ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ସବୁ ରେକର୍ଡରେ କୋହଲି 'ବିରାଟ'

ନୂଆଦିଲ୍ଲୀ ୦୩/୦୬:  ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ନବମ ସଂସ୍କରଣ ଆରମ୍ଭ  ହୋଇଯାଇଛି । ସବୁ ଟୁର୍ଣ୍ଣାମେଣ୍ଟ ଭଳି ଏଥର ମଧ୍ୟ କ୍ରିକେଟ୍‌ ପ୍ରେମୀଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିଛି । ସାରା  ବିଶ୍ୱରେ ତାଙ୍କର ଭରପୁର ପ୍ରଶଂସକ ରହିଛନ୍ତି । ୟୁଏସ୍‌ଏକୁ କ୍ରିକେଟ ପ୍ରେମୀଙ୍କ ସୁଅ ଛୁଟିବାରେ ଲାଗିଛି । କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ  ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଅନେକ ରେକର୍ଡ ମଧ୍ୟ ତାଙ୍କ ପ୍ରତୀକ୍ଷାରେ ରହିଛି । ଦିନିକିଆ କ୍ରିକେଟ୍‌ରେ ଅନେକ ରେକର୍ଡ ଭାଙ୍ଗି ସାରିଥିବା କୋହଲି ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ମଧ୍ୟ ଅନେକ ରେକର୍ଡର ଅଧିକାରୀ ରହିଛନ୍ତି । ଏଥର ୟୁଏସ୍‌ଏ ଓ ୱେଷ୍ଟଇଣ୍ଡିଜ୍‌ରେ ମଧ୍ୟ ସେ ଆଉ କିଛି ରେକର୍ଡ ସ୍ଥାପନ କରିବାକୁ ଯାଉଛନ୍ତି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ  କୋହଲିଙ୍କ ସମେତ ଅନ୍ୟ ଖେଳାଳି ଓ ଦଳମାନଙ୍କ ନାମରେ  ରହିଥିବା ରେକର୍ଡ ଉପରେ ଆମର ସ୍ୱତନ୍ତ୍ର ଉପସ୍ଥାପନା ।

ସର୍ବାଧିକ ରନ୍‌ 

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ରେକର୍ଡ ବିରାଟ କୋହଲିଙ୍କ ନାମରେ ରହିଛି । ସେ ମୋଟ୍‌ ୧୧୪୧  ରନ୍‌ ସଂଗ୍ରହ କରିସାରିଛନ୍ତି । ଏହି ତାଲିକାର  ଦ୍ୱିତୀୟ, ତୃତୀୟ ଓ ପଞ୍ଚମ ସ୍ଥାନରେ ରହିଥିବା  ଖେଳାଳିମାନେ ଅବସର ନେଇ ସାରିଛନ୍ତି । ମାତ୍ର  ଚତୁର୍ଥ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା । ସେ  ମୋଟ୍‌ ୯୬୩ ରନ୍‌ ସଂଗ୍ରହ କରିସାରିଛନ୍ତି । ଏଥର  ସେ କୋହଲିଙ୍କୁ ଟକ୍କର ଦେଇ ପାରନ୍ତି । ଶ୍ରୀଲଙ୍କାର  ମାହେଲା ଜୟବର୍ଦ୍ଧନେ ୧୦୧୬ ରନ୍‌ ସଂଗ୍ରହ କରି  ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି କ୍ରିସ  ଗେଲ୍‌ ୮୬୫ ରନ୍‌ ସହ ତୃତୀୟ ଓ ତିଳକରତ୍ନେ  ଦିଲସାନ ୮୯୭ ରନ୍‌ ସହ ପଞ୍ଚମ ସ୍ଥାନରେ  ରହିଛନ୍ତି ।  

 ଗୋଟିଏ ସ୍ୱତନ୍ତ୍ର ଦଳ ବିପକ୍ଷରେ ସର୍ବାଧିକ ରନ୍‌  ରେକର୍ଡ କୋହଲିଙ୍କ ନାମରେ ରହିଛି । ସେ କେବଳ  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷରେ  ୩୦୮ ରନ୍‌ ସଂଗ୍ରହ କରିଛନ୍ତି । ସେହିପରି  ଅଷ୍ଟ୍ରେଲିଆ ବିପକ୍ଷରେ କ୍ରିସ୍‌ ଗେଲ୍‌ ୨୮୯ ରନ୍‌  ସଂଗ୍ରହ କରିଥିବାବେଳେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ  ଦିଲସାନ ୨୩୮ରନ୍‌, ନ୍ୟୁଜିଲାଣ୍ଡ ବିପକ୍ଷରେ  ମାହେଲା ଜୟବର୍ଦ୍ଧନେ ୨୨୬ ରନ୍‌ ଓ ନ୍ୟୁଜିଲାଣ୍ଡ  ବିପକ୍ଷରେ ଡେଭିଡ୍‌ ୱାର୍ଣ୍ଣର ୨୨୬ ରନ୍‌ ସଂଗ୍ରହ  କରି ତାଲିକାର ପରବର୍ତ୍ତୀ ସ୍ଥାନରେ ରହିଛନ୍ତି ।  

 ସର୍ବାଧିକ ପ୍ଲେୟାର ଅଫ ଦ ମ୍ୟାଚ୍‌ ରେକର୍ଡ  କୋହଲିଙ୍କ ନାମରେ ରହିଛି । ସେ ୨୭ଟି ବିଶ୍ୱକପ୍‌  ମ୍ୟାଚ୍‌ ଖେଳି ୭ଥର ପ୍ଲେୟାର ଅଫ ଦ ମ୍ୟାଚ୍‌  ବିବେଚିତ ହୋଇଛନ୍ତି । ସେହିପରି ଗେଲ୍‌,  ଜୟବର୍ଦ୍ଧନେ ଓ ସେନ ୱାଟସନ ୫ଥର ଲେଖାଏଁ  ପ୍ଲେୟାର ଅଫ ଦ ମ୍ୟାଚ୍‌ ପୁରସ୍କାର ହାସଲ କରିଛନ୍ତି ।  

 ଗୋଟିଏ ସ୍ୱତନ୍ତ୍ର ସଂସ୍କରଣରେ ସର୍ବାଧିକ ରନ୍‌  ରେକର୍ଡ ମଧ୍ୟ କୋହଲିଙ୍କ ନାମରେ ରହିଛି । ସେ  ୨୦୧୪ ସଂସ୍କରଣରେ ମୋଟ୍‌ ୩୧୯ ରନ୍‌ ସଂଗ୍ରହ  କରିଥିଲେ । ୨୦୦୯ ବିଶ୍ୱକପ୍‌ରେ ଦିଲସାନ  ୩୧୭ ରନ୍‌ ସଂଗ୍ରହ କରିଥିବାବେଳେ ୨୦୧୦  ବିଶ୍ୱକପ୍‌ରେ ଜୟବର୍ଦ୍ଧନେ ୩୦୨ ଓ ୨୦୨୧  ବିଶ୍ୱକପ୍‌ରେ ବାବର ଆଜମ ୨୦୯ ରନ୍‌ ସଂଗ୍ରହ  କରିଥିଲେ । ୨୦୨୨ ବିଶ୍ୱକପ୍‌ରେ ମଧ୍ୟ କୋହଲି  ସର୍ବାଧିକ ୨୯୬ ରନ୍‌ ସଂଗ୍ରହ କରିଥିଲେ ।  

 ଭାରତ ପକ୍ଷରୁ କୋହଲି ୪ଟି ସଂସ୍କରଣରେ  ସର୍ବାଧିକ ରନ୍‌ ସଂଗ୍ରହ କରିଛନ୍ତି । ୨୦୧୪  ଓ ୨୦୨୨ ବିଶ୍ୱକପ୍‌ ବ୍ୟତୀତ ସେ ୨୦୧୬  ବିଶ୍ୱକପ୍‌ରେ ୨୭୩ ରନ୍‌ ଓ ୨୦୧୨ ବିଶ୍ୱକପ୍‌ରେ  ୧୮୫ ରନ ସଂଗ୍ରହ କରିଥିଲେ ।  ଅନ୍ୟ ଭାରତୀୟଙ୍କ ମଧ୍ୟରେ ଗୌତମ ଗମ୍ଭୀର ୨୦୦୭  ବିଶ୍ୱକପ୍‌ରେ ୨୨୭ ରନ୍‌, ଯୁବରାଜ ସିଂହ ୨୦୦୯  ବିଶ୍ୱକପ୍‌ରେ ୧୫୩ ରନ୍‌, ୨୦୧୦ ବିଶ୍ୱକପ୍‌ରେ  ସୁରେଶ ରାଇନା ୨୧୯ ରନ୍‌ ଓ ୨୦୨୧ ବିଶ୍ୱକପ୍‌ରେ  କେ ଏଲ ରାହୁଲ ୧୯୪ ରନ୍‌ ସଂଗ୍ରହ କରିଥିଲେ ।  

ସର୍ବାଧିକ ୫୦+ରନ୍‌ 

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସର୍ବାଧିକ ଅର୍ଦ୍ଧଶତକ କିମ୍ବା ଊଦ୍ଧ୍ୱର୍ ରନ୍‌ର ଇନିଂସ ରେକର୍ଡ ମଧ୍ୟ କୋହଲିଙ୍କ  ନାମରେ ରହିଛି । ସେ ୧୪ଟି ଅର୍ଦ୍ଧଶତକ ଅର୍ଜନ କରିସାରିଛନ୍ତି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ କୋହଲି ଶତକ ଅର୍ଜନ କରିନାହାନ୍ତି । ଗେଲ୍‌ ଓ ରୋହିତ  ୯ଟି ଲେଖାଏଁ ଅର୍ଦ୍ଧଶତକରୁ ଊଦ୍ଧ୍ୱର୍ ରନ୍‌ର ଇନିଂସ ଖେଳିସାରିଛନ୍ତି । ରୋହିତ ଶତକ ଅର୍ଜନ  କରିନାହାନ୍ତି । ଗେଲ୍‌ଙ୍କ ନାମରେ ୨ଟି ଶତକ ରହିଛି ।  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମୋଟ୍‌ ୧୧ଟି ଶତକ ଅର୍ଜନ  ହୋଇଛି । ଗେଲ୍‌ଙ୍କ ନାମରେ ୨ଟି ଶତକ  ରହିଥିବାବେଳେ ସୁରେଶ  ରାଇନା, ଜୟବର୍ଦ୍ଧନେ,  ମ୍ୟାକ୍‌କୁଲମ, ଆଲେକ୍ସ ହେଲ୍ସ,  ଅହମ୍ମଦ ସେହଜାଦ, ତାମିମ ଇକବାଲ୍‌, ଜୋସ  ବଟଲର, ରାଇଲି ରସୋ ଓ ଗ୍ଲେନ ଫିଲିପ୍ସ  ଗୋଟିଏ ଲେଖାଏଁ ଶତକ ଅର୍ଜନ କରିଛନ୍ତି ।  

ଦ୍ରୁତତମ ଶତକ ଓ  ଅର୍ଦ୍ଧଶତକ 

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଦ୍ରୁତତମ ଶତକ କ୍ରିସ୍‌ ଗେଲ୍‌  ଓ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ଯୁବରାଜଙ୍କ  ନାମରେ ରହିଛି । ୨୦୧୬ ବିଶ୍ୱକପ୍‌ରେ ଗେଲ୍‌  ଇଂଲଣ୍ଡ ବିପକ୍ଷରେ ୪୭ଟି ବଲ୍‌ରୁ ଶତକ  ଅର୍ଜନ କରିଥିଲେ । ସେହିପରି ୨୦୦୭  ବିଶ୍ୱକପ୍‌ରେ ଯୁବରାଜ ସିଂହ ଇଂଲଣ୍ଡ ବିପକ୍ଷରେ  ମାତ୍ର ୧୨ଟି ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ  କରିଥିଲେ । ସେହିପରି ୨୦୧୪ ବିଶ୍ୱକପ୍‌ରେ  ନେଦରଲାଣ୍ଡ୍‌ସର ମାଇବର୍ଗ ଆୟର୍ଲାଣ୍ଡ ବିପକ୍ଷରେ ୧୭ଟି ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ ।  

ସର୍ବାଧିକ ୱିକେଟ୍‌ 

ସର୍ବାଧିକ ୱିକେଟ୍‌ ରେକର୍ଡ ବାଂଲାଦେଶର ସାକିବ ଅଲ୍‌  ହାସନଙ୍କ ନାମରେ ରହିଛି । ସେ ମୋଟ୍‌ ୪୭ଟି  ୱିକେଟ୍‌ ନେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସହିଦ  ଆଫ୍ରିଦି ଦ୍ୱିତୀୟ (୩୯ୱିକେଟ୍‌), ଲସିଥ ମାଲିଙ୍ଗା  ତୃତୀୟ (୩୮ୱିକେଟ୍‌), ସଇଦ ଅଜମଲ  ଚତୁର୍ଥ (୩୬ୱିକେଟ୍‌) ଓ ଅଜନ୍ତା ମେଣ୍ଡିସ  ପଞ୍ଚମ (୩୫ୱିକେଟ୍‌) ସ୍ଥାନରେ ରହିଛନ୍ତି । 

ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ରେକର୍ଡ  ଅଜନ୍ତା ମେଣ୍ଡିସଙ୍କ ନାମରେ ରହିଛି । ସେ ୨୦୧୨  ବିଶ୍ୱକପ୍‌ରେ ଜିମ୍ବାୱେ ବିପକ୍ଷରେ ୮ ରନ୍‌ ପ୍ରଦାନ  କରି ୬ଟି ୱିକେଟ୍‌ ନେଇଥିଲେ । ସେହିପରି  ୨୦୧୪ ବିଶ୍ୱକପ୍‌ରେ ଶ୍ରୀଲଙ୍କାର ରଙ୍ଗନା ହେରାଥ  ନ୍ୟୁଜିଲାଣ୍ଡ ବିପକ୍ଷରେ ମାତ୍ର ୩ ରନ୍‌ ପ୍ରଦାନ କରି  ୫ଟି ୱିକେଟ୍‌ ଅକ୍ତିଆର କରିଥିଲେ । ୨୦୦୯  ବିଶ୍ୱକପ୍‌ରେ ପାକିସ୍ତାନର ଉମର ଗୁଲ୍‌ ନ୍ୟୁଜିଲାଣ୍ଡ  ବିପକ୍ଷରେ ୬ ରନ୍‌ ପ୍ରଦାନ କରି ୫ୱିକେଟ୍‌  ନେଇଥିବାବେଳେ ୨୦୧୦ ବିଶ୍ୱକପ୍‌ରେ ଇଂଲଣ୍ଡର  ସାମ କୁରାନ ଆଫଗାନିସ୍ତାନ ବିପକ୍ଷରେ ୧୦ ରନ୍‌  ପ୍ରଦାନ କରି ୫ଟି ୱିକେଟ୍‌ ଅକ୍ତିଆର କରିଥିଲେ । 

ସର୍ବାଧିକ ଛକାରେ ରୋହିତ ଆଗୁଆ

 ଏଥର ବିଶ୍ୱକପ୍‌ରେ ଆଉ ମାତ୍ର ୩ଟି ଛକା ମାରିଲେ ରୋହିତ  ଶର୍ମା ଏକ ବିରଳ ରେକର୍ଡର ଅଧିକାରୀ ହେବେ ।  ସେ ବିଶ୍ୱର ପ୍ରଥମ ଖେଳାଳି ଭାବେ ଅନ୍ତର୍ଜାତୀୟ  କ୍ରିକେଟ୍‌ରେ ୬୦୦ ଛକା ପୂରଣ କରିବେ । ସେ ଇତି  ମଧ୍ୟରେ ୫୯୭ଟି ଛକା ମାରି ସାରିଛନ୍ତି । ଭାରତୀୟ  ଖେଳାଳିଙ୍କ ମଧ୍ୟରେ ମହେନ୍ଦ୍ର ସିଂହ ଧୋନି ୩୫୨  ଛକା ସହ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ  ୨୯୪ଛକା ସହ ବିରାଟ କୋହଲି ତୃତୀୟ, ୨୬୪  ଛକା ସହ ସଚିନ ତେନ୍ଦୁଲକର ଚତୁର୍ଥ ଓ ୨୪୯  ଛକା ସହ ଯୁବରାଜ ସିଂହ ପଞ୍ଚମ ସ୍ଥାନରେ ରହିଛନ୍ତି ।  

 ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସର୍ବାଧିକ ଛକା ରେକର୍ଡ  କ୍ରିସ୍‌ ଗେଲ୍‌ଙ୍କ ନାମରେ ରହିଛି । ସେ ମୋଟ୍‌  ୬୩ଟି ଛକା ମାରିଛନ୍ତି । ୩୫ଟି ଛକା ସହ ରୋହିତ  ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ୩୩ଟି ଛକା  ସହ ଜୋସ ବଟଲର ତୃତୀୟ, ୩୩ଛକା ସହ  ଯୁବରାଜ ସିଂହ ଚତୁର୍ଥ, ୩୧ଛକା ସହ ଡେଭିଡ୍‌  ୱାର୍ଣ୍ଣର ପଞ୍ଚମ ସ୍ଥାନରେ ରହିଛନ୍ତି । ଏଥର ବଟଲର  ଓ ୱାର୍ଣ୍ଣର ଦ୍ୱିତୀୟ ସ୍ଥାନ ପାଇ ରୋହିତଙ୍କ ସହ  ଟକ୍କର ଦେବେ । ସର୍ବାଧିକ ବିଶ୍ୱକପ ଓ ମ୍ୟାଚ୍‌ ରୋହିତ ଶର୍ମା ଓ ସାକିବ ଅଲ୍‌ ହାସନ ଏଥର ସ୍ୱତନ୍ତ୍ର  ରେକର୍ଡ କରିବାକୁ ଯାଉଛନ୍ତି । ଉଭୟ ଖେଳାଳି  ନବମ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଖେଳିବେ ।  ସେହିପରି ଡେଭିଡ୍‌ ୱାର୍ଣ୍ଣର ଅଷ୍ଟମ ବିଶ୍ୱକପ୍‌  ଖେଳୁଥିବାବେଳେ ସୋହେବ ମଲିକ, ଡ୍ୱେନ  ବ୍ରାଭୋ, କ୍ରିସ ଗେଲ୍‌, ମୁସଫିକର ରହିମ,  ମହମୁଦୁଲ୍ଲା ଓ ମହମ୍ମଦ ହାଫିଜ ୭ଟି ଲେଖାଏଁ  ବିଶ୍ୱକପ୍‌ ଖେଳିଛନ୍ତି ।

ବିଶ୍ୱକପ୍‌ରେ ସର୍ବାଧିକ ମ୍ୟାଚ୍ ଖେଳିବାରେ  

ରେକର୍ଡ ରୋହିତଙ୍କ ନାମରେ ରହିଛି । ସେ ଇତି  ମଧ୍ୟରେ ୩୯ଟି ମ୍ୟାଚ୍‌ ଖେଳିସାରିଛନ୍ତି । ସାକିବ  ୩୬ଟି ମ୍ୟାଚ୍‌ ଖେଳି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।  ଅନ୍ୟମାନଙ୍କ ମଧ୍ୟରେ ଦିଲସାନ ୩୫ଟି ମ୍ୟାଚ୍‌  ଖେଳିଥିବାବେଳେ ବ୍ରାଭୋ, ଆଫ୍ରିଦି, ସୋହେବ  ମଲିକ ଓ ୱାର୍ଣ୍ଣର ୩୪ଟି ଲେଖାଏଁ ମ୍ୟାଚ୍‌ ଖେଳି  ପରବର୍ତ୍ତୀ ସ୍ଥାନରେ ରହିଛନ୍ତି ।  ସର୍ବବୃହତ୍‌ ଇନିଂସ ସର୍ବବୃହତ୍‌ ଇନିଂସ (ବ୍ୟକ୍ତିଗତ) ରେକର୍ଡ ନ୍ୟୁଜିଲାଣ୍ଡର  ବ୍ରେଣ୍ଡନ ମ୍ୟାକକୁଲମଙ୍କ ନାମରେ ରହିଛି । ସେ  ୨୦୧୨ ବିଶ୍ୱକପ୍‌ରେ ବାଂଲାଦେଶ ବିପକ୍ଷରେ  ୫୮ଟି ବଲ୍‌ରୁ ୧୨୩ ରନ୍‌ର ବିସ୍ଫୋରକ ଇନିଂସ  ଖେଳିଥିଲେ । ସେହିପରି ୨୦୦୭ ବିଶ୍ୱକପ୍‌ରେ କ୍ରିସ  ଗେଲ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୧୭ ରନ୍‌  ସଂଗ୍ରହ କରିଥିଲେ । ୨୦୧୪ ବିଶ୍ୱକପ୍‌ରେ  ଇଂଲଣ୍ଡର ଆଲେକ୍ସ ହେଲ୍ସ ଶ୍ରୀଲଙ୍କା  ବିପକ୍ଷରେ ୬୪ଟି ବଲ୍‌ରୁ ଅପରାଜିତ  ୧୧୬ରନ୍‌ ସଂଗ୍ରହ କରିଥିବାବେଳେ  ସେହିବର୍ଷ ପାକିସ୍ତାନର ଅହମ୍ମଦ  ସେହଜାଦ ବାଂଲାଦେଶ ବିପକ୍ଷରେ  ୬୨ଟି ବଲ୍‌ରୁ ଅପରାଜିତ ୧୧୧,  ୨୦୨୨ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାର  ରାଇଲି ରସୋ ବାଂଲାଦେଶ ବିପକ୍ଷରେ  ୫୬ଟି ବଲ୍‌ରୁ ୧୦୯, ଶ୍ରୀଲଙ୍କା ବିପକ୍ଷରେ  ନ୍ୟୁଜିଲାଣ୍ଡ୍‌ର ଗ୍ଲେନ ଫିଲିପ୍ସ ୬୪ଟି ବଲ୍‌ରୁ  ୧୦୪, ୨୦୧୬ ବିଶ୍ୱକପ୍‌ରେ ବାଂଲାଦେଶର  ତାମିମ ଇକବାଲ ଓମାନ ବିପକ୍ଷରେ ୬୩ଟି ବଲ୍‌ରୁ  ଅପରାଜିତ ୧୦୩, ୨୦୨୧ ବିଶ୍ୱକପ୍‌ରେ ଇଂଲଣ୍ଡର  ଜୋସ ବଟଲର ଶ୍ରୀଲଙ୍କା ବିପକ୍ଷରେ ୬୭ଟି  ବଲ୍‌ରୁ ଅପରାଜିତ ୧୦୧, ୨୦୧୦ ବିଶ୍ୱକପ୍‌ରେ  ସୁରେଶ ରାଇନା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬୭ଟି  ବଲ୍‌ରୁ ଅପରାଜିତ ୧୦୧, ୨୦୧୬ ବିଶ୍ୱକପ୍‌ରେ  କ୍ରିସ ବେଲ୍‌ ଇଂଲଣ୍ଡ ବିପକ୍ଷରେ ୬୮ଟି ବଲ୍‌ରୁ  ଅପରାଜିତ ୧୦୦, ୨୦୧୦ ବିଶ୍ୱକପ୍‌ରେ ମାହେଲା  ଜୟବର୍ଦ୍ଧନେ ଜିମ୍ବାୱେ ବିପକ୍ଷରେ ୬୪ଟି ବଲରୁ  ଶତକ ଅର୍ଜନ କରି 

ସର୍ବବୃହତ ଇନିଂସ

ତାଲିକାର  ପରବର୍ତ୍ତୀ ସ୍ଥାନ ଗୁଡ଼ିକ ଅକ୍ତିଆର କରିଛନ୍ତି ।  ସର୍ବାଧିକ ମ୍ୟାଚ୍‌ ବିଜୟ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସର୍ବାଧିକ ମ୍ୟାଚ୍‌ ବିଜୟ  ରେକର୍ଡ ଶ୍ରୀଲଙ୍କା ନାମରେ ରହିଛି । ଶ୍ରୀଲଙ୍କା ଗତ  ୮ଟି ଯାକ ସଂସ୍କରଣରେ ମୋଟ୍‌ ୩୧ଟି ମ୍ୟାଚ୍‌  ଜିତିଛି । ସେହିପରି ୨୮ ବିଜୟ ସହ ପାକିସ୍ତାନ  ଦ୍ୱିତୀୟ, ୨୭ ବିଜୟ ସହ ଭାରତ ତୃତୀୟ, ୨୫  ବିଜୟ ସହ ଅଷ୍ଟ୍ରେଲିଆ ଚତୁର୍ଥ ଓ ୨୪ ବିଜୟ  ସହ ଇଂଲଣ୍ଡ ପଞ୍ଚମ ସ୍ଥାନରେ ରହିଛନ୍ତି । ଅନ୍ୟ  ମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା ୨୪ଟି ମ୍ୟାଚ୍‌  ଜିତିଥିବାବେଳେ ନ୍ୟୁଜିଲାଣ୍ଡ ୨୩ଟି, ୱେଷ୍ଟ  ଇଣ୍ଡିଜ୍‌ ୧୯ଟି, ବାଂଲାଦେଶ ଓ ନେଦରଲାଣ୍ଡ୍‌ସ  ୯ଟି ଲେଖାଏଁ ମ୍ୟାଚ ଜିତିଛନ୍ତି ।  

ସର୍ବାଧିକ ଷ୍ଟ୍ରାଇକ ରେଟ୍‌ 

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସର୍ବାଧିକ ଷ୍ଟ୍ରାଇକ ରେଟ୍‌  ରେକର୍ଡ ଜୋସ ବଟଲରଙ୍କ ନାମରେ ରହିଛି ।  ସେ ୧୪୪.୪୮ ଷ୍ଟ୍ରାଇକ ରେଟ୍‌ରେ ମୋଟ୍‌ ୭୯୯  ରନ୍‌ ସଂଗ୍ରହ କରିଛନ୍ତି । ସେହିପରି ଏବି ଡି ଭିଲର୍ସ (ଦକ୍ଷିଣ ଆଫ୍ରିକା)ଙ୍କ ଷ୍ଟ୍ରାଇକ ରେଟ୍‌ ୧୪୩.୪  ରହିଥିବାବେଳେ ଗେଲଙ୍କ ଷ୍ଟ୍ରାଇକ ରେଟ୍‌  ୧୪୨.୭୫ ରହିଛି । ଜୟବର୍ଦ୍ଧନେଙ୍କ ଷ୍ଟ୍ରାଇକ ରେଟ୍‌ ୧୩୪.୭୪, ୱାର୍ଣ୍ଣରଙ୍କ ଷ୍ଟ୍ରାଇକ  ରେଟ୍‌ ୧୩୩.୨୨ ଓ ବିରାଟ କୋହଲିଙ୍କ  ଷ୍ଟ୍ରାଇକ ରେଟ୍‌ ୧୩୧.୩ ରହିଛି । ଗୋଟିଏ ଇନିଂସରେ ସର୍ବାଧିକ  ଷ୍ଟ୍ରାଇକ ରେଟ୍‌ ରେକର୍ଡ ୱେଷ୍ଟ  ଇଣ୍ଡିଜ୍‌ର ଡ୍ୱେନ ସ୍ମିଥଙ୍କ ନାମରେ  ରହିଛି । ସେ ୨୦୦୭ ବିଶ୍ୱକପ୍‌ରେ  ବାଂଲାଦେଶ ବିପକ୍ଷରେ ୭ଟି ବଲ୍‌ରୁ  ୨୯ ରନ୍‌ ସଂଗ୍ରହ କରିଥିଲେ । ଏହି  ଇନିଂସରେ ତାଙ୍କ ଷ୍ଟ୍ରାଇକ ରେଟ୍‌  ରହିଥିଲା ୪୧୪.୨୮ । ସେହିପରି ୨୦୦୭ ବିଶ୍ୱକପ୍‌ରେ ଯୁବରାଜ ସିଂହ ଇଂଲଣ୍ଡ  ବିପକ୍ଷରେ ୧୬ଟି ବଲ୍‌ରୁ ୩୬୨.୫୦ ଷ୍ଟ୍ରାଇକ  ରେଟ୍‌ରେ ୫୮ ରନ୍‌ ସଂଗ୍ରହ କରିଥିଲେ ।  

ସର୍ବାଧିକ କ୍ୟାଚ୍‌ 

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସର୍ବାଧିକ କ୍ୟାଚ୍‌ ରେକର୍ଡ ରହିଛି  ଏବି ଡି ଭିଲର୍ସଙ୍କ ନାମରେ । ସେ ମୋଟ୍‌ ୨୩ଟି  କ୍ୟାଚ୍‌ ଧରିଛନ୍ତି । ବର୍ତ୍ତମାନ ଖେଳ ଜାରି ରଖିଥିବା  ଖେଳାଳିଙ୍କ ମଧ୍ୟରେ ୱାର୍ଣ୍ଣର ଆଗରେ ରହିଛନ୍ତି ।  ସେ ୨୧ଟି କ୍ୟାଚ୍‌ ଧରିସାରିଛନ୍ତି । ଏଥର ସେ ଡି ଭିଲର୍ସଙ୍କ ରେକର୍ଡ ଭାଙ୍ଗିବାର ଯଥେଷ୍ଟ ସମ୍ଭାବନା  ରହିଛି । ରୋହିତ ଓ ଗ୍ଲେନ ମ୍ୟାକ୍ସୱେଲ୍‌ ମଧ୍ୟ ୧୬ଟି  ଲେଖାଏଁ କ୍ୟାଚ୍‌ ଧରିସାରିଛନ୍ତି । ଅନ୍ୟମାନଙ୍କ  ମଧ୍ୟରେ ମାର୍ଟିନ ଗୁପତିଲ ୧୯ଟି କ୍ୟାଚ୍‌ ହାତେଇଛନ୍ତି ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.