ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-୨୦ ବିଶ୍ୱକପ୍‌ରେ ମାଲାମାଲ ହେବେ ଟିମ୍‌ , ରେକର୍ଡ ସଂଖ୍ୟକ ପୁରସ୍କାର ରାଶି ଘୋଷଣା କଲା ଆଇସିସି

ନ୍ୟୁୟର୍କ -  ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ (ଆଇସିସି) ଟି-୨୦ ବିଶ୍ୱକପ୍‌ ୨୦୨୪ ପାଇଁ ରେକର୍ଡ ସଂଖ୍ୟକ ୧୧.୨୫ ମିଲିୟନ ଡଲାର( ପାଖାପାଖି ୯୩ କୋଟି ୫୧ ଲକ୍ଷ ଟଙ୍କା)ର ପୁରସ୍କାର ରାଶି ଘୋଷଣା କରିଛି। ବିଜେତାଙ୍କୁ ୨.୪୫ ମିଲିୟନ ଡଲାର (ପାଖାପାଖି ୨୦ କୋଟି ୩୬ ଲକ୍ଷ ଟଙ୍କା) ଓ ଉପବିଜେତାଙ୍କୁ ୧.୨୮ ମିଲିୟନ ଡଲାର ଦିଆଯିବ। ସେମିଫାଇନାଲ ହାରିବା ଟିମ୍‌କୁ ୭୮୭୫୦୦ ଡଲାର ମିଳିବ। ଗତ ଥର ମୋଟ ପୁରସ୍କାର ରାଶି ୫.୬ ମିଲିୟନ ଡଲାର ଥିଲା , ଯେଉଁଥିରେ ବିଜେତା ଇଂଲଣ୍ଡକୁ ୧.୬ ମିଲିୟନ ଡଲାର ମିଳି ଥିଲା। 

ଆଇସିସି ଏକ ବୟାନରେ କହିଛି, ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ୯ମ ସେସନରେ ୨୦ଟି ଟିମ୍‌କୁ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ବିଜେତାଙ୍କୁ ୨. ୪୫ ମିଲିୟନ ଡଲାର ପୁରସ୍କାର ରାଶି ମିଳିବ , ଯାହା ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ ପୁରସ୍କାର ରାଶି। ଏହା ବ୍ୟତୀତ ଟ୍ରଫି ମଧ୍ୟ ୨୯ ଜୁନ୍‌ରେ ବାରବଡୋସରେ ଫାଇନାଲ ପରେ ଦିଆଯିବ। ସୁପର ୮ରୁ ଆଗକୁ ଯାଇ ପାରୁ ନଥିବା ୪ଟି ଟିମ୍ ମଧ୍ୟରୁ ପ୍ରତ୍ୟେକଙ୍କୁ ୩୮୨୫୦୦ ଡଲାର ଦିଆଯିବ ,   ୯ ରୁ ୧୨ତମ ସ୍ଥାନରେ ଥିବା ଟିମ୍‌ ଗୁଡ଼ିକୁ ୨୪୭୫୦୦ ଡଲାର ଓ ୧୩ରୁ ୨୦ତମ ସ୍ଥାନରେ ଥିବା ଟିମ୍‌ ଗୁଡ଼ିକୁ ୨୨୫୦୦୦ ଡଲାର ମିଳିବ।

ଆଇସିସି କହିଛି, ପ୍ରତି ଟିମ୍‌ର ପ୍ରତ୍ୟେକ ମ୍ୟାଚ୍‌ ଜିତିବାରେ (ସେମିଫାଇନାଲ ଓ ଫାଇନାଲ ବ୍ୟତୀତ) ୩୧୧୫୪ ଡଲାର ମିଳିବ। ୫୫ଟି ମ୍ୟାଚ୍‌ର ଟୁର୍ଣ୍ଣାମେଣ୍ଟ ୨୮ ଦିନ ଯାଏ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ୯ଟି ସ୍ଥାନରେ ଖେଳା ଯିବ। ଏଥିରେ ପ୍ରଥମ ଥର ୨୦ଟି ଟିମ୍‌ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ପର୍ଯ୍ୟାୟର ୪୦ଟି ମ୍ୟାଚ୍‌ ପରେ ମୁଖ୍ୟ ୮ଟି ଟିମ୍‌ ସୁପର ୮ରେ ପହଞ୍ଚିବେ।  ଏଥିରୁ ୪ଟି ଟିମ୍‌ ସେମିଫାଇନାଲ ଖେଳିବେ। ଟୁର୍ଣ୍ଣାମେଣ୍ଟ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାର ମିଳିତ ହୋଷ୍ଟିଂରେ ଖେଳା ଯାଉଛି। ଏବେସୁଦ୍ଧା ଦୁଇଟି ମ୍ୟାଚ୍‌ର ଆୟୋଜନ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.