ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

୧୪ଘଣ୍ଟାର ଚାକିରୀ, ତା’ ପରେ ବି ପ୍ରଥମ ପ୍ରୟାସରେ ହେଲେ ଆଇଏଏସ

ନୂଆଦିଲ୍ଲୀ,୨୦/୬ : ଭାରତରେ ପ୍ରତ୍ୟେକ ବର୍ଷ ୟୁପିଏସସି ଦ୍ବାରା ପ୍ରତ୍ୟେକ ବର୍ଷ ସିଭିଲ ସର୍ଭିସ ସେବା ପରୀକ୍ଷା ଆୟୋଜିତ କରାଯାଉଛି । ଏହି ପରୀକ୍ଷାରେ ପ୍ରତ୍ୟେକ ପ୍ରତି ଷ୍ଟ୍ରିମର ଛାତ୍ରଛାତ୍ରୀ ସାମିଲ ହୋଇଥାନ୍ତି । ପ୍ରାୟ ୧୦ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷା ଲାଗି ପ୍ରତ୍ୟେକ ବର୍ଷ ରେଜିଷ୍ଟେ୍ରଶନ କରିଥାନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଏକ ହଜାର ପାଖାପାଖି ପ୍ରାର୍ଥୀ ଏହି ପରୀକ୍ଷା ପାସ୍ କରି ଆଇଏଏସ, ଆଇପିଏସ ଏବଂ ଏ ଗ୍ରେଡ଼ ଲେବୁଲର ଅଫିସର ପଦ ହାସଲ କରିଥାନ୍ତି । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଜଣେ ଏଭଳି ଯୁବତୀଙ୍କ ବିଷୟରେ ଯିଏ ୧୪ଘଣ୍ଟାର ଚାକିରୀ ପରେ ବି ତାଙ୍କର ପ୍ରଥମ ପ୍ରୟାସରେ ସେ ସିଭିଲ ସର୍ଭିସ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି ।

ପ୍ରକାଶ ଯେ, ଆମେ କହୁଛୁ କି ଆଇଏଏସ ଡ. ଅକ୍ଷିତା ଗୁପ୍ତାଙ୍କର କଥା ଯିଏ ଚଣ୍ଡିଗଡ଼ର ଅଟନ୍ତି । ତାଙ୍କ ବାପା ଗୁପ୍ତା ପଞ୍ଚକୁଲା ବରିଷ୍ଠ ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଅଟନ୍ତି । ସେହିଭଳି ତାଙ୍କ ମା’ ମୀନା ଗୁପ୍ତା ଏକ ସରକାରୀ ବରିଷ୍ଠ ସେକେଣ୍ଡାରୀ ସ୍କୁଲରେ ଗଣିତ ବିଭାଗର ଲେକଚର ଅଛନ୍ତି ।

ଅକ୍ଷିତା ତାଙ୍କ ତୃତୀୟ ବର୍ଷରେ ୟୁପିଏସସି ସିଭିଲ ସେବା ପରୀକ୍ଷାର ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ସେ ନିଜର ସବୁ ଖାଲି ସମୟ ୟୁପିଏସସି ପରୀକ୍ଷାର ପ୍ରସ୍ତୁତିରେ ଲଗାଇଥିଲେ।   ପ୍ରକାଶ ଯେ, ଅକ୍ଷିତା ପରୀକ୍ଷା ପ୍ରସ୍ତୁତି ସମୟରେ ଏକ ହସ୍ପିଟାଲରେ ଡାକ୍ତର ଭାବେ କାମ କରୁଥିଲେ । ସେ ହସ୍ପିଟାଲରେ ୧୪ଘଣ୍ଟାର ସିଫ୍ଟ କରୁଥିଲେ ଏବଂ ୧୫ମିନିଟର ବ୍ରେକରେ ୟୁପିଏସସି ପରୀକ୍ଷା ଲାଗି ପଢୁଥିଲେ । ଏହା ବ୍ୟତୀତ ମିଳୁଥିବା ଖାଲି ସମୟରେ ବି ସେ ପରୀକ୍ଷାର ପ୍ରସ୍ତୁତି ଉପରେ ଧ୍ୟାନ କେନ୍ଦ୍ରିତ କରୁଥିଲେ । ଏହି ପ୍ରସ୍ତୁତି ସମୟରେ ୨୦୨୦‌ରେ ଅକ୍ଷିତା ନିଜ ପ୍ରଥମ ପ୍ରୟାସରେ ଅଲ ଇଣ୍ଡିଆ ୬୯ତମ ରାଙ୍କ ହାସଲ କରି ୟୁପିଏସସି ପରୀକ୍ଷା ପାସ କରି ଆଇଏଏସ ଅଫିସର ହୋଇଯାଇଛନ୍ତି ।

ସେ ପ୍ରସ୍ତୁତି ଲାଗି ଏକ ପ୍ରଭାବୀ ରଣନୀତି କରିଥିଲେ ଏବଂ ସେହି ବିଷୟ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ । ଯେଉଁଥିରେ ସେ କମଜୋର ଥିଲେ । ସେ ଏକ ସାକ୍ଷାତକାରରେ କହିଥିଲେ କି ମୁଁ ନିଜ ସମସ୍ତ ମେଡ଼ିସିନର ବହି ଆଣିଲି ଏବଂ ୟୁପିଏସସି ସିଲାଭର୍ସ ସହ ସମ୍ବନ୍ଧିତ ପୃଷ୍ଠାକୁ ଚରି ଦେଲି । ନିଜ ବହିକୁ ଚିରିବା ବହୁତ କଷ୍ଟ ଦାୟକ ଥିଲା । କିନ୍ତୁ ଏହା ଭଲ ଲାଗି ଥିଲା । ମୁଁ ସବୁ ପୃଷ୍ଠା ଲାଗି ତାକୁ ଷ୍ଟେପଲର କରିଲି ଏବଂ ଚ୍ୟାପ୍ଟର କରିଲି ଫଳରେ ମୋତେ ପ୍ରତ୍ୟେକ ଜିନିଷ ଲାଗି ନୋଟସ କରିବାକୁ ପଡ଼ିଲା । ମୁଁ ଏହିଭଳି ଭାବେ ନିଜର ମେଡ଼ିକାଲ ସାଇନ୍ସ ଅପଶନାଲର ପ୍ରସ୍ତୁତି କଲି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.