ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଶ୍ରେୟସଙ୍କ ଠାରୁ ଆରମ୍ଭ କରି ସିରାଜ୍‌ଙ୍କ ମ୍ୟାଜିକ ଯାଏଁ; ଫର୍ମକୁ ଫେରିଛି ଟିମ୍‌ ଇଣ୍ଡିଆର ୫ଟି ପୂରୁଣା ଅସ୍ତ୍ର

Image source: ABP live

ନୂଆଦିଲ୍ଲୀ,୦୪/୧୧: ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଦଳ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଆସିଛି। ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଏକମାତ୍ର ଦଳ ଯିଏକି ଟୁର୍ଣ୍ଣାମେଣ୍ଟର ଗୋଟିଏ ବି ମ୍ୟାଚ୍ ହାରିନାହିଁ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଦଳ ନେଦରଲ୍ୟାଣ୍ଡ ବିପକ୍ଷରେ ଗୋଟିଏ ମ୍ୟାଚ୍ ହାରିଥିଲା, କିନ୍ତୁ ଏହା ବ୍ୟତୀତ ଏହା ପ୍ରାୟ ଏକପାଖିଆ ଢ଼ଙ୍ଗରେ ସମସ୍ତ ଦଳକୁ ପରାସ୍ତ କରିଛି। ଏଭଳି ପରିସ୍ଥିତିରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ବଡ଼ ମ୍ୟାଚ୍ ଆଶା କରାଯାଉଛି। ଶ୍ରୀଲଙ୍କା ବିପକ୍ଷରେ ଭାରତ ଭଲ ପ୍ରଦର୍ଶନ କରିଥିଲା। ବ୍ୟାଟ୍ସମ୍ୟାନ୍ ଠାରୁ ଆରମ୍ଭ କରି ବୋଲରଙ୍କ ପର୍ଯ୍ୟନ୍ତ ଦଳର ସମସ୍ତେ ଦମଦାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ରେ ଶ୍ରେୟସ୍ ଆୟରଙ୍କ ଭଳି ବ୍ୟାଟର ଫର୍ମକୁ ଫେରିଥିବାବେଳେ ବୋଲିଂରେ ମହମ୍ମଦ ସିରାଜଙ୍କ ମ୍ୟାଜିକ ମଧ୍ୟ ଫେରି ଆସିଥିଲା।

ପଢ଼ନ୍ତୁ: ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା; ଆଘାତ କାରଣରୁ ବିଶ୍ବକପ୍‌ରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

ମହମ୍ମଦ ସିରାଜଙ୍କ ମ୍ୟାଜିକ:

ଭାରତର ପ୍ରାୟ ସମସ୍ତ ବୋଲର ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମହମ୍ମଦ ସିରାଜ ଆଶାନୁରୁପ ପ୍ରଦର୍ଶନ କରିପାରି ନଥିଲେ। ମହମ୍ମଦ ସିରାଜ ଶ୍ରୀଲଙ୍କା ବିପକ୍ଷରେ ନିଜର ମ୍ୟାଜିକ ଦେଖାଇ ପୁଣି ଥରେ ସେ ଶ୍ରୀଲଙ୍କା ବ୍ୟାଟ୍ସଟରଙ୍କୁ ପିଚ୍‌ରେ ରହିବା କଷ୍ଟସାଧ୍ୟ କରିଥିଲେ। ସୂଚନାଥାଉକି, ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ୨୧ ରନ୍ ଦେଇ ସିରାଜ ୬ ଟି ୱିକେଟ୍ ନେଇଥିଲେ, ଯେଉଁ କାରଣରୁ ଶ୍ରୀଲଙ୍କା ଦଳ ମାତ୍ର ୫୦ ରନ୍‌ରେ ଅଟକି‌ଥିଲା। ବିଶ୍ୱକପ୍ ମ୍ୟାଚ୍‌ରେ ମଧ୍ୟ ସିରାଜ ସମାନ ଢ଼ଙ୍ଗରେ ପ୍ରଥମ ତିନୋଟି ୱିକେଟ୍ ନେଇଥିଲେ ଏବଂ ମହମ୍ମଦ ଶାମି ବାକି କାମ ଶେଷ କରିଥିଲେ।

ମହମ୍ମଦ ସାମୀଙ୍କୁ ନିରନ୍ତରତା:

ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏହି ବିଶ୍ୱକପ ଆରମ୍ଭରେ ମହମ୍ମଦ ଶାମିଙ୍କୁ ଖେଳିବାର ସୁଯୋଗ ଦେଇନ‌ଥିଲେ, କାରଣ ସେ ଶାର୍ଦ୍ଦୁଲ ଠାକୁର କିମ୍ବା ରବିଚନ୍ଦ୍ରନ ଅଶ୍ୱିନଙ୍କ ରୂପରେ ଅତିରିକ୍ତ ବ୍ୟାଟିଂ ବିକଳ୍ପ ଚାହୁଁଥିଲେ। କିନ୍ତୁ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ପରେ ଦଳର ସନ୍ତୁଳନକୁ ନଜରରେ ରଖି ପରେ ଶାମିଙ୍କୁ ଏକାଦଶରେ ସେମିଲ କରିବାକୁ ପଡିଲା । ଶାମି ପ୍ରଥମ ମ୍ୟାଚ୍‌ରେ ନିଜ ପ୍ରଦର୍ଶନ ବଳରେ ପ୍ରମାଣ କରିଥିଲା ଯ, ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କୁ ପ୍ରଥମରୁ ବାହାର କରି ଏକ ବଡ଼ ଭୁଲ କରିଥିଲା। ଶାମି ଏପର୍ଯ୍ୟନ୍ତ ତିନୋଟି ବିଶ୍ୱକପ୍ ମ୍ୟାଚ୍ ଖେଳିଛନ୍ତି ଏବଂ ୧୪ ଟି ୱିକେଟ୍ ନେଇଛନ୍ତି। ଏହି ପରିପ୍ରେକ୍ଷିରେ ସେ ନିକଟରେ ଶ୍ରୀଲଙ୍କା ବିପକ୍ଷରେ ପାଞ୍ଚଟି ୱିକେଟ୍ ନେଇ ସେ ବିଶ୍ୱକପ୍‌ରେ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ବୋଲର ହୋଇଥିଲେ। ଶାମିଙ୍କ କ୍ରମାଗତ ଏବଂ ଉତ୍କୃଷ୍ଟ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପାଇଁ ବିଜୟର ସବୁଠାରୁ ବଡ଼ ମନ୍ତ୍ର ପାଲଟିଛି।

ପଢ଼ନ୍ତୁ: ଆଫଗାନିସ୍ତାନର ବିଜୟ ପରେ ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ; ଦଶମ ସ୍ଥାନରେ ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଏବଂ ଷଷ୍ଠରେ ପାକିସ୍ତାନ

ଶ୍ରେୟସ୍‌ ଆୟରଙ୍କ ଘାତକ ପ୍ରଦର୍ଶନ: 

ଟିମ୍ ଇଣ୍ଡିଆର ମଧ୍ୟ କ୍ରମରେ ଶ୍ରେୟସ୍ ଆୟରଙ୍କ ଫର୍ମ ବାହାରେ ରହିବା ଚିନ୍ତାର କାରଣ ହୋଇଥିଲା, କିନ୍ତୁ ଶ୍ରୀଲଙ୍କା ବିପକ୍ଷରେ ଶ୍ରେୟାସଙ୍କ ଇନିଂସ ମଧ୍ୟ ଦଳର ସେହି ଟେନସନକୁ ଶେଷ କରିଦେଇଛି। ଶ୍ରେୟସ୍ ୫୬ ବଲ୍‌ରେ ୧୪୬.୪୨ ଷ୍ଟ୍ରାଇକ ରେଟ୍‌ରେ ୮୨ ରନ୍ ସଂଗ୍ରହ କରିଥିଲେ। ଏହି ଇନିଂସରେ ଶ୍ରେୟସ୍ ଆୟର ପ୍ରତ୍ୟେକ ସଟ୍ ଉପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ପ୍ରଦର୍ଶନ କରୁଥିଲେ, ଯେଉଁଥିପାଇଁ ସେ ଦ୍ୱିତୀୟ ଓ ତୃତୀୟ ଷ୍ଟାଣ୍ଡରେ ଛକା ଛକା ମାରିଥିଲେ। ଏହି ଇନିଂସରେ ଶ୍ରେୟସ୍ ୩ ଚୌକା ଓ ୬ ଛକା ମାରିଥିଲେ। ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଦଳ ତାଙ୍କଠାରୁ ଅଧିକ ଆଶା ରଖିବ। 

ଶୁବମନଙ୍କ ପ୍ରତ୍ୟାବର୍ତ୍ତନ: 

ଗତ ଏକ ବର୍ଷ ମଧ୍ୟରେ ଶୁବମାନ ଗିଲ ବହୁତ ରନ୍ ସ୍କୋର କରିଛନ୍ତି, ଯେଉଁ କାରଣରୁ ଗିଲ୍ ଟିମ୍ ଇଣ୍ଡିଆର ପ୍ରିୟ ଓପନର୍ ବ୍ୟାଟର ହୋଇ ଥିଲେ। ତେବେ ଏହି ବିଶ୍ୱକପ୍‌ରେ ଗିଲଙ୍କ ବ୍ୟାଟ୍‌ ଯଦିଓ ପ୍ରଥମରୁ କ୍ରଜ୍‌ରେ ଜମିନଥିଲା, କିନ୍ତୁ ଶ୍ରୀଲଙ୍କା ବିପକ୍ଷରେ ୯୨ ବଲରେ ୯୨ ରନ୍‌ର ଏକ ଚମତ୍କାର ଇନିଂସ ଖେଳିବା ପରେ ଗିଲ ପ୍ରମାଣ କରିଛନ୍ତି ଯେ, ଯଦି ରୋହିତ-ବିରାଟ ଆଉଟ୍‌ ହୋଇଯାଉଛନ୍ତି, ତେବେ ପ୍ରଶଂସକମାନେ ଓପନର୍‌ଙ୍କ ଉପରେ ବିଶ୍ବାସ କରିପାରିବେ।

You can also read: ଡେଙ୍ଗୁ ପାଇଁ ୪ କେଜି ହ୍ରାସ୍ ପାଇଥିଲା ଶୁବମନ ଗିଲଙ୍କ ଓଜନ, କହିଲେ ପୁଣି କେମିତି କଲେ ଉତ୍ତମ ପ୍ରଦର୍ଶନ


 

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.