ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ହାଇ-ଭୋଲଟେଜ ଟକ୍କର, ନସାଓରେ ଭାରତ- ପାକିସ୍ତାନ ମୁକାବିଲା

ନ୍ୟୁୟର୍କ,୦୯/୦୬: ରବିବାର ବିଶ୍ୱକପ୍‌ର ହାଇ ଭୋଲଟେଜ ମୁକାବିଲା । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ  ଓ ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ନାସାଉ  କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍‌ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌  ଖେଳାଯିବ । ଦର୍ଶକ ପ୍ରସ୍ତୁତ । ଭାରତ ଓ ପାକିସ୍ତାନ ସମେତ  ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳରୁ ମଧ୍ୟ କ୍ରିକେଟ୍‌ ପ୍ରେମୀମାନେ  ଆସି ନ୍ୟୁୟର୍କରେ ଭିଡ଼ ଜମାଇଲେଣି । 

ରବିବାର ନୀଳ ଓ ସବୁଜ ଜର୍ସିରେ ଷ୍ଟାଡ଼ିୟମ୍‌ ପୂର୍ଣ୍ଣ ହୋଇଯିବ। ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ ବେଶ୍‌ ଉନ୍ନତ ରହିଛି । ହେଲେ ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ନିକଟରେ ଜିତିବା ପାଇଁ  ଯଥେଷ୍ଟ କ୍ଷମତା ରହିଛି । ୟୁଏସଏ ଠାରୁ ପରାଜିତ ହେବା ପରେ ପାକିସ୍ତାନ ପାଇଁ ବିଜୟ ଜରୁରି ହୋଇ ପଡ଼ିଛି । ତେଣୁ ପାକିସ୍ତାନ ବିଜୟ ପାଇଁ ସବୁ ଶକ୍ତି ଖଟାଇବ । 

୨୦୨୧ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରାଜୟ ପରେ ଭାରତ  ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଓ ୨୦୨୩ ଦିନିକିଆ ବିଶ୍ୱକପରେ  ପାକିସ୍ତାନକୁ ହରାଇ ସାରିଛି । ରୋହିତ ବାହିନୀ ବର୍ତ୍ତମାନ  ଆଉ ଏକ ବିଜୟ ପାଇଁ ଅପେକ୍ଷା କରି ରହିଛି । ମୋଟ୍‌  ଉପରେ ଦେଖିବାକୁ ଗଲେ ପାକିସ୍ତାନର ପେସ ବାହିନୀ  ଓ ଭାରତର ବ୍ୟାଟରଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ ।  

ପାକିସ୍ତାନ ୪ଜଣ ପେସ୍‌ ବୋଲରଙ୍କୁ ନେଇ ଖେଳୁଛି ।  ମହମ୍ମଦ ଅମୀର, ହ୍ୟାରିସ ରୌଫ, ସହିନ ଆଫ୍ରିଦି ଓ ନସୀମ ଶାହ ଯେକୌଣସି ବ୍ୟାଟିଂ  ଗଡ଼କୁ ଧ୍ୱଂସ କରିବାର କ୍ଷମତା ରଖିଛନ୍ତି । ଭାରତ ମଧ୍ୟ  ଏକ ଲମ୍ବା ବ୍ୟାଟିଂ ବିଭାଗ ସହ ଗ୍ରାଉଣ୍ଡକୁ ଓହ୍ଲାଇବ । ସମଗ୍ର ବିଶ୍ୱର ନଜର ବିରାଟ କୋହଲିଙ୍କ  ଉପରେ ରହିବ । ୨୦୨୨ ବିଶ୍ୱକପ୍‌ରେ କୋହଲିଙ୍କ  ଇନିଂସକୁ ଦର୍ଶକ ସହଜରେ ପାଶୋରି ପାରିବେ  ନାହିଁ । ଆସନ୍ତାକାଲି ମଧ୍ୟ ତାଙ୍କ ବ୍ୟାଟରୁ ଦର୍ଶକ  ସେଭଳି ଏକ ଇନିଂସ ଦେଖିବାକୁ ଆଶା ରଖିଛନ୍ତି ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.