ଆଠମଲ୍ଲିକ,୨୮/୦୯: ବାର୍ହା ଶିକାର କରିବାକୁ ଯାଇ ପ୍ରାଣ ହରାଇଲେ ଶିକାରୀ । ମୃତକ ବ୍ରଜବନ୍ଧୁ ନାୟକ ବୋଲି ଜଣାପଡ଼ିଛି ।ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର କୁରୁମଟାପ ଜଙ୍ଗଲ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ବ୍ରଜବନ୍ଧୁ ନାୟକ ଏବଂ ତାଙ୍କର କିଛି ବନ୍ଧୁ ଶୁକ୍ରବାର ରାତିରେ ଜଙ୍ଗଲକୁ ଯାଇଥିଲେ । କିଛି ସମୟ ପରେ ଅନ୍ୟମାନେ ଘରକୁ ଫେରି ଆସିଥିଲେ । କିନ୍ତୁ ବ୍ରଜବନ୍ଧୁ ଘରକୁ ଫେରି ନଥିଲେ । ଫେରିବାରେ ବିଳମ୍ବ ହେବାରୁ ବ୍ରଜବନ୍ଧୁଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । କିନ୍ତୁ ତାଘ୍କର କୌଣସି ପତ୍ତା ମିଳି ନଥିଲା । ତେବେ ଶନିବାର ବ୍ରଜବନ୍ଧୁଙ୍କ ମୃତ ଶରୀରକୁ କିଛି ଲୋକ ଜଙ୍ଗଲରୁ ନେଇ ଆସି ଗାଁ ନିକଟରେ ଥିବା ଅଳିଆ ଗଦା ନିକଟରେ ରଖିଛନ୍ତି । ତାଙ୍କର ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଛି ବୋଲି ଠାକୁରଗଡ଼ ପୋଲିସକୁ କହିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ବ୍ରଜବନ୍ଧୁ ନାୟକ ଓ ତାର କିଛି ସହଯୋଗୀ ବାର୍ହା ଶିକାର କରିବା ପାଇଁ ୧୧କେଭି ବିଦ୍ୟୁତ ଖୁଣ୍ଟରୁ ବିଦ୍ୟୁତ ସଂଯୋଗ କରିଥିଲେ । ଦୁର୍ଯୋଗକୁ ବ୍ରଜବନ୍ଧୁ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହା ଜାଣିବା ପରେ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ ।