ନବରଙ୍ଗପୁର,୧୬/୦୯: ବେଆଇନ ଗୋରୁ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । କଣ୍ଟେନରରୁ ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର । ଘଟଣା ସ୍ଥଳରୁ କଣ୍ଟେନର ଡ୍ରାଇଭର ଫେରାର । ନବରଙ୍ଗପୁର ସହରରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, କିଛି ଯୁବକ ନବରଙ୍ଗପୁର ସହରରେ ବେଆଇନ ଗୋରୁ ଚାଲାଣ କରୁଥିଲେ । ସେମାନେ ଏକ କଣ୍ଟେନରରେ ୫୦ରୁ ଉର୍ଦ୍ଧ୍ୱ ଗୋରୁ ଚାଲାଣ କରୁଥିଲେ । ତେବେ ଏହି ସମୟରେ ରାସ୍ତାରେ ସମସ୍ତ ଗାଡ଼ି ଯାଞ୍ଚ କରାଯାଉଥିଲା । ଯାଞ୍ଚ ସମୟରେ ଉକ୍ତ କଣ୍ଟେନରକୁ ମଧ୍ୟ ଯାଞ୍ଚ କରାଯାଇଥିଲା । ଏହି ସମୟରେ କଣ୍ଟେନର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିଲା । ଯାଞ୍ଚରେ ଉକ୍ତ କଣ୍ଟେନରରୁ ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର କରାଯାଇଛି । ଗୋରୁଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଉକ୍ତ ଗାଡ଼ିକୁ ଜବତକରି ଘଟଣାର ତଦନ୍ତ କରୁଛି ।