୍କ ଆକାର ନିର୍ଦ୍ଧାରଣରେ ଜିନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । କିନ୍ତୁ ଆମ ଅନୁସନ୍ଧାନ ବାହ୍ୟ ପ୍ରଭାବ ଯଥା ସ୍ୱାସ୍ଥ୍ୟ, ସାମାଜିକ, ସାଂସ୍କୃତିକ ଓ ଶୈକ୍ଷିକ କାରକଗୁଡ଼ିକୁ ଇଙ୍ଗିତ କରେ । ଏଗୁଡ଼ିକ ମଧ୍ୟ ମସ୍ତିଷ୍କ ଆକାର ପରିବର୍ତ୍ତନରେ ପ୍ରଭାବ ପକାଇପାରେ । ବୈଜ୍ଞାନିକଙ୍କ ଅନୁସାରେ, ମସ୍ତିଷ୍କର ଆକାର ବୃଦ୍ଧି ବୟସ ଜନିତ ରୋଗ ବିରୋଧରେ ସକାରାତ୍ମକ କାମ କରିପାରେ । ଏହା ଡିମେନ୍‌ସିୟା ଆଶଙ୍କା ହ୍ରାସ କରିପାରେ । ଡିମେନ୍‌ସିୟା ସମଗ୍ର ବିଶ୍ୱରେ ଲକ୍ଷାଧିକ ଲୋକଙ୍କୁ ପ୍ରଭାବିତ କରୁଛି । ଖାସ୍‌କରି ଅଧିକାଂଶ ଦେଶରେ ବୟସ୍କ ଜନସଂଖ୍ୟା ବୃଦ୍ଧି ଯୋଗୁ ଏହି ସମସ୍ୟା ବଢୁଛି । ତେବେ ସଦ୍ୟ ଅଧ୍ୟୟନ ଅନୁସାରେ ଯଦି ନଜର ପକାଇବା, ପ୍ରତି ଦଶନ୍ଧିରେ ଡିମେନ୍‌ସିୟା ମାମଲା ହ୍ରାସ ପାଉଛି । ଯୁବପିଢ଼ିଙ୍କଠାରେ ଏହି ରୋଗର ଆଶଙ୍କା ଅପେକ୍ଷାକୃତ କମ୍‌ । ଏହାର କାରଣ ସେମାନଙ୍କ ଜୀବନଶୈଳୀ ଓ ପ୍ରତିପାଳନ ବୋଲି ବୈଜ୍ଞାନିକମାନେ ଦର୍ଶାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.