ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୪: ପ୍ରଥମ ମ୍ୟାଚରେ ୟୁଏସ୍ଏ-କାନାଡା ମୁକାବିଲା, ଆମେରିକାକୁ ୧୯୫ ରନର ଟାର୍ଗେଟ୍

ନ୍ୟୁୟର୍କ୦୨/୦୬: ଫଟାଫଟ୍ କ୍ରିକେଟ୍ ମହାକୁମ୍ଭ । ୟୁଏସଏରେ ଆରମ୍ଭ ହୋଇଯାଇଛି ଟି-୨୦ କ୍ରିକେଟ୍ ବିଶ୍ବକପ୍ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଆୟୋଜକ ଆମେରିକା ଓ କାନାଡା । ୟୁଏସ୍ ପ୍ରଥମେଟସ୍ ଜିତି କାନାଡାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ କାନାଡା ବ୍ୟାଟର ପ୍ରାରମ୍ଭରୁ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୧୯୪ ରନ କରିବାରେ ସକ୍ଷମ ହୋଇଛି । କାନାଡା ପକ୍ଷରୁ ନଭନୀତ୍ ଧିଲଓ୍ବାଲ ସର୍ବାଧିକ ୬୧ ରନ ସଂଗ୍ରହ କରିଛନ୍ତି । ନିକୋଲାସ୍ କୀର୍ତ୍ତନ ମଧ୍ୟ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେପଟେ ୧୯୫ ରନ୍‌ର ଟାର୍ଗେଟକୁ ପିଛା କରି ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ୟୁଏସଏ । ଓପନର ଷ୍ଟିଭେନ୍ ଟେଲର ଶୂନ ରନ୍ କରି ପାଭେଲିୟନ ଫେରିଛନ୍ତି ।  

ୟୁଏସଏ ଓ କାନାଡା ଉଭୟ ଦଳ ପ୍ରଥମ କରି ବିଶ୍ୱକପ୍‌ ଖେଳୁଛନ୍ତି । ମାତ୍ର କ୍ରିକେଟ୍‌ ଇତିହାସରେ ଉଭୟ ଦଳ  ସବୁଠୁ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ । ପ୍ରଥମ କରି  ୧୮୪୪ ମସିହାରେ ଉଭୟ ଦଳ ମଧ୍ୟରେ  ଏକ ୩ଦିନିଆ ମ୍ୟାଚ୍‌ ଖେଳାଯାଇଥିଲା । ନ୍ୟୁୟର୍କରେ ଅନୁଷ୍ଠିତ ଉକ୍ତ ମ୍ୟାଚ୍‌ରେ କାନାଡ଼ା ୨୩ ରନ୍‌ରେ ବିଜୟୀ ହୋଇଥିଲା । ପ୍ରଥମ ମ୍ୟାଚ୍‌ ଆୟୋଜିତ ହେବାର ଦୀର୍ଘ ୧୮୦ ବର୍ଷ ପରେ ଉଭୟ ଦଳ ପୁନର୍ବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ତାହା ପୁଣି ବିଶ୍ୱକପ୍‌ରେ । ଆୟୋଜକ ଦେଶ ଭାବେ ୟୁଏସ୍‌ଏ  ବିଶ୍ୱକପ ଖେଳୁଛି । ମାତ୍ର କାନାଡ଼ା ଆମେରିକୀୟ ଯୋଗ୍ୟତା ପର୍ଯ୍ୟାୟ ଚାମ୍ପିଅନ୍‌ ହୋଇ ବିଶ୍ୱକପ ଖେଳୁଛନ୍ତି । ଡାଲାସ ସହରର ଗ୍ରାଣ୍ଡ  ପ୍ରାୟରି ଷ୍ଟାଡ଼ିୟମ୍‌ରେ ଏହି ମ୍ୟାଚ୍‌ ଚାଲିଛି ।  

୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରଠୁ ୟୁଏସ୍‌ଏ  ୭ଟି ଟି-ଟ୍ୱେଣ୍ଟି ଖେଳିଛି ଓ ୬ଟି ମ୍ୟାଚ୍‌ରେ  ବିଜୟୀ ହୋଇଛି । ଦଳ କାନାଡ଼ା ବିପକ୍ଷ ସିରିଜକୁ ୪-୦ରେ ଜିତିଥିଲା । ଏହାପରେ ବାଂଲାଦେଶ  ବିପକ୍ଷରେ ୨-୧ରେ ସିରିଜ ବିଜୟୀ ହୋଇଥିଲା ।  ୟୁଏସ୍‌ଏ ଦଳରେ ଚର୍ଚ୍ଚିତ ଖେଳାଳି ଭାବେ କୋରି ଆଣ୍ଡରସନ ଓ ହରମିତ ସିଂହ ରହିଛନ୍ତି । ଆଣ୍ଡରସନ ପୂର୍ବରୁ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳିସାରିଛନ୍ତି । ଦିନିକିଆ କ୍ରିକେଟ୍‌ରେ  ସେ ସହିଦ ଆଫ୍ରିଦିଙ୍କ ନାମରେ ଥିବା  ଦ୍ରୁତତମ ଶତକ ରେକର୍ଡ ଭଙ୍ଗ କରିଥିଲେ ।  ସେହିପରି ହରମିତ ପୂର୍ବରୁ ଭାରତ ପକ୍ଷରୁ ୧୯ବର୍ଷରୁ କମ୍‌ ବିଶ୍ୱକପ ଖେଳିଥିଲେ । କାନାଡ଼ା ଦଳରେ କଲିମ ସାନା ଓ ଜେରେମି  କର୍ଡନଙ୍କ ନାମରେ ୨ଜଣ ଘାତକ ପେସ ବୋଲର ରହିଛନ୍ତି ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.