ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ ମୋତେ ଆଉ ଥରେ ଜେଲ୍ ଯିବାକୁ ପଡ଼ିବ ନାହିଁ , ଯଦି ...’ ; ମୋତି ନଗର ରୋଡ୍ ଶୋ’ରେ କେଜ୍ରିୱାଲଙ୍କ ଅପିଲ୍

ନୂଆଦିଲ୍ଲୀ – ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆ ଦିଲ୍ଲୀ ସଂସଦୀୟ ସିଟ୍‌ର ମୋତି ନଗରରେ ରୋଡ୍‌ ଶୋ କରି ଥିଲେ। ସେ ଏହି ସମୟରେ କହିଛନ୍ତି କି, ଆପଣ ସମସ୍ତେ ମୋ ପାଇଁ ପ୍ରାର୍ଥନା କଲେ। ଆପଣଙ୍କ ଭଲ ପାଇବା ଓ ଉପରବାଲାଙ୍କ କୃପାରେ ହିଁ ଆଜି ମୁଁ ଆପଣଙ୍କ ପାଖରେ ଠିଆ ହୋଇଛି। ଏବେ ଏହି ଲୋକ କହୁଛନ୍ତି କି ୨୦ ଦିନ ପରେ ମୋତେ ପୁଣି ଜେଲ୍‌ ଯିବାକୁ ପଡ଼ିବ। ଏବେ ଯଦି ଆପଣମାନେ ଚାହାନ୍ତି ତ ଏମିତି ନହେଉ , ତ ୨୫ ମେ’ରେ APP ଓ INDIA ବ୍ଲକ୍‌କୁ ଭୋଟ୍ ଦେଇ ଦେବ। 

ଯଦି ଆପଣମାନେ ଝାଡ଼ୁରେ ବଟନ ଦବାଇବେ ତ ମୋତେ ଆଉ ଥରେ ଜେଲ୍‌ ଯିବାର ଆବଶ୍ୟକ ପଡ଼ିବ ନାହିଁ। କହି ରଖୁଛି କି , କେଜ୍ରିୱାଲ ନୂଆ ଦିଲ୍ଲୀରେ ପ୍ରାର୍ଥୀ ସୋମନାଥ ଭାରତୀଙ୍କ ସମର୍ଥନରେ ରୋଡ୍‌ ଶୋ କରିଛନ୍ତି। 

କେଜ୍ରିୱାଲ କହିଛନ୍ତି ଯେ, ସେମାନେ ମୋତେ ଜେଲ୍‌ କାହିଁକି ପଠାଇଲେ , ମୋର କଣ ଦୋଷ ଥିଲା। ସେ କହିଛନ୍ତି କି ମୁଁ ଦିଲ୍ଲୀ ପାଇଁ କାମ କଲି , ବୋଧହୁଏ ଏଥିପାଇଁ ବିଜେପି ମୋତେ ଜେଲ୍‌ ପଠାଇ ଦେଲା। ମୋର ଦୋଷ କି ମୁଁ ଦିଲ୍ଲୀବାସୀଙ୍କ ପାଇଁ ମାଗଣା ବିଦ୍ୟୁତ୍‌ , ପାଣି ଓ ସ୍ୱାସ୍ଥ୍ୟ ସୁବିଧା ସବୁ ଦେଇଛି । ମୁଁ ମହିଳାଙ୍କୁ ମାଗଣା ବସ୍‌ ଯାତ୍ରା କରାଇଛି । ଏହି ସବୁ ଦୋଷ ପାଇଁ ବିଜେପି ମୋତେ ଜେଲ୍‌କୁ ପଠାଇଲା। 

ମୁଁ ୫୦୦ ସ୍କୁଲ ତିଆରି କଲି। ଆପଣ କେନ୍ଦ୍ରରେ ବସିଛନ୍ତି , ଆପଣଙ୍କୁ ତ ଆହୁରି  ୫ ହଜାର ସ୍କୁଲ ନିର୍ମାଣ କରିବାର ଥିଲା, ହେଲେ ଏହି ସ୍ଥାନରେ ଆପଣ ମୋତେ ଜେଲ୍‌କୁ ପଠାଇ ଦେଲେ। କେଜ୍ରିୱାଲ ଅଭିଯୋଗ ଲଗେଇଛନ୍ତି କି ବିଜେପିକୁ ଦିଲ୍ଲୀଲୋକଙ୍କୁ ମିଳୁଥିବା ସୁବିଧା ସବୁ ସହ୍ୟ ହେଉନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.