ଅହମ୍ମଦାବାଦ,୧୯।୧୧: କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ କଡା ଟକ୍କର। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ସହ ଭାରତକୁ ବ୍ୟାଟିଂ ପାଇଁ କରିଛି ଆମନ୍ତ୍ରଣ। ମ୍ୟାଚ୍ ଅପରାହ୍ନ ୨ ଟାରୁ ଆରମ୍ଭ ହେବ, କିନ୍ତୁ ଏହାପୂର୍ବରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏକ ଏୟାର ଶୋ’ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ବାୟୁସେନାର ‘ସୂର୍ଯ୍ୟ କିରଣ’ ଦଳ ଆକାଶରେ ଷ୍ଟଣ୍ଟ ପ୍ରଦର୍ଶନ କରୁଛନ୍ତି। ମଧ୍ୟାହ୍ନ ୧.୩୫ ମିନିଟ୍ରେ ରେ ଟସ୍ ପରେ ତୁରନ୍ତ ଆରମ୍ଭ ହୋଇଥିବା ଏହି ଏୟାର ସୋ ୧.୫୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା।
VIDEO | India vs Australia, World Cup 2023 Final: Indian Air Force performs air show over Narendra Modi Stadium in Ahmedabad, Gujarat.
— Press Trust of India (@PTI_News) November 19, 2023
(Full video available on PTI Videos - https://t.co/n147TvrpG7)#INDvsAUSfinal #ICCWorldCup2023 pic.twitter.com/OOrzxdvAZ4
ରବିବାର ଅପରାହ୍ନ ୧ଟା ୩୦ ମିନିଟ୍ ସମୟରେ ଅହମ୍ମଦାବାଦ ଷ୍ଟାଡିୟମରେ ଟସ୍ ହେବା ମାତ୍ରେ ଭାରତୀୟ ବାୟୁସେନାର ୯ଟି ବିମାନ ଷ୍ଟାଡିୟମ ଉପରେ ଉଡ଼ାଣ ଆରମ୍ଭ କରିଛନ୍ତି। ବାୟୁସେନାର 'ସୂର୍ଯ୍ୟ କିରଣ ଏରୋବାଟିକ୍ ଟିମ୍'ର ମୋଟ ୯ ବିମାନ ଆକାଶରେ ଷ୍ଟଣ୍ଟ ପ୍ରଦର୍ଶନ କରିବେ। ଏହି ଜାହାଜରେ ହକ୍ MK-132 ଏବଂ କିରଣ MKII ବିମାନ ସାମିଲ ହୋଇଥିଲେ।