ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡ୍ରଗ୍‌ ଓ ବେଆଇନ ଅସ୍ତ୍ର ରଖିବା ମାମଲା : ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ଦୋଷୀ ସାବ୍ୟସ୍ତ

ଆମେରିକା – ଆଇନ ଘେରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ। ଜୁରୀ ତାଙ୍କୁ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ବେଆଇନ ଭାବେ ବନ୍ଧୁକ କିଣିବା ଓ ଡ୍ରଗ୍‌ ବ୍ୟବହାର ନେଇ ମିଛ କହିବା ମାମଲାରେ ତାଙ୍କୁ ଦୋଷୀ କରାଯାଇଛି । ଉଲ୍ଲେଖନୀୟ ଯେ , ହଣ୍ଟର ବାଇଡେନଙ୍କ ଉପରେ ଅଭିଯୋଗ ଲାଗିଛି କି, ଅକ୍ଟୋବର ୨୦୧୮ରେ ସେ କୋଲ୍ଟ କୋବ୍ରା ହ୍ୟାଣ୍ଡଗନ୍‌ (ବନ୍ଧୁକ) କିଣିଥିଲେ, ହେଲେ ଏହାକୁ ନେଇ ସେ ସଠିକ୍‌ ସୂଚନା ଦେଇ ନାହାନ୍ତି ।

ଏହା ବି ଅଭିଯୋଗ ଥିଲା କି ଏହି ସମୟରେ ସେ ଡ୍ରଗ୍ସର ଅଭ୍ୟାସ କରୁଥିଲେ। ନିଶା ଔଷଧର ନିୟମିତ ସେବନ କରୁଥିଲେ। ଆମେରିକାରେ ଏହି ଆଇନ ରହିଛି କି ମାଦକ ଦ୍ରବ୍ୟର ସେବନ ତକରୁଥିବା ବ୍ୟକ୍ତି ନିଜ ପାଖରେ ବନ୍ଧୁକ ବା କୌଣସି ପ୍ରାଣଘାତୀ ଅସ୍ତ୍ର ରଖି ପାରିବେ ନାହିଁ। ସୂଚନା ଯେ ହଣ୍ଟର ବାଇଡେନ୍‌ କ୍ଷମତାରେ ଥିବା କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କ ପ୍ରଥମ ପିଲା , ଯିଏକି ଅପରାଧକୁ ନେଇ ଦୋଷୀ ସାବସ୍ୟ କରାଯାଇଛି। 

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଅପରାଧିକ ମୋକଦମାରେ ଜଷ୍ଟିସ ଓ ନ୍ୟୁୟର୍କ ଅପରାଧିକ ନ୍ୟାୟ ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇ ଥିଲେ। ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡେନିୟଲ୍ସଙ୍କୁ ଗୁପ୍ତ ଉପାୟରେ ଧନ ଦେବା ମାମଲାରେ ଟ୍ରମ୍ପଙ୍କୁ ରେକର୍ଡରେ ହେରାଫେରି କରିବାର ୩୪ଟି ଅଭିଯୋଗ ଅନୁସାରେ ଦୋଷୀ କରାଯାଇଛି। ଏହାସହ ସେ କୌଣସି ଗୁରୁତର ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ହୋଇଛନ୍ତି। ସେ କହିଛନ୍ତି ଏହା ହସ୍‌ ମନି ନୁହେଁ। ଏହା ସଂପୂର୍ଣ୍ଣ ଭାବେ ଗୋପନୀୟ ଚୁକ୍ତି ଥିଲା , ଏହା ପୂରା ଆଇନଗତ। ଟ୍ରମ୍ପ କହିଛନ୍ତି , ଯେପର୍ଯ୍ୟନ୍ତ ମୋକଦମାର କଥା , ଏହା ବହୁତ ଅନୁଚିତ ଥିଲା।

ଏହାକୁ ନେଇ ଜୋ ବାଇଡେନ୍‌ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନ୍ୟାୟ ପ୍ରଣାଳୀର ସମ୍ମାନ କରିବାକୁ ଅପିଲ କରିଥିଲେ। ବାଇଡେନ୍‌ କହିଛନ୍ତି , ଟ୍ରମ୍ପଙ୍କୁ ନିଜର ସୁରକ୍ଷା କରିବାର ସବୁ ଅବସର ଦିଆଯାଇଛି । ୧୨ ଜୁରୀ ସଦସ୍ୟ ବିଶିଷ୍ଟ ଏହି ନିଷ୍ପତ୍ତିରେ ଶୁଣାଣି କରିଛନ୍ତି। 

ହଣ୍ଟରଙ୍କୁ ନେଇ ବାଇଡେନ୍‌ କହିଛନ୍ତି ଯଦି ତାଙ୍କ ପୁଅ ଦୋଶୀ ସାବ୍ୟସ୍ତ ହୁଏ ତ ସେ ତାକୁ କେବେ କ୍ଷମା କରିବେ ନାହିଁ । ଏକ ସାକ୍ଷାତକାରରେ ବାଇଡେନ୍‌ଙ୍କୁ ପଚରା ଯାଇଥିଲା କି , ସେ କଣ ଡେଲାୱେୟାର ରାଜ୍ୟରେ ନିଜ ପୁଅ ଉପରେ ଚାଲୁଥିବା କେସ୍ ଟ୍ରାଏଲର ନିଷ୍ପତ୍ତିକୁ ସ୍ୱୀକାର କରିବାକୁ ପ୍ରସ୍ତୁତ କି ? ଏହା ଉପରେ ସେ କହିଛନ୍ତି କି ହଁ , ଯେବେ ତାଙ୍କୁ କୁହାଯାଇଛି କି ସେ କଣ ପୁଅକୁ କ୍ଷମା କରିବେ ନାହିଁ ? ଏହାକୁ ନେଇ ସେ କହିଛନ୍ତି କି ଯଦି ସେ ଦୋଷୀ ସାବ୍ୟସ୍ତ ହୁଏ ତ, ସେ ନିଜ ପୁଅକୁ କ୍ଷମା କରିବେ ନାହିଁ । 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.