ନୂଆଦିଲ୍ଲୀ,୨୯/୦୬ :ବଜାର ନିୟାମକ ସେବିଠାରୁ ମଞ୍ଜୁରୀ ମିଳିବା ପରେ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଭାରତୀୟ ବଜାରରେ ଅଦ୍ୟାବଧି ସବୁଠାରୁ ବଡ ଆଇପିଓ ଆଣିବାକୁ ଏବେ ପ୍ରସ୍ତୁତି କରୁଛି ।
ମିଡିଆ ରିପାର୍ଟ ମୁତାବକ, କମ୍ପାନି ଅଗାମୀ ଆସରେ ଆଣିପାରେ ଏହି ଆଇପିଓ । ଆଇପିଓ ଆଣିବା ଲାଗି କମ୍ପାନି ୨୦୨୪ ଜୁନରେ ସେବି ନିକଟରେ ଡ୍ରାଫ୍ଟ ପେପର ଜାରି କରିଥିଲା । ଏହି ଆଇପିଓ ଜରିଆରେ କମ୍ପାନି ବଜାରରୁ ୨୫ ହଜାର କୋଟି ଟଙ୍କା ଉଠାଇବା ଯୋଜନା ରଖିଛି । ଏଥିପାଇଁ କମ୍ପାନି ନୂଆ ଶେୟାର ଜାରି କରିବନି । ଅଫର ଫର୍ ସେଲ୍ ବା ଓଏଫ୍ଏସ୍ ଜରିଆରେ ଶେୟାର ଜାରି ହେବ । ଗତ ୨୦ ବର୍ଷ ମଧ୍ୟରେ କୌଣସି ଅଟୋମାବାଇଲ କମ୍ପାନି ଏଭଳି ଶେୟାର ଆଣିବାକୁ ଯାଉଛି ।