ପ୍ରମୂଖ ଖବର
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେକ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ୟୁଏସଏ ଯାତ୍ରା କଲା ଟିମ ଇଣ୍ଡିଆ, ଜୁନ୍‌ ୫ରୁ ଭାରତ ଆରମ୍ଭ କରିବ ଅଭିଯାନ

ମୁମ୍ବାଇ,୨୬/୦୫: ଆସନ୍ତା ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଶନିବାର ୟୁଏସ୍‌ଏ ଯାତ୍ରା କରିଛି । ପ୍ରଥମ ପର୍ଯ୍ୟାୟରେ  ଅଧିନାୟକ ରୋହିତ ଶର୍ମାଙ୍କ  ସମେତ କୋଚ୍‌ ରାହୁଲ ଦ୍ରାବିଡ,  ରିଷଭ ପନ୍ତ, ସୂର୍ଯ୍ୟକୁମାର  ଯାଦବ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା,  କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହ, ଶୁଭମନ ଗିଲ, ମହମ୍ମଦ  ସିରାଜ, ଅକ୍ଷର ପଟେଲ ପ୍ରମୁଖ ମୁମ୍ବାଇ  ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ  ଯାତ୍ରା କରିଥିଲେ । ସେଠାରେ ଉପ  ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ସହ  ଯୋଗ ଦେବେ ବୋଲି ଜଣାପଡ଼ିଛି ।  

ଯଶସ୍ୱୀ ଜୈସ୍ୱାଲ୍‌, ସଞ୍ଜୁ  ସାମସନ, ରିଙ୍କୁ ସିଂହ, ବିରାଟ  କୋହଲି ପ୍ରମୁଖ ଦ୍ୱିତୀୟ ପର୍ଯ୍ୟାୟରେ ଆମେରିକା ଯାତ୍ରା କରିବେ । ଜୁନ ୫ ତାରିଖରେ ଭାରତ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚ୍‌ରେ ଦଳ ଆୟର୍ଲାଣ୍ଡକୁ ଭେଟିବ । ଏହାପରେ ଦଳ ଜୁନ ୯ରେ ପାକିସ୍ତାନ, ଜୁନ ୧୨ରେ ୟୁଏସ୍‌ଏ ଓ ୧୫ ତାରିଖରେ କାନାଡ଼ାକୁ ଭେଟିବ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.