ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଓୱେସିଙ୍କ ‘ଜୟ ପାଲେଷ୍ଟାଇନ୍‌’ ସ୍ଲୋଗାନରୁ ବିବାଦ, ରେକର୍ଡ ରହିବନି କହିଲେ ବାଚସ୍ପତି

ନୂଆଦିଲ୍ଲୀ, ୨୬/୦୬ : ମଙ୍ଗଳବାର ଲୋକସଭାରେ ସାଂସଦଙ୍କ ଶପଥ ପର୍ବ ଜାରି ରହିଥିଲା । ରାହୁଲ ଗାନ୍ଧୀ ହାତରେ ସମ୍ବିଧାନ କପି ଧରି ଶପଥ ନେବା ପରେ ଜୟ ସମ୍ବିଧାନ ସ୍ଲୋଗାନ ଦେଇଥିଲା ବେଳେ କିଛି ବିଜେପି ସାଂସଦ ଜୟ ହିନ୍ଦୁରାଷ୍ଟ୍ର କହିଥିଲେ । ତେବେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ୍‌ ଓୱେସିଙ୍କ ଜୟ ପାଲେଷ୍ଟାଇନ୍‌ ସ୍ଲୋଗାନ ଗୃହରେ ବିବାଦ ସୃଷ୍ଟି କରିଥିଲା । କାମଚଳା ବାଚସ୍ପତି ଏହାକୁ ରେକର୍ଡରେ ରଖାଯାଇ ନ ଥିବା କହିବାରୁ ଶାସକ ଦଳ ସାଂସଦମାନେ ଶାନ୍ତ ପଡ଼ିଥିଲେ । 

ଓୱେସି ସାଂସଦ ଭାବେ ଶପଥ ନେବା ପରେ ‘ଜୟ ଭୀମ, ଜୟ ମିମ, ଜୟ ତେଲଙ୍ଗାନା, ଜୟ ପାଲେଷ୍ଟାଇନ, ତକବୀର ଅଲ୍ଲା-ହୁ-ଆକବର’ କହିଥିଲେ । ଏହାପରେ ବାଚସ୍ପତି ଭର୍ତ୍ତୃହରି ମହତାବଙ୍କ ସହ କରମର୍ଦ୍ଦନ ପାଇଁ ପହଞ୍ଚିଥିଲେ । ଏନ୍‌ଡିଏ ସାଂସଦମାନେ ଓୱେସିଙ୍କ ସ୍ଲୋଗାନକୁ ବେଆଇନ ଦର୍ଶାଇ ଏହାର ତୀବ୍ର ବିରୋଧ କରିଥିଲେ । ବରେଲିରୁ ବିଜେପି ସାଂସଦ ଥିବା ଛତ୍ରପାଲ ଗଙ୍ଗୱାର ଶପଥ ନେବା ପରେ ‘ଜୟ ହିନ୍ଦୁରାଷ୍ଟ୍ର’ ସ୍ଲୋଗାନ ଦେଇଥିଲେ । ବିରୋଧୀ ଦଳ ସାଂସଦମାନେ ଏହାକୁ ସମ୍ବିଧାନବିରୋଧୀ ଦର୍ଶାଇଥିଲେ । 

କେନ୍ଦ୍ରମନ୍ତ୍ରୀ ଜି କିଷନ ରେଡ୍ଡୀଙ୍କ କହିବା ମୁତାବକ, ଏଆଇଏମ୍‌ଆଇଏମ୍‌ ସାଂସଦ ଓୱେସି ଆଜି ସଂସଦରେ ‘ଜୟ ପାଲେଷ୍ଟାଇନ୍‌’ ସ୍ଲୋଗାନ ଦେଇଛନ୍ତି । ଏହା ସମ୍ପୂର୍ଣ୍ଣ ଭୁଲ ତଥା ବେଆଇନ । ସେ ଗୃହର ନିୟମ ଉଲ୍ଲଂଘନ କରିଛନ୍ତି । ସେ ଭାରତରେ ରହି ‘ଭାରତ ମାତା କୀ ଜୟ’ କହୁନାହାନ୍ତି । ସେ ଭାରତରେ ରହି ମଧ୍ୟ ଏଭଳି ଅସାମ୍ବିଧାନିକ କାର୍ଯ୍ୟ କରୁଛନ୍ତି । ଜନତା ଏହାକୁ ବୁଝିବା ଆବଶ୍ୟକ । କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ପାଲେଷ୍ଟାଇନ୍‌ କିମ୍ବା ଅନ୍ୟ କୌଣସି ଦେଶ ସହ ଆମର କୌଣସି ଶତ୍ରୁତା ନାହିଁ । ଶପଥ ନେବା ବେଳେ କୌଣସି ସଦସ୍ୟ ଅନ୍ୟ ଦେଶର ପ୍ରଶଂସାରେ ସ୍ଲୋଗାନ ଦେବା ଉଚିତ ନୁହେଁ । ଆମେ ନିୟମର ଯାଞ୍ଚ କରିବା ଆବଶ୍ୟକ । 

ଓୱେସି ଶପଥ ନେବା ପରେ ଶାସକ ଦଳ ସାଂସଦମାନେ ଗୃହରେ ହଙ୍ଗାମା କରିଥିଲେ । ଏହା ଉପରେ ସଭାପତି ଓୱେସିଙ୍କ ସ୍ଲୋଗାନକୁ ରେକର୍ଡରୁ ହଟାଇ ଦେଇଥିଲେ । ସେ ସମୟରେ ସଭାପତି ଥିବା ରାଧାମୋହନ ସିଂହ ସଦସ୍ୟମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଶପଥ ବ୍ୟତୀତ ଅନ୍ୟ କୌଣସି କଥାକୁ ରେକର୍ଡକୁ ନିଆଯାଇ ନାହିଁ । କିଛି ସମୟ ପରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଚୌକିକୁ ଫେରି କହିଥିଲେ, କେବଳ ଶପଥ ଓ ପ୍ରତିଜ୍ଞା ହିଁ ରେକର୍ଡରେ ରହୁଛି । ଶପଥ ଓ ପ୍ରତିଜ୍ଞା ଛଡ଼ା ଅନ୍ୟ କୌଣସି କଥା ନ କହିବାକୁ ମୁଁ ପୂର୍ବରୁ କହିଥିଲି । ଏହାର ପାଳନ କରାଯିବା ଉଚିତ । ଲୋକସଭା ଅଧିବେଶନର ପ୍ରଥମ ଦିନରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୬୨ ଜଣ ସାଂସଦ ଶପଥ ନେଇଥିଲେ । ମଙ୍ଗଳବାର ବଳକା ୨୮୧ ଜଣ ଶପଥ ପାଠ କରିଥିବା ଜଣାପଡ଼ିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.