ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଏଣିକି ହାଇଦ୍ରାବାଦ କେବଳ ତେଲଙ୍ଗାନା ରାଜଧାନୀ, ଆନ୍ଧ୍ରର ରାଜଧାନୀକୁ ବିବାଦ ଏବେ କୋର୍ଟରେ

ନୂଆଦିଲ୍ଲୀ,୦୩/୦୬: ହାଇଦ୍ରାବାଦ ସହର  ଆଜିଠାରୁ ଆଉ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର ଯୁଗ୍ମ ରାଜଧାନୀ ହୋଇନାହିଁ । ହାଇଦ୍ରାବାଦ କେବଳ ତେଲଙ୍ଗାନାର ନୂଆ ରାଜଧାନୀ ହୋଇଛି ।  ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ ୨୦୧୪ରେ  ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା । ଏହି  ଆଇନର ଧାରା ୫ (୨)ରେ ଦର୍ଶାଯାଇଥିଲା କି  ଜୁନ ୨ ତାରିଖରେ ତେଲଙ୍ଗାନା ସ୍ୱତନ୍ତ୍ର ରାଜ୍ୟ ହେବା ପରଠାରୁ ୧୦ ବର୍ଷ ପାଇଁ ଅର୍ଥାତ ୨୦୨୪  ଜୁନ ୧ ତାରିଖ ପର୍ଯ୍ୟନ୍ତ ହାଇଦ୍ରାବାଦ ଉଭୟ ରାଜ୍ୟର ଯୁଗ୍ମ ରାଜଧାନୀ ରହିବ । ଫଳରେ  ଜୁନ୍ ୨ ଠାରୁ ହାଇଦ୍ରାବାଦ କେବଳ ତେଲଙ୍ଗାନାର ରାଜଧାନୀ ହୋଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରପ୍ରଦେଶର ରାଜଧାନୀ ସ୍ଥିର ହୋଇପାରିନାହିଁ ।  

ଆନ୍ଧ୍ରର ରାଜଧାନୀ ଭାଇଜାଗ ହେବ ନା ଅମରାବତୀ  ତାକୁ ନେଇ ଗତ କିଛି ବର୍ଷ ହେଲା ବିବାଦ ଲାଗି ରହିଛି । ଏପରିକି ଏହି ବିବାଦ କୋର୍ଟରେ ମଧ୍ୟ ପଡିରହିଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ କହିଛନ୍ତି ଆସନ୍ତା ୪  ତାରିଖରେ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଯଦି ସେ ପୁଣି କ୍ଷମତାରେ ରୁହନ୍ତି ତେବେ ଭାଇଜାଗକୁ ପ୍ରଶାସନିକ ରାଜଧାନୀ, ଅମରାବତୀକୁ ବ୍ୟବସ୍ଥାପକ ରାଜଧାନୀ ଏବଂ କୁର୍ଣ୍ଣୁଲକୁ ନ୍ୟାୟିକ ରାଜଧାନୀ କରିବେ । ଗତ ୧୦  ବର୍ଷ ହେଲା ଆନ୍ଧପ୍ରଦେଶ ହାଇଦ୍ରାବାଦରୁ ନିଜର  ସମସ୍ତ କାର୍ଯ୍ୟ କରୁଥିଲା । କାର୍ଯ୍ୟ ପରିଚାଳନା  କରିବା ଲାଗି ସଚିବାଳୟରୁ କିଛି ଅଂଶ ଏବଂ ଏକ  ନୂଆ ଅଟ୍ଟାଳିକା ମଧ୍ୟ ଆନ୍ଧ୍ରପ୍ରଦେଶକୁ ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ ହାଇଦ୍ରାବାଦ କେବଳ  ତେଲଙ୍ଗାନାର ରାଜଧାନୀ ହୋଇଥିବାରୁ ଆନ୍ଧ୍ରକୁ  ଯୋଗାଇ ଦିଆଯାଇଥିବା ସମସ୍ତ ବିଲ୍‌ଡିଂକୁ ଦଖଲ  କରିବା ଲାଗି ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ ତାଙ୍କ  ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.