ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘କର୍କଟ ପୀଡ଼ିତ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମୁଁ ଖୁବ୍‌ ବିଚଳିତ ଥିଲି’: ଅନିମେଶ ପ୍ରଧାନ

ରାଉରକେଲା, ୧୭।୪: ଅନିମେଶ ପ୍ରଧାନ ୟୁପିଏସ୍‌ସିରେ ୨ ନମ୍ବର ରାଙ୍କ ହାସଲ କରିଛନ୍ତି । ତାଳଚେରର ପୁଅ ଆଜି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏନ୍‌ଆଇଟି ରାଉରକେଲାରୁ ପାଠପଢ଼ା ପରେ ଏବେ ଇଣ୍ଡିଆନ୍‌ ଅଏଲ୍‌ରେ ଚାକିରି କରୁଛନ୍ତି । ପିଲା ବେଳରୁ ତାଙ୍କ ଇଚ୍ଛା ଥିଲା ଆଇଏଏସ୍‌ ହେବାପାଇଁ । ସେହି ସ୍ୱପ୍ନ ଆଜି ସାକାର ହୋଇଛି । ପ୍ରଥମ ଥର ପରୀକ୍ଷା ଦେଇ ୟୁପିଏସ୍‌ସି ପାଇଛନ୍ତି । ଓଡ଼ିଶା ମାଟି ପାଇଁ କାମ କରିବାକୁ ଇଚ୍ଛୁକ ଅଛନ୍ତି । ଅନିମେଶ କହିଛନ୍ତି, ୨୦୧୭ରୁ ବାପାଙ୍କର ଦେହାନ୍ତ ହୋଇଛି । ଘରେ ମା’ କର୍କଟ ରୋଗରେ ପୀଡ଼ିତ ଥିଲେ । ଏହିଭଳି ପରିସ୍ଥିତିରେ ମୁଁ ୟୁପିଏସ୍‌ସିରେ ଉତ୍ତୀର୍ଣ୍ଣ ହୋଇଛି । ମାତ୍ର ଏହି ସଫଳତା ଦେଖିବାକୁ ଆଜି ମା’ ପାଖରେ ନାହାନ୍ତି । ତେବେ ନିଷ୍ଠାର ସହ ପରିଶ୍ରମ କଲେ ସମସ୍ତେ ସଫଳତା ପାଇବେ ବୋଲି ଅନିମେଶ କହିଛନ୍ତି । ତାଙ୍କ ସହ ‘ପ୍ରମେୟ’ ପ୍ରତିନିଧିଙ୍କ ସ୍ୱତନ୍ତ୍ର ସାକ୍ଷାତକାର... 

ଆପଣ ୟୁପିଏସ୍‌ସିରେ ରାଙ୍କ ୨ରେ ଅଛନ୍ତି । ଏହି ସଫଳତା ସଂପର୍କରେ କ'ଣ କହିବେ ?

ମୋର ପିଲାଦିନରୁ ଇଚ୍ଛା ଥିଲା ୟୁପିଏସ୍‌ସିରେ ପାସ୍‌ କରିବି । ନିଶ୍ଚିତ ଆଇଏଏସ୍‌ ହେବି । ଆଜି ସେହି ସ୍ୱପ୍ନ ସାକାର ହୋଇଛି । ସର୍ବଭାରତୀୟ ସ୍ତରରେ ର‌୍ୟାଙ୍କ୍‌ ୨ରେ ରହିଛି । ଯାହା କେବେ ସ୍ୱପ୍ନରେ ଭାବିନଥିଲି । ୨୦୨୨ ମସିହାରୁ ଜୋରସୋର୍‌ ପ୍ରସ୍ତୁତି ଆରମ୍ଭ କରିଥିଲି । ୟୁପିଏସ୍‌ସି ପରୀକ୍ଷା ପ୍ରଥମ କରି ଦେଇଥିଲି ଏବଂ ସଫଳତା ପାଇଛି । ବହୁତ ଖୁସି ଲାଗୁଛି । ମାତ୍ର ଯେଉଁ ମା’ଙ୍କ ପାଇଁ ଏତେ ବଡ଼ ସଫଳତା ହାସଲ କରିଛି, ତାଙ୍କ କଥା ବହୁତ ମନେ ପଡ଼ୁଛି । ଆଜି ସେ ଥିଲେ ମୋ ଠାରୁ ଅଧିକ ଖୁସି ହୋଇଥାନ୍ତେ ।

ଆପଣ କିପରି ଭାବେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ? 

ମୁଁ ବର୍ତ୍ତମାନ ଇଣ୍ଡିଆନ୍‌ ଅଏଲ୍‌ରେ କାର୍ଯ୍ୟ କରୁଛି । କାମରେ ଅଭିଜ୍ଞ ଥିଲି । ମୋ ପାଖରେ ସମୟ ନଥିଲା ପ୍ରସ୍ତୁତି ପାଇଁ । ତଥାପି ଦିନକୁ ୫ରୁ ୬ ଘଣ୍ଟା ପ୍ରସ୍ତୁତି କରୁଥିଲି । ମୁଁ ଘରର ଗୋଟିଏ ପୁଅ । ବାପା ୨୦୧୭ ମସିହାରୁ ଚାଲିଯାଇଛନ୍ତି । ମୋର ପ୍ରସ୍ତୁତି ସମୟରେ ମୋ ମା’ କର୍କଟ ରୋଗରେ ପୀଡ଼ିତ ଥିଲେ । ଏଭଳି ପରିସ୍ଥିତିରେ ମୁଁ ସଫଳତା ପାଇଛି । ତେବେ ନିଷ୍ଠା ସହ ପରିଶ୍ରମ କଲେ ସମସ୍ତେ ସଫଳତା ପାଇପାରିବେ । 

ଆଗାମୀ କାର୍ଯ୍ୟପନ୍ଥା କ’ଣ ? 

ମୁଁ ଚାହୁଁଛି ତୃଣମୂଳସ୍ତରରେ କାମ କରିବି । ଲୋକମାନଙ୍କର ଉନ୍ନତି ପାଇଁ ମୋତେ କାମ କରିବାର ଅଛି । ଲୋକଙ୍କର ସାମାଜିକ ଅର୍ଥନୈତିକ ବିକାଶ ପାଇଁ କାମ କରିବି । ଆର୍ଥିକ ଅନଗ୍ରସର ଲୋକଙ୍କର କଲ୍ୟାଣ ସାଧନ କରିବି । 

ପରିବାରରେ ବହୁ ପ୍ରତିକୂଳ ପରିସ୍ଥିତିରେ ଆପଣ କିପରି ନିଜକୁ ୟୁପିଏସ୍‌ସି ପାଇଁ ପ୍ରସ୍ତୁତ କରୁଥିଲେ ?

ୟୁପିଏସ୍‌ସି ପ୍ରସ୍ତୁତି ସମୟରେ ମୋର ମା’ ମୋ ପାଇଁ ସମସ୍ତ ସମୟ ଦେଇଛନ୍ତି । ବାପା ନ ଥିଲେ । ମା’ଙ୍କର ଚିକିତ୍ସା ଚାଲିଥିଲା । ଏହି ସମୟରେ ପ୍ରସ୍ତୁତି କରିବା ମୋ ପାଇଁ ବହୁତ କଷ୍ଟକର ଥିଲା । ମା'ଙ୍କ କଷ୍ଟ ମୋତେ ସବୁ ସମୟରେ ବିଚଳିତ କରୁଥିଲା । ସେହି କଷ୍ଟ ହିଁ ମୋ' ଆଶା ଓ ସଫଳତାର ଉତ୍ସ ଥିଲା ।

ସଫଳତାର ଶ୍ରେୟ କାହାକୁ ଦେବେ ?  

ଏହି ସଫଳତାର ପ୍ରଥମ ଶ୍ରେୟ ମା’ଙ୍କୁ ଦେବି । କାରଣ ମୋ ପ୍ରସ୍ତୁତି ପାଇଁ ତାଙ୍କ ଚିକିତ୍ସାରେ ବହୁ ପ୍ରତିବନ୍ଧକ ଆସିଛି । ମୋ ପାଇଁ ସେ ନିଜର ମୂଲ୍ୟବାନ ସମୟ ଓ ଜୀବନ ଦେଇଦେଲେ । ଯାହା ଆଜି ମୋତେ କଷ୍ଟ ଦେଉଛି । ବାପାଙ୍କର ଆଶୀର୍ବାଦ, ମୋ ଦିଦି, ଭାଇନା, ସାଙ୍ଗସାଥୀ, ଇଣ୍ଡିଆନ୍‌ ଅଏଲ୍‌ର ସହକର୍ମୀମାନଙ୍କର ଆଶୀର୍ବାଦ ପାଇଁ ଆଜି ସଫଳତା ପାଇଛି । ମୁଁ ଭାଗ୍ୟବାନ ଯେ ସର୍ବଭାରତୀୟ ସ୍ତରରେ ୨ ନମ୍ବର ରାଙ୍କରେ ଅଛି ।

ୟୁପିଏସ୍‌ସି ପ୍ରସ୍ତୁତି କରୁଥିବା ଓଡ଼ିଶାର ପିଲାଙ୍କୁ କ'ଣ ବାର୍ତ୍ତା ଦେବେ ?

ଅନେକ ପିଲା ଆମ ରାଜ୍ୟକୁ ଅନ୍ୟ ରାଜ୍ୟ ଆଗରେ ଛୋଟ ମନେ କରନ୍ତି । ମାତ୍ର ମୁଁ ସବୁବେଳେ ନିଜ ରାଜ୍ୟକୁ ନେଇ ଗର୍ବ କରେ । ଓଡ଼ିଶା ପାଇଁ କାମ କରିବାକୁ ମୋ ଇଚ୍ଛା ଅଛି । ପରିଶ୍ରମ କଲେ ସଫଳତା ଆଗରେ କିଛି ପ୍ରତିବନ୍ଧକ ଆସିବ ନାହିଁ । ମୋ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ମୁଁ ତାହା ପ୍ରମାଣିତ କରିପାରିଛି । 

ଓଡ଼ିଶା ନେଇ ଆପଣଙ୍କ ସ୍ୱପ୍ନ କ'ଣ ? 

ମୁଁ ଚାହୁଁଛି ଓଡ଼ିଶା ନାଁ ଦେଶରେ ବିକଶିତ ରାଜ୍ୟ ଭାବେ ଆଗରେ ରହୁ । କେବଳ ଭିତ୍ତିଭୂମି ନୁହେଁ ବରଂ ସାମାଜିକ ଅର୍ଥନୈତିକ କ୍ଷେତ୍ରରେ କିପରି ଆଗକୁ ଯିବ ସେନେଇ ମୋର ଉଦ୍ୟମ ରହିବ । ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଆଇଟି, ଅର୍ଥନୀତିର ବିକାଶ ହେଉ । ତୃଣମୂଳସ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ କାମ କରିବାକୁ ଇଛା ଅଛି । ଯେପରି ସାଧାରଣ ଲୋକ ସବୁ ପ୍ରକାର ସୁବିଧା ପାଇପାରିବେ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.