ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଭୁବନେଶ୍ବରରେ ଚାଞ୍ଚଲ୍ୟ : ଅଫିସରେ ପଶି ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କଲା ସ୍ବାମୀ

ଭୁବନେଶ୍ବର, ୨୦।୧୧ ରାଜଧାନୀ ଭୁବନେଶ୍ବରରେ  ଚାଞ୍ଚଲ୍ୟ। ଭରତପୁର ଥାନା ଅଞ୍ଚଳରେ ଥିବା ଏକ ବିଲଡର ସଂସ୍ଥା  ଭିତରେ ପଶି  ପତ୍ନୀକୁ ମରଣାନ୍ତକ  ଆକ୍ରମଣ କଲା ସ୍ୱାମୀ।  ପାରିବାରିକ ବିବାଦକୁ କେନ୍ଦ୍ରକରି ଘଟଣା ଘଟିଥିବା ଜଣାପଡିଛି। 

 ବିଲଡର ସଂସ୍ଥା ଭିତରେ  ପତ୍ନୀ ମଧୁସ୍ମିତା କାମ କରୁଥିବ ବେଳେ ତାଙ୍କ ସ୍ବାମୀ ଅଫିସ ଭିତରକୁ ପଶିଥିଲେ। ମଧୁସ୍ମିତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ମଧୁସ୍ମିତା  ବହୁ କାକୁତି ମିନତି ହୋଇଥିଲେ ମଧ୍ୟ ସେ ଛାଡି ନ ଥିଲେ। ପାଖରେ ଥିବା କର୍ମଚାରୀଙ୍କୁ ରକ୍ଷା ରକ୍ଷ କହି  ଚିତ୍କାର କରିଥିଲେ ହେଲେ  ଭୟରେ କେହି ପାଖକୁ ଆସିନଥିଲେ ସ୍ବାମୀ  ଆକ୍ରମଣ କରିବା   ପରେ ଖସିବାକୁ ଉଦ୍ୟମ କରୁଥିବା ବେଳେ  ବିଲଡର  ସଂସ୍ଥା ର କର୍ମଚାରୀ  ତାକୁ କାବୁ କରି ନେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ସଂପୃକ୍ତ ବ୍ୟକ୍ତିକୁ  ଅଫିସ କାର୍ଯ୍ୟାଳୟରୁ ଗିରଫ କରିଛି। ଆହତ ମହିଳା ଜଣକ ଅବସ୍ଥା ଶୋଚନୀୟ ରହିଛି।

Copyright © 2022 - Summa Real Media Private Limited. All Rights Reserved.