ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

‘ଆଇସିସି ପ୍ଳେୟାର ଅଫ୍ ଦ ମନ୍ଥ’ ର ସର୍ଟଲିଷ୍ଟ ଜାରି, ବୁମରାହଙ୍କ ସହିତ ଏହି ୩ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୭।୧୧: ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍ ଅର୍ଥାତ ଆଇସିସି ପ୍ଲେୟାର ଅଫ୍ ଦ ମନ୍ଥ ଆଓ୍ବାର୍ଡ ପାଇଁ ସର୍ଟଲିଷ୍ଟ କରାଯାଇଥିବା ତିନି ଖେଳାଳିଙ୍କ ନାଁ ଘୋଷଣା କରିଛି। ମଙ୍ଗଳବାର ୭ ନଭେମ୍ବରରେ ଆଇସିସି  ତିନି ଖେଳାଳିଙ୍କୁ ଏହି ପୁରସ୍କାର ପାଇଁ ଚୟନ କରିଛି। ଏଥିରେ ଜଣେ ବୋଲର, ଓ୍ବିକେଟ କିପର ବ୍ୟାଟର ଓ ଅଲରାଉଣ୍ଡର ଅଛନ୍ତି। ଜଣେ ଭାରତୀୟ ଖେଳାଳିଙ୍କୁ ମଧ୍ୟ ଏହି ଲିଷ୍ଟରେ ସ୍ଥାନ ମିଳିଛି। ସେ ହେଲେ ଦ୍ରୁତ ବୋଲର ଜସପ୍ରୀତ ବୁମରାହ, ଯିଏକି ଅକ୍ଟୋବର ମାସରେ ନିଜ ବୋଲିଂରେ କରିଥିଲେ କମାଲ।

ଅକ୍ଟୋବର ୨୦୨୩ ପାଇଁ ସର୍ଟ ଲିଷ୍ଟ କରାଯାଇଥିବା ଖେଳାଳିଙ୍କ ଭିତରେ ଜସପ୍ରୀତ ବୁମରାହଙ୍କ ବ୍ୟତୀତ ସାଉଥ ଆଫ୍ରିକାର ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ କ୍ବିଟନ୍ ଡିକକ୍ ଓ ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ରଚିନ୍ ରବିନ୍ଦ୍ର ରହିଛନ୍ତି। ଏହି ତିନି ଖେଳାଳି ଓ୍ବାର୍ଲ୍ଡକପ୍ ୨୦୨୩ ରେ ଦମଦାର ପ୍ରଦର୍ଶନ କରିଛନ୍ତି। ବୁମରାହ ବୋଲିଂ, ଡିକକ୍ ବ୍ୟାଟିଂ ଓ ରବିନ୍ଦ୍ର ବ୍ୟାଟିଂରେ କମାଲ ଦେଖାଇଛନ୍ତି। ଓ୍ବିମେନ୍ସ ପ୍ଲେୟାରଅଫ୍ ଦ ମନ୍ଥ ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ର ହିଲି ମାଥ୍ୟୁଜ୍‌, ବାଂଲାଦେଶର ନାହିଦା ଅକତର ଓ ନ୍ୟୁଜିଲାଣ୍ଡର ଏମୋଲିୟା କେର ରହିଛନ୍ତି। 

ଡିକକ୍‌ଙ୍କ ବିଷୟରେ ଯଦି କଥା ହେବା ତେବେ ଗତ ମାସ ସେ ୩ଟି ଶତକ ଓ୍ବାର୍ଲ୍ଡକପ୍‌ରେ କରିଛନ୍ତି। ସେ ୪୩୧ ରନ୍ ଅକ୍ଟୋବରରେ ଟିମ୍‌ ପାଇଁ କରିଥିଲେ। ଏହି ମାସରେ ସେ ଓ୍ବିକେଟ କିପର  ଭାବରେ ୧୦ଟି କ୍ୟାଚ୍ ଓ ଗୋଟିଏ ଷ୍ଟମ୍ପିଂ କରିଥିଲେ। ଓ୍ବାର୍ଲ୍ଡକପ୍‌ରେ ସେ ଅକ୍ଟୋବରରେ ଶ୍ରୀଲଙ୍କା, ଅଷ୍ଟେ୍ରଲିଆ ଓ ବାଂଲାଦେଶ ବିପକ୍ଷରେ ଶତକ କରିବା‌ରେ ସଫଳ ହୋଇଥିଲେ।

ରଚିନ୍ ରବିନ୍ଦ୍ରଙ୍କ ବିଷୟରେ ଯଦି କଥା ହେବା ତେବେ ସେ ପ୍ରଥମ ବିଶ୍ବକପ୍‌ରେ ନିଜର କମାଲ ଦେଖାଇଛନ୍ତି। ସେ ଅକ୍ଟୋବର ବେଳେ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ଟିମ୍‌ର ପ୍ରଥମ ୬ଟି ମ୍ୟାଚ୍‌ରେ ୮୧.୨୦ ଆଭରେଜ୍‌ରେ ୪୦୬ ରନ୍‌ କରିଥିଲେ। ଏଥିରେ ଦ୍ବିଶତକ ମଧ୍ୟ ରହିଛି, ଯାହାକି ଇଂଲଣ୍ଡ ଓ ଅଷ୍ଟେ୍ରଲିଆ ବିପକ୍ଷରେ ଥିଲା। ସେ ୩ ଓ୍ବିକେଟ୍‌ ମଧ୍ୟ ନେଇଥିଲେ।

ଯଦି ଆମେ ଜସପ୍ରୀତ ବୁମରାହଙ୍କ ବିଷୟରେ କଥା ହେବା ତେବେ ଟିମ୍ ଇଣ୍ଡିଆ ପାଇଁ ଓ୍ବାର୍ଲ୍ଡକପ୍‌ ୨୦୨୩ ପୂର୍ବରୁ ଅଧା ଡର୍ଜନ ମ୍ୟାଚ୍‌ରେ ୧୪ ଓ୍ବିକେଟ ନେଇଥିଲେ। ତାଙ୍କର ଇକୋନୋମି ରେଟ୍‌ ୪ ରନ୍‌ ପ୍ରତି ଓଭରରୁ କମ୍ ରହିଛି। ଏହି କାରଣରୁ ସେ ଚଳିତ ମାସ ପ୍ଲେୟାର ଅଫ୍ ଦ ମନ୍ଥ ଆଓ୍ବାର୍ଡ ହାସଲ କରିବାର ଦାବିଦାର ରହିଛନ୍ତି। କିଛି ରନ୍‌ ମଧ୍ୟ ସେ ବ୍ୟାଟିଂରେ କରିଛନ୍ତି।

  • prameyanews
  • PrameyaOdia
  • prameya
  • cricket
  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.